ETV Bharat / state

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ବ - New Chief Administrator

author img

By ETV Bharat Odisha Team

Published : May 24, 2024, 5:56 PM IST

Chief Administrator Of Puri Srimandir: ଆଇଏଏସ ସ୍ତରରେ ଅଦଳବଦଳ । ବରିଷ୍ଠ ଆଇଏଏସ ଅରବିନ୍ଦ ପାଢ଼ୀ ହୋଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଅଧିକ ପଢନ୍ତୁ

Arvind padhee
Arvind padhee (ETV Bharat Odisha)

ଭୁବନେଶ୍ବର/ପୁରୀ: ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ ଅରବିନ୍ଦ ପାଢ଼ୀ ହୋଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଆଉ ଜଣେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱରେ ଥିବା ବୀର ବିକ୍ରମ ଯାଦବ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଛୁଟିରେ ଯାଇଥିବା ଜଣାପଡ଼ିଛି ।

Arvind padhee (ETV Bharat Odisha)

ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁସାରେ, ପୁନର୍ବାର ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ ବଦଳିଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇଏଏସ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦଙ୍କୁ ଅତିରିକ୍ତ ଦାୟିତ୍ୱ ତାଙ୍କୁ ମିଳିଛି । 1996 ବ୍ୟାଚର ଏହି ଅଫିସର ଏବେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱରେ ଅଛନ୍ତି ଅରବିନ୍ଦ । ସେହିପରି ସେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ମଧ୍ୟ 2ଟି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପୂର୍ତ୍ତ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ 1995 ବ୍ୟାଚର ଏହି ଅଫିସର । 1996 ବ୍ୟାଚର ବୀର ବିକ୍ରମ ଯାଦବ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଛୁଟିରେ ଯାଇଛନ୍ତି । ମେ 22ରୁ ଜୁନ 11 ପର୍ଯ୍ୟନ୍ତ ସେ ଛୁଟି ନେଇ କାନାଡା ଯାଇଛନ୍ତି । ସେଥିପାଇଁ ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ନେଇ ରାମମନ୍ଦିର ସାମ୍ନାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ - BJP Protest For Ratna Bhandar Issue

ଆସନ୍ତା ଜୁନ 11 ତାରିଖ ଯାଏଁ ଅରବିନ୍ଦ ଦାୟିତ୍ଵରେ ରହିବେ ବୋଲି ଜଣାପଡିଛି । ତେବେ ଦାୟିତ୍ଵ ନେବା ପୂର୍ବରୁ ଆଜି ପୂର୍ବାହ୍ନରେ ଅରବିନ୍ଦ ପାଢୀ ପ୍ରଥମେ‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ନେବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଚଳିତବର୍ଷ ରଥଯାତ୍ରା, ନବ ଯୌବନ ଦର୍ଶନ ଗୋଟିଏ ଦିନରେ ପଡ଼ୁଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରିହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ୧୯୭୧ ମସିହାରେ ଯେଉଁଭଳି ଭାବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ନୀତିକାନ୍ତି ସମ୍ପାଦନ ହେଇଥିଲା ଚଳିତ ବର୍ଷ କିଭଳି ନୀତିକାନ୍ତି ସମ୍ପନ୍ନ ହେବ । ସେ ସମ୍ପର୍କରେ ସେ ତଥ୍ୟ ଦେବା ନେଇ ଅଧିକାରୀଙ୍କ ସହ ଅରବିନ୍ଦ ପାଢୀ ଆଲୋଚନା କରିଥିଲେ । ପରେ ରଥନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସେନେଇ ମଧ୍ୟ ପଚାରି ବୁଝିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.