ETV Bharat / state

ବାଲିଗୁଡାରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ

author img

By ETV Bharat Odisha Team

Published : Feb 6, 2024, 10:51 PM IST

Meeting Held By Kandha Kumbhar Samaj Unnayan Samit : ବାଲିଗୁଡ଼ା ଖେମୁଣ୍ଡୀଗଡରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ । କୁଳଦେବତାଙ୍କ ପୂଜା କରିବା ସହ ସଙ୍ଗଠନର ନୂତନ ସଦସ୍ଯ ମାନଙ୍କ ଚୟନ । ଅଧିକ ପଢନ୍ତୁ

ବାଲିଗୁଡାରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ
ବାଲିଗୁଡାରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ

ବାଲିଗୁଡାରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖେମୁଣ୍ଡୀଗଡରେ କନ୍ଧ କୁମ୍ଭାର ସମାଜ ଉନ୍ନୟନ ସମିତିର ସାଧାରଣ ଅଧିବେଶନ ଆୟୋଜିତ ହୋଇଛି । ସମାଜରେ ସମସ୍ତ ଭାଇଭଉଣୀମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚାରିଗଡର ମୁଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇଭଉଣୀ ମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜର କୁଳ ଦେବୀ ଗଙ୍ଗା ମାତା ଓ ମାଆ ପାଟ୍ଟଖଣ୍ଡା ଦେବୀଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

କନ୍ଧ କୁମ୍ଭାର ସମାଜର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ବିଜୟ କୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧ୍ୟକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଜୟନ୍ତ କୁମାର ବେହେରା ଆଦି ପ୍ରମୁଖ ଉପସ୍ଥିତ ରହି ସମାଜର ନୀତି ନିୟମ ସମ୍ବନ୍ଧରେ ଅବଗତ କରିଥିଲେ । କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁ ଥିବାରୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ସରକାରଙ୍କ ନିକଟରେ ନିଜର ହକ୍ ଅଧିକାର ସାବ୍ୟସ୍ତ କରିବା ପାଇଁ ଦାବି ଉପସ୍ଥାପନା ସକାଶେ ସଂଗଠିତ ହେବାକୁ ଆମନ୍ତ୍ରିତ ମୁଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଆଦିବାସୀ ଭାଷାରେ ମଞ୍ଚସ୍ଥ ହେଉଛି ନାଟକ

ସମାଜରେ ପ୍ରଚଳିତ ଅନ୍ଧବିଶ୍ବାସ , କୁସଂସ୍କାର , ବାଲ୍ୟ ଵିଵାହ ଦୂରୀକରଣ, ନିଶା ନିବାରଣ କରିବା ସହିତ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ରକ୍ତଦାନ ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ ହୋଇଥିଲା । ପରେ ବାଲିଗୁଡ଼ା ଖେମୁଣ୍ଡଗଡ ସଙ୍ଗଠନର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମରେ ସଭାପତି ଭାବେ ପଙ୍କଜ ବେହେରା, ଉପ ସଭାପତି ଭାବେ ଦୀପକ କୁମାର ବେହେରା, ସାଧାରଣ ସମ୍ପାଦକ ଭାବେ ନୀଳ ମାଧବ ବେହେରା, ସମ୍ପାଦକ ଭାବେ ଇନ୍ଦ୍ରଜିତ ବେହେରା, କୋଷାଧ୍ୟକ୍ଷ ଭାବେ ରାମକୃଷ୍ଣ ବେହେରା, ମୁଖ୍ୟ ସଭ୍ୟ ଭାବରେ ମାର୍କଣ୍ଡ ବେହେରା ଓ ପତ୍ରକାର ଭାବରେ ରଞ୍ଜିତ କୁମାର ବେହେରାଙ୍କୁ ଚୟନ କରାଯାଇଥିଲା । ସେହିପରି ମାତୃ ମଣ୍ଡଳୀର ସଭାନେତ୍ରୀ ଭାବରେ ସର୍ବ ସମ୍ମତି କ୍ରମରେ ମିଥିଳା ବେହେରା, ଉପ ସଭାପତି ଭାବେ ତପସ୍ଵିନୀ ବେହେରା, ସମ୍ପାଦିକା ଭାବରେ ଆରତୀ ବେହେରା ଏବଂ ମୁଖ୍ୟ ସଭ୍ୟ ଭାବରେ ସରସ୍ବତୀ ବେହେରାଙ୍କୁ ଚୟନ କରାଯାଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.