ETV Bharat / state

ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ରିପୋର୍ଟ; ଦେଶରେ ଆଗରେ ଓଡ଼ିଶା, ଦ୍ଵିତୀୟରେ ପଶ୍ଚିମବଙ୍ଗ - Human Elephant Conflict

author img

By ETV Bharat Odisha Team

Published : Jul 23, 2024, 10:34 PM IST

Human Deaths By Wild Elephant Encounters: ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏହି କ୍ରମରେ ସାରା ଦେଶରେ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁରେ ଆଗରେ ରହିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

Human Deaths By Wild Elephant
Human Deaths By Wild Elephant (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମଣିଷ ଓ ହାତୀ ଲଢେଇରେ ସାଙ୍ଘାତିକ ସ୍ଥିତି । ବନ୍ୟପ୍ରାଣୀ ଆକ୍ରମଣରେ ଅନେକ ମଣିଷଙ୍କ ଜୀବନ ଯାଇଛି । ବିଶେଷ କରି ହାତୀ, ବାଘ ସମେତ କଲରାପତରିଆ ଭଳି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଘଟିଛି । ଗତ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର 5 ବର୍ଷର ତଥ୍ୟକୁ ନଜର ପକାଇଲେ ଦେଶରେ ଓଡ଼ିଶା ଚଳିତ 2023-24 ବର୍ଷରେ ସର୍ବାଧିକ ମଣିଷ, ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏପରିକି ଚଳିତ ବର୍ଷ 154 ଜଣ ମଣିଷଙ୍କ ମୃତ୍ୟୁ ଘଟି ଦେଶରେ ଆଗରେ ରହିଛି ଓଡ଼ିଶା ।

ହାତୀ ଆକ୍ରମଣରେ ମଣିଷ ମୃତ୍ୟୁରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ଚଳିତ ବର୍ଷ ହାତୀ ଆକ୍ରମଣରେ 154 ଜୀବନ ଯାଇଛି । ଓଡ଼ିଶା ପଛକୁ ରହିଛି ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ । କେବଳ ବାଘ ହାତୀ ନୁହେଁ ଏପରିକି କଲରାପତରିଆ ବାଘ ସମେତ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଘଟିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ପରିଚାଳନା ବିଶେଷ ଭାବରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ । କେନ୍ଦ୍ରୀୟ ଯୋଜନା-ବନ୍ୟପ୍ରାଣୀ ବାସସ୍ଥାନର ବିକାଶ, ‘ପ୍ରୋଜେକ୍ଟ ଟାଇଗର ଏବଂ ହାତୀ’ ଅଧୀନରେ ବନ୍ୟଜନ୍ତୁ ତଥା ଏହାର ବାସସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏଥିରେ ବନ୍ୟଜନ୍ତୁମାନଙ୍କ ଦ୍ଵାରା କୌଣସି ଜୀବନ ଏବଂ ସମ୍ପତ୍ତି ନଷ୍ଟ ନହେବା ପାଇଁ ଚେଷ୍ଟା କରାଯାଉଛି । ତେବେ ମଣିଷ ବନ୍ୟଜନ୍ତୁ ବିବାଦ ପରିସ୍ଥିତିର ମୁକାବିଲା ପାଇଁ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା ଏକ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା । ନିର୍ଦ୍ଦେଶାନାମା ଅନୁଯାୟୀ, ଆନ୍ତଃ ବିଭାଗୀୟ କାର୍ଯ୍ୟ, ହଟସ୍ପଟ ଚିହ୍ନଟ, ସଠିକ ଅପରେଟିଂ ପ୍ରଣାଳୀ, ଏକ ଟିମ ଗଠନ ସମେତ ଅର୍ଥରାଶିର ବ୍ୟବସ୍ଥା କରାଯାଇଛି ।

ଓଡ଼ିଶାର ସ୍ଥିତି କିଭଳି ରହିଛି ?

ଦେଶରେ ହାତୀ ଏବଂ ବାଘ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଆକ୍ରମଣରେ ଓଡ଼ିଶାର ସ୍ଥିତି ସବୁଠୁ ଉପରେ । ହାତୀ ଆକ୍ରମଣରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ହାତୀ ଆକ୍ରମଣରେ ମୃତ୍ୟୁ ବରଣ ଘଟିଥିବା ତଥ୍ୟ ଅନୁଯାୟୀ, 2023-24 ମସିହାରେ ସର୍ବାଧିକ ମୃତ୍ୟୁସଂଖ୍ୟା 154 ରହିଛି । ଯାହା ଦେଶରେ ସର୍ବାଧିକ । ଦ୍ଵିତୀୟରେ ରହିଛି ପଶ୍ଚିମବଙ୍ଗ । ସେଠାରେ 99 ଜଣ ହାତୀ ଆକ୍ରମଣର ଶୀକାର ହୋଇ ମୃତ୍ୟବରଣ କରିଛନ୍ତି । ତୃତୀୟରେ ରହିଛି କର୍ଣ୍ଣାଟକ ଯାହାର ମୃତ୍ୟୁ ସଂଖ୍ୟା 87 । ସେହିଭଳି ବାଘ ଆକ୍ରମଣରେ ରାଜ୍ୟରେ କେତେ ଜଣ ମଣିଷ ମୃତ୍ୟୁ ଘଟିଛି ତାହାର ତଥ୍ୟ ଦିଆଯାଇନାହିଁ ।

ହାତୀ-ମଣିଷ ଲଢେଇରେ ମଣିଷ ମୃତ୍ୟୁ:-

କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର 5 ବର୍ଷର ତଥ୍ୟ ଅନୁସାରେ, 2019-20 ମସିହାରେ ହାତୀ ଆକ୍ରମଣରେ ରାଜ୍ୟରେ 117 ଜଣ ମଣିଷ ମୃତ୍ୟୁ ବାରଣ କରିଥିବା ବେଳେ ଦେଶରେ 574 ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି 2020-21 ମସିହାରେ ରାଜ୍ୟରେ 93 ଜଣ ରହିଥିବା ବେଳେ ଦେଶରେ 444, 2021-22 ମସିହାରେ ରାଜ୍ୟରେ 112 ଜଣ ରହିଥିବା ବେଳେ ଦେଶରେ 520, 2022-23 ମସିହାରେ ରାଜ୍ୟରେ 148 ରହିଥିବା ବେଳେ ଦେଶରେ 583 ଏବଂ 2023-24 ମସିହାରେ ରାଜ୍ୟରେ 154 ଜଣ ମଣିଷ କେବଳ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଦେଶରେ 606 ଜଣ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୟରେ ଛାନିଆ ଗ୍ରାମବାସୀ, ଜୀବନ ବଞ୍ଚାଇ ଆଜବେଷ୍ଟସ ଉପରେ ଶୋଉଛନ୍ତି ଲୋକ - ELEPHANT TERROR

ବାଘ ଆକ୍ରମଣରେ ମଣିଷ ମୃତ୍ୟୁ:-

ଦେଶରେ 2019 ମସିହାରେ 49 ଜଣଙ୍କୁ ବାଘ ଆକ୍ରମଣ କରିଥିବା ବେଳେ 2020 ମସିହାରେ 49, 2021 ମସିହାରେ 59, 2022 ମସିହାରେ 110 ଏବଂ 2023 ମସିହାରେ 82 ଜଣଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.