ETV Bharat / state

ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ ଚିହ୍ନଟ - 30 Tigers and 8 cubs in Odisha

All Odisha Tiger Estimation Report: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ରାଜ୍ୟରେ ଅଛନ୍ତି ୩୦ ମହାବଳ ଓ ୮ ଶାବକ । ଅଧିକ ପଢ଼ନ୍ତୁ

ବାଘ ଗଣନା ରିପୋର୍ଟ
ବାଘ ଗଣନା ରିପୋର୍ଟ
author img

By ETV Bharat Odisha Team

Published : Feb 26, 2024, 11:05 PM IST

ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ ରାଜ୍ୟରେ ୩୦ ମହାବଳ ବାଘ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୦ ପ୍ରତିଶତ କଳା ବାଘ ରହିଛନ୍ତି । ଏହା ସହିତ ୮ଟି ଶାବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ରାଜ୍ୟରେ ୩୦ ମହାବଳରୁ ୧୪ଟି ବାଘୁଣୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ । ତେବେ ରାଜ୍ୟରେ ଶିମିଳିପାଳରେ ସର୍ବାଧିକ ମହାବଳ ବାଘ ଚିହ୍ନଟ ହୋଇଛନ୍ତି । ଏଠାରେ ୨୭ଟି ମହାବଳ ବାଘ ରହିଥିବା ବେଳେ ୮ଟି ଯାକ ଶାବକ ଏହିଠାରୁ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ବାଘ ଚିହ୍ନଟ ହୋଇଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡ ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ବାଘ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ବାଘଗଣନା ସମୟରେ ୧୪୩୨ଟି କ୍ୟାମେରା ଟ୍ରାପ୍‌ ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ଏହି କ୍ୟାମେରା ଟ୍ରାପ୍ ୨୦୨୩ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୪ ଫେବୃଆରୀ ୧୦ ତାରିଖ ମଧ୍ୟରେ ଶେଷ କରାଯାଇଥିଲା । ତେବେ ରାଜ୍ୟରେ ଥିବା ୪୭ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା । କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡିଦେଲେ ବାକି ଡିଭିଜନରେ କ୍ୟାମେରା ଟ୍ରାପ୍‌ ଲଗାଯାଇଥିଲା । ଏହାରି ମଧ୍ୟରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା । ଏଥିରେ କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ଟି ବାଘୁଣୀ ଓ ୬ଟି ବାଘ ରହିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...Tiger Census: ରାଜ୍ୟରେ ଚାଲିଛି ବାଘ ଗଣନା, ମହାବଳ ସହ କଲରାପତରିଆ ବାଘ ଠାବ

ତେବେ ୨୦୨୨ ମସିହା ରିପୋର୍ଟ ଅନୁସାରେ ସେତେବେଳେ ରାଜ୍ୟରେ ୨୦ଟି ମହାବଳ ବାଘ ଥିଲେ । ୨୦୨୨ ମସିହା ବାଘ ଗଣନା ରିପୋର୍ଟକୁ ଏବେର ରିପୋର୍ଟ ସହ ତୁଳନା କଲେ ମହାବଳ ବାଘ ସଂଖ୍ଯା ପ୍ରାୟ ୫୦ ପ୍ରତିଶତ ବଢ଼ିଛି । ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆଧିକାରିକ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି, "ଖୁସିର ସହ ଏହି ଖବର ପ୍ରକାଶ କରୁଛି ଯେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୩୦ ମହାବଳ ବାଘ ଓ ୮ ଶାବକ ରହିଥିବା ପ୍ରଥମ 'ଅଲ୍‌ ଓଡ଼ିଶା ଟାଇଗର ଏଷ୍ଟିମେସନ' ରିପୋର୍ଟରୁ ଜଣା ପଡ଼ିଛି । ୨୦୨୨ ରିପୋର୍ଟ ଠାରୁ ଏଥର ୨୦ଟି ବାଘ ଅଧିକ ଥିବା ଜଣାପଡ଼ିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏବେ ୨୭ ମହବଳ ରହିଛନ୍ତି ।" ତେବେ ଆମ ଜାତୀୟ ପଶୁଙ୍କ ବଂଶବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରୁଥିବା ବନ୍ୟପ୍ରାଣୀ ବିଭାଗକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.