ETV Bharat / state

ବିପଦରେ କଲରାପତରିଆ ବାଘ: ୫ ବର୍ଷରେ ୧୦ ମୃତ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ?

author img

By ETV Bharat Odisha Team

Published : Feb 12, 2024, 4:55 PM IST

Leopard Death: ଅନୁଗୋଳରେ ବିଲୁପ୍ତ ହୋଇଯିବେ କି କଲରପତରିଆ ବାଘ ? ଧିରେ ଧିରେ କମୁଛି ଏହି ପ୍ରଜାତିର ବାଘଙ୍କ ସଂଖ୍ୟା । ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ବିଗତ 5 ବର୍ଷରେ ଗଲାଣି 10 କଲରା ପତରିଆ ବାଘଙ୍କ ଜୀବନ ।

କଲରାପତରିଆ ବାଘ
Leopard
ବିପଦରେ କଲରା ପତରିଆ ବାଘ

ଅନୁଗୋଳ: ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ମୃତ୍ୟୁବରଣ କରିବା ପରେ ଜିଲ୍ଲାରେ କଲରାପତରିଆ ବାଘ ବିପଦରେ ଥିବା ସ୍ପଷ୍ଟ ହୋଇ ଯାଇଛି । ଆଠମଲ୍ଲିକ ଓ ସାତକୋଶିଆରେ ବିଭିନ୍ନ ଜଙ୍ଗଲରେ ଶିକାରୀ ଫାଶରେ ପଡ଼ି ଏହି ପ୍ରଜାତିର ବାଘଙ୍କର ବାରମ୍ବାର ମୃତ୍ୟୁ ହେଉଛି । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡ ସୀମା ଲାଗି ରହିଛି । ତେଣୁ କଲରାପତରିଆ ବାଘ ଚଳପ୍ରଚଳ କରନ୍ତି । ବିଗତ ୫ବର୍ଷ ମଧ୍ୟରେ ଏହି ଦୁଇ ବନଖଣ୍ଡରେ ପ୍ରାୟ ୧୦ଟି କଲରାପତାରିଆ ବାଘ ମରିଥିବା ବନ ବିଭାଗ ରେକର୍ଡ଼ରୁ ଜଣାପଡିଛି । ସେମାନଙ୍କ ସୁରକ୍ଷା ଅଭାବରୁ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ ।

ବିଲୁପ୍ତ ହେବାକୁ ଥିବା ପ୍ରାଣୀମାନଙ୍କ ମଧ୍ୟରେ କଲରାପତରିଆ ବାଘ ଅନ୍ୟତମ । ଏହି ପ୍ରଜାତିର ବାଘକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି । ଅନୁଗୋଳ ଜିଲ୍ଲାରେ ମଧ୍ୟ ଏମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଜିଲ୍ଲାରେ ଅନୁଗୋଳ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ଦେବଗଡ଼ ବନଖଣ୍ଡର ଖମାର ବନାଞ୍ଚଳ ରହିଛି । ତେବେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ଆଠମଲ୍ଲିକ ବନଖଣ୍ଡରେ କଲରାପତରିଆ ବାଘ ଅଧିକ ସଂଖ୍ୟାରେ ଦେଖା ଯାଆନ୍ତି । ଅନ୍ୟ ଜଙ୍ଗଲ ଗୁଡିକରେ ମଧ୍ୟ ଅଳ୍ପ ସଂଖ୍ୟାରେ ଦେଖିବାକୁ ମିଳନ୍ତି । କିନ୍ତୁ ଯେଉଁ ଭଳି ଭାବେ ସେମାନଙ୍କୁ ସୁରକ୍ଷା ଦିଆଯିବା କଥା ସେଭଳି ଦିଆ ଯାଉନାହିଁ । ଫଳରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-ଅନୁଗୋଳରେ ଅସୁରିକ୍ଷିତ ବାଘ ! କଲରାପତରିଆର ଗଳିତ ମୃତଦେହ ଉଦ୍ଧାର

5 ବର୍ଷରେ 10 ବାଘ ମୃତ: ବିଭାଗୀୟ ରେକର୍ଡ ଅନୁସାରେ ବିଗତ ୫ବର୍ଷ ମଧ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡରେ 10 ବାଘଙ୍କ ମୃତ୍ୟୁ ହୋଇଛି । କେବଳ ଆଠମଲ୍ଲିକ ବନଖଣ୍ଡରେ ୫ଟି କଲରାପତରିଆ ବାଘ ମରିଛନ୍ତି । ଗତ ସପ୍ତାହରେ ଆଠମଲ୍ଲିକ ବନଖଣ୍ଡର ମିଣ୍ଡଳ ଜଙ୍ଗଲରୁ ଫାସରେ ପଡି ମାରିଥିବା ଏକ ବାଘ ମିଳିଥିଲା । ସେହିପରି ବିଗତ ୫ବର୍ଷ ମଧ୍ୟରେ ଖମାର ବନାଞ୍ଚଳରେ ଗୋଟିଏ ଏବଂ ଛେଣ୍ଡିପଦା ବନାଞ୍ଚଳରେ ଗୋଟିଏ ଏହିପରି ଦୁଇଟି ବାଘ ମରିଛନ୍ତି । ଗତ ଦୁଇ ବର୍ଷ ପୂର୍ବେ ଦୁର୍ଗାପୁର ବନାଞ୍ଚଳରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଦୀର୍ଘ ସମୟ ଛଟପଟ ହେବା ପରେ ଫାଶ ସହ ଜଙ୍ଗଲ ଭିତରକୁ ପଳାଇ ଥିଲା । ତେଣୁ ସେ ଜୀବିତ କି ମୃତ ଏପର୍ଯ୍ୟନ୍ତ ବନ ବିଭାଗ ପାଖରେ ଖବର ନାହିଁ ।

ତେଣୁ କଲରାପତରିଆ ବାଘ ସୁରକ୍ଷା ପାଇଁ ବନ ବିଭାଗ ସେଭଳି କୌଣସି କଡା ପଦକ୍ଷେପ ଗ୍ରହଣ କରୁନାହିଁ । ସବୁଠାରୁ ବଡ଼ କଥା ହେଉଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଅସୁରକ୍ଷିତ ହୋଇ ପଡିଛନ୍ତି । ଗତ ବର୍ଷ ଏଠାରେ ୨ଟି କଲରାପତାରିଆ ବାଘ ମଲେଣି । ଗତ ବର୍ଷ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜର ଗୋପାଳପୁର ଗାଁ ନିକଟରେ ଏକ କଲରାପତାରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିଲା । ବନ ବିଭାଗ ତାକୁ ଉଦ୍ଧାର କରିଥିଲେ । ସେହିପରି ପମ୍ପାସର ରେଞ୍ଜର କୁଲାଙ୍ଗି ଗାଁ ନିକଟରୁ ଏକ କଲରାପତରିଆ ବାଘ ଏବଂ ତାର ଛୁଆର ମୃତଦେହ ଉଦ୍ଧାର କରାଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଜଙ୍ଗଲ ଭିତରେ ଶିକାରୀ ନିର୍ଭୟରେ ବିଚରଣ କରୁଛନ୍ତି । ଜନ୍ତୁ ଶିକାର ପାଇଁ ଫାସ ପକାଉଛନ୍ତି । ଫଳରେ କଲରାପତରିଆ ଭଳି ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ସୁରକ୍ଷିତ ରହି ପାରୁନାହାନ୍ତି ।

୨୦୧୬ ପରଠାରୁ ହୋଇନି ବ୍ୟାଘ୍ର ଗଣନା: ପ୍ରତ୍ୟେକ ୪ବର୍ଷରେ ଥରେ ବ୍ୟାଘ୍ର ଗଣନା କରାଯାଏ । ସେହି ହିସାବରେ ଗତ ୨୦୧୬ ଗଣନା ଅନୁସାରେ ସାତକୋଶିଆରେ ୧୮, ଆଠମଲ୍ଲିକରେ ୧୪, ମହାନଦୀ ଡିଭିଜନରେ ୧୭ଟି କଲରାପତରିଆ ବାଘ ଅଛନ୍ତି । ଅନୁଗୋଳ ବନଖଣ୍ଡରେ ଗତ ୨୦୦୪ରେ ୪ଟି କଲରାପତରିଆ ଥିବା ଗଣନାରୁ ଜଣା ପଡିଥିଲା । ତାପରେ ଆଉ ଗଣନା ହୋଇନାହିଁ । ବିଭିନ୍ନ ଜଙ୍ଗଲରେ ମହାବଳ ବାଘ ଗଣନା ଯେତିକି ଗୁରୁତ୍ୱର ସହ କରାଯାଏ କଲରାପତାରିଆ ବାଘ ଗଣନା ସେତିକି ଗୁରୁତ୍ୱର ସହ କରାଯାଏନାହିଁ । ଫଳରେ ସେମାନଙ୍କ ନିର୍ଦ୍ଦିିଷ୍ଟ ସଂଖ୍ୟା ଜଣା ପଡ଼େନାହିଁ । ତେଣୁ କଲରାପତରିଆ ବାଘ ସୁରକ୍ଷା ପାଇଁ ଚିନ୍ତା ନକରିବା ନିଶ୍ଚିତଭାବେ ଚିନ୍ତାର କାରଣ । ଏହାଛଡ଼ା ବନ ବିଭାଗ କର୍ମଚାରୀମାନେ ଏବେ ବିଭିନ୍ନ ଉନ୍ନୟନମୂଳକ କାମରେ ଅଧିକ ସମୟ ଦେଉଛନ୍ତି । ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି । ତେଣୁ ଜଙ୍ଗଲ ଓ ଜଙ୍ଗଲ ଜନ୍ତୁ ସୁରକ୍ଷା କଥା ଚିନ୍ତା କରିବାକୁ ବନ ବିଭାଗ ପାଖରେ ସମୟ ନାହିଁ। ଏହାର ସୁଯୋଗ ନେଉଛନ୍ତି ପେଷାଦାର ଶିକାରୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.