ETV Bharat / state

'ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର'; ୫ ଦିନରେ ଭେଟିଲେଣି ଲକ୍ଷେ ଲୋକ - PEOPLE MEETS CM MOHAN MAJHI - PEOPLE MEETS CM MOHAN MAJHI

NEARLY 1 LAKH PEOPLE MEET CM MOHAN MAJHI: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ବଢୁଛି କ୍ରେଜ । ରାଜ୍ୟର ଦାୟିତ୍ବ ନେବାର 5 ଦିନ ଭିତରେ ପାଖାପାଖି 1 ଲକ୍ଷ ଲୋକଙ୍କୁ ଭେଟିଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

AROUND 1 LAKH PEOPLE MET CM MOHAN MAJHI
AROUND 1 LAKH PEOPLE MET CM MOHAN MAJHI (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 10:52 PM IST

ଭୁବନେଶ୍ବର: ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି । ଗତ ୫ ଦିନ ଧରି ଲକ୍ଷାଧିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ବ୍ୟକ୍ତି ଖୁସି, ଆନନ୍ଦ, ବିଶ୍ବାସ ଓ ଭରସା ନେଇ ଫେରୁଛନ୍ତି । ନିଜ ବାସଗୃହରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।

AROUND 1 LAKH PEOPLE MET CM MOHAN MAJHI (ETV Bharat Odisha)

ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି । ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ । ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ । ଅର୍ଜୁନଙ୍କର ଗୋଟିଏ ଗୋଡ ନଥିଲା । ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇଥିଲେ । ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ସମସ୍ୟା ବିଷୟରେ ଶୁଣିଲେ । ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନହେବା ପାଇଁ ଶାନ୍ତନା ଦେଇଛନ୍ତି । ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଛନ୍ତି । ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ । ୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେଣି ।

ସାଧାରଣ ଲୋକଟିଏ ଅନୁଭବ କରୁଛି ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଜଣେ ସାଧାରଣ ଲୋକ ସରକାରଙ୍କ ନିକଟତର ହେବା ସ୍ଵପ୍ନ ଥିଲା । ମୋହନ ସରକାରରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇପାରୁଛି । ଘରେ, ବାହାରେ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଠି ଭେଟି ପାରୁଛନ୍ତି ଲୋକେ । ସେଥିପାଇଁ ସେମାନଙ୍କ ମନ ଭିତରେ ଅପାର ଆନନ୍ଦ ଓ ଆତ୍ମତୃପ୍ତି ପରିଲକ୍ଷିତ ହେଉଛି । ଆଜି ପର୍ଯ୍ୟନ୍ତ କେହି ଜଣେ ବି ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ନିରାଶ ହୋଇ ଯାଇନାହାନ୍ତି । ସମସ୍ତେ ଶୃଙ୍ଖଳିତ ଭାବେ ଧାଡିରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ଦୁଇପଦ କଥା ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ......ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - Preparatory Meeting for Ratha Yatra

ମୁଖ୍ୟମନ୍ତ୍ରୀ ଭାବେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମ ତଥା ସରକାରୀ ଅଧିକାରୀମାନଙ୍କୁ ଭେଟିବା ଭିତରେ ମଧ୍ୟ ଲୋକଙ୍କ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି । ସାଧାରଣ ଲୋକଟିଏ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି । ଫଟୋ ଉଠାଉଛନ୍ତି । ସେଲଫି ନେଇ ପାରୁଛନ୍ତି । ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା ଦୂରତା ହଟି ଯାଇଛି । ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସହଜରେ ମିଶୁଛନ୍ତି । ସେଥିରୁ ସେ ପ୍ରମାଣ କରୁଛନ୍ତି ଯେ ପ୍ରକୃତରେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର । କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟ, ଭିନ୍ନକ୍ଷମ ସମସ୍ତେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଆସି ଭେଟୁଛନ୍ତି । ସମସ୍ତେ ବୋଧେ ଚାହୁଁଥିଲେ ଏପରି ପରିବର୍ତ୍ତନ । ସମସ୍ତଙ୍କର ବୋଧେ ଆବଶ୍ୟକତା ଥିଲା ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କର, ଯେକି ଲୋକଙ୍କ ସୁଖଦୁଃଖର ହୋଇଥିବେ । ଲୋକଙ୍କ ସହ ମିଶୁଥିବେ ।

ଲୋକଙ୍କ ଭଲପାଇବା ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ । ସେମାନଙ୍କୁ ଯେଉଁ ନାୟ ମିଳିବା କଥା ତାହା ମିଳୁନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି । ତଳସ୍ତରର ସମସ୍ୟା କ'ଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳସ୍ତରର ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ । ତେଣୁ ଲୋକମାନେ ତାଙ୍କ ସ୍ଵଇଚ୍ଛାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁଥିଲେ, ସେବା ଚାହୁଁଥିଲେ । ତେଣୁ ସେମାନେ ପରିବର୍ତ୍ତନ ଆଣିଲେ । ଏ ସରକାର ହେଉଛି ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଆମର । ମୁଖ୍ୟମନ୍ତ୍ରୀ ଆମକୁ ଦେଖାଦେବା ଦରକାର ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ୟରେ ଲୋକଙ୍କ ୫୦ ବର୍ଷର ସମସ୍ୟାର ସମାଧାନ ହେବ । ଏହା ସହିତ ସେମାନଙ୍କ ବିକାଶର ସ୍ଵପ୍ନ ମଧ୍ୟ ନିଶ୍ଚିତ ରୂପେ ପୂରଣ ହେବ । ପ୍ରତ୍ୟେକ ସଭା, ସମିତି ଓ କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ଗୁରୁତ୍ଵ ଦେଉଛନ୍ତି । ଜଣେ ଖାଣ୍ଟି ଓଡିଆ ଭାବେ ତାଙ୍କ ମନରେ ରହିଛି ଓଡିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ଵାଭିମାନ । ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ୟମନ୍ତ୍ରୀ ଭାବେ ପାଇଛୁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.