ETV Bharat / state

10 ଦଫା ଦାବି ନେଇ ଜଗପତି ଜିଲ୍ଲାପାଳଙ୍କୁ ଭେଟିଲା ଅଙ୍ଗନବାଡି କର୍ମୀ ସଂଘ

author img

By ETV Bharat Odisha Team

Published : Feb 28, 2024, 10:50 AM IST

Updated : Feb 28, 2024, 11:19 AM IST

Anganwadi Workers Meets Collector: ୧୦ଦଫା ଦାବି ନେଇ ଗଜପତି ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଗଜପତି: ଦୀର୍ଘ ଦିନ ଧରି ଅଙ୍ଗନବାଡି କର୍ମୀମାନେ ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ରାଜ୍ୟସରକାର ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏନେଇ ଅଙ୍ଗନବାଡି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଗଜପତି ଜିଲ୍ଲା ଅଙ୍ଗନବାଡି ସଂଘର କର୍ମୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଅଙ୍ଗନବାଡି କର୍ମୀମାନେ ୧୦ ଦଫା ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଅଙ୍ଗନବାଡି କର୍ମଚାରୀଙ୍କୁ ନିୟମିତା କରିବା, ନିୟମିତ ହେବା ଯାଏଁ ପ୍ରତିମାସରେ କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ପ୍ରଦାନ କରିବା, ଅଙ୍ଗନବାଡି କର୍ମୀଙ୍କ ପାଇଁ ସଂରକ୍ଷିତ ୫୦ ପ୍ରତିିଶତ ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ କରିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଗ୍ରାଚୁଇଟି ନିୟମ ଲାଗୁ କରିବା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରିବା ସହ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା, ବହିଷ୍କୃତ ୬ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତି କରିବା ଗରମ ରନ୍ଧା ଖାଦ୍ୟ ମୂଲ୍ୟ ବୃଦ୍ଧି କରିବା ଆଦି ୧୦ଦଫା ଦାବି ନେଇ ଗଜପତି ଜିଲ୍ଲା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଗତ ମଙ୍ଗଳବାର ଅଙ୍ଗନବାଡି କର୍ମୀମାନେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଯାଜପୁର କେନ୍ଦ୍ରର ବହିଷ୍କୃତ ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତ କରିବା ଏବଂ ଅଣ୍ଡାର ବଜାର ଦର ବଦ୍ଧି ହେତୁ ଅଣ୍ଡାର ସରକାରୀ ଦର ମଧ୍ୟ ବୃଦ୍ଧି କରିବା ପାଇଁ ସେମାନେ ଦାବି କରିଛନ୍ତି । ଅତିଶୀଘ୍ର ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଜିଲ୍ଲା ଅଙ୍ଗନବାଡି ସଂଘର ସଭାନେତ୍ରୀ ଅଞ୍ଜଳୀ ନାୟକ ଏବଂ ସଂପାଦିକା ପୁଷ୍ପାଞ୍ଜଳୀ ପଣ୍ଡା ।

ସୂଚନା ଥାଉ କି, ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ୧୦ ଦଫା ଦାବି ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାରଙ୍କ ଦ୍ବାରା ଅଙ୍ଗନବାଡି କର୍ମଚାରୀ ମାନଙ୍କର ଦାବି ପୂରଣ କରାଯାଉ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଯାହାଫଳରେ ଆଜି ହଜାର ହଜାର ଅଙ୍ଗନୱାଡ଼ି କର୍ମୀ ରାଜରାସ୍ତାକୁ ଓହ୍ଲାଉଛନ୍ତି ।

ସେମାନଙ୍କ ଦାବି ଗୁଡିକ ହେଲା: ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ କରିବା ସହିତ ଜୀବିକା ମଜୁରୀ ପ୍ରଦାନ କରାଯାଇ, ଯେ ପର୍ଯ୍ୟନ୍ତ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮୦୦୦ ଓ ସହାୟିକାଙ୍କୁ ୯୦୦୦ ହଜାର ଟଙ୍କା ବେତନ ପ୍ରଦାନ କରାଯାଉ ଅଙ୍ଗନବାଡି କର୍ମୀଙ୍କ ପାଇଁ ସଂରକ୍ଷିତ ଥିବା ଶତକଡା ୫୦% ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ କରାଯାଉ ଓ ପ୍ରତ୍ୟେକ ବର୍ଷ ପଦୋନ୍ନତି ଦିଆଯାଉ ।

ଏହା ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଅନୁସାରେ ଗ୍ରାଚୁଇଟି ନିୟମ ଲାଗୁ କରିବା ସହିତ ଅବସର ଗ୍ରହଣ କରିଥିବା ସମସ୍ତ କର୍ମୀ ସହାୟିକାଙ୍କୁ ଗ୍ରାଚୁଇଟି ପ୍ରଦାନ କରାଯାଉ । ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ଦିଆଯାଉ ଓ ଗ୍ରୀଷ୍ମ ଛୁଟି ଲାଗୁ କରାଯାଉ । ୨୦୧୯ ମସିହାରେ ବହିସ୍କୃତ ୬ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ ଓ ଜିଓ ଟ୍ୟାଗ୍ ବନ୍ଦ କରାଯାଉ ।

ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖ ସବୁ ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ । ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଉ । ଅଙ୍ଗନବାଡି କର୍ମଚାରୀଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଦେବା ସହିତ ମାସିକ ୫୦୦୦ ଡଙ୍କା ପେନସନ ଦିଆଯାଉ । ଅଙ୍ଗନବାଡି କର୍ମଚାରୀ ଓ ମହାୟିକା କଲ୍ୟାଣ ବୋର୍ଡ଼ ଗଠନ କରାଯାଇ କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରାଯାଉ ।

ଏହା ମଧ୍ୟ ପଢନ୍ତୁ: ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ: ସିଡିପିଓଙ୍କ କାର୍ଯ୍ୟାଳୟ ତାଲା ପକାଇବାକୁ ଚେତାବନୀ

ଇଟିଭି ଭାରତ, ଗଜପତି

Last Updated : Feb 28, 2024, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.