ETV Bharat / state

ଆନ୍ଧ୍ରରେ ଆଜିଠୁ ମାସକୁ 4 ହଜାର ଟଙ୍କା ଭତ୍ତା, ଓଡିଶାରେ କେବେ ମିଳିବ 3 ହଜାର, ଇସ୍ତାହାରରେ କହିଥିଲା ବିଜେପି - hiked monthly welfare pension money

author img

By ETV Bharat Odisha Team

Published : Jul 1, 2024, 10:50 AM IST

Andhra Pradesh govt started distribution of hiked monthly welfare pension money: ଓଡିଶାରେ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ରହିଛି । ଗତ ଫେବ୍ରୁଆରୀରେ ଏଥରେ 500 ଟଙ୍କା ବୃଦ୍ଧି ହୋଇଥିଲା । ବର୍ତ୍ତମାନ ଆନ୍ଧ୍ରରେ 4 ହଜାର ଟଙ୍କା ମିଳିବା ପରେ ରାଜ୍ୟରେ କେବେ ହେବ 3 ହଜାର ଟଙ୍କା । ଅଧିକ ପଢନ୍ତୁ

pension money
pension money (ETV Bharat Odisha)

ହାଇଦ୍ରାବାଦ: କଥା ରଖିଲା ଆନ୍ଧ୍ରର ନୂଆ ନାଇଡୁ ସରକାର । ଲାଗୁ ହେଲା ପ୍ରଥମ କ୍ୟାବିନେଟର ନିଷ୍ପତ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶରେ ଆଜିଠୁ ବଢିଲା ଭତ୍ତା । ନାଇଡୁ ସରକାର ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ଅଧିନରେ ଆଜୁଠି ପ୍ରଦାନ କରିଛନ୍ତି ବର୍ଦ୍ଧିତ ଭତ୍ତା ରାଶି । ରାଜ୍ୟର 65.3 ଲକ୍ଷ ହିତାଧିକାରୀଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା ରାଶି । ଏଥରେ ଉପକୃତ ହୋଇଛନ୍ତି ରାଜ୍ୟର 28ଟି ଶ୍ରେଣୀର ଉପଭୋକ୍ତା । ବର୍ଦ୍ଧିତ ରାଶିରେ 4 ହଜାର ଟଙ୍କା ପାଇଛନ୍ତି ହିତାଧିକାରୀ । ତେବେ ପୂର୍ବରୁ 3 ହଜାର ଟଙ୍କା ପ୍ରଦାନ କରୁଥିବା ଆନ୍ଧ୍ର ସରକାର ଆଜିଠୁ 4 ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯାହା ନୂଆ ସରକାରର ଇସ୍ତାହରରେ ଉଲ୍ଲେଖ ରହିଥିଲା । ଏପଟେ ଆନ୍ଧ୍ରରେ ଭତ୍ତା ବୃଦ୍ଧି ପରେ ଓଡିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସରକାର ନିର୍ବାଚନ ସମୟରେ ଇସ୍ତାହାରରେ ଭତ୍ତା ବୃଦ୍ଧି ହୋଇ 3 ହଜାର ଟଙ୍କା ମିଳିବ ବୋଲି କହିଥିଲା ।

କଣ ଥିଲା ବିଜେପି ଇସ୍ତାହାର-

ରାଜ୍ୟରେ ଇସ୍ତାହାର ଜାରି କରି ବିଜେପି ଅନେକ ଯୋଜନା ଆଣିବା ପାଇଁ ସଂକଳ୍ପ ପତ୍ରରେ ପ୍ରକାଶ କରିଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ 50 ହଜାର ଟଙ୍କାର ଭଉଚର, 5 ବର୍ଷରେ 3.5 ଲକ୍ଷ ନିଯୁକ୍ତି, ଧାନ କ୍ବିଣାାଲ ପିଛା 3100 ଟଙ୍କା, ମତ୍ସ୍ୟଜୀବୀଙ୍କୁ ବାର୍ଷିକ 10 ହଜାର ସହାୟତ, ଆଦିବାସୀ ଯୁବକ ଯୁବତୀଙ୍କୁ ବାର୍ଷିକ 5 ହଜାର ଟଙ୍କା ମେଧାବୃତ୍ତି ସହାୟତା ସହିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ଏବଂ ଅସହାୟଙ୍କୁ ମାସିକ 3000 ଟଙ୍କା ଭତ୍ତା ପ୍ରଦାନ କରିବ ବୋଲି ଇସ୍ତାହାରରେ କହିଥିଲା ।

ମଧୁବାବୁ ପେନସନ ଯୋଜନା କଣ-

ରାଜ୍ୟର ପୂର୍ବତନ ବିଜେଡି ସରକାର ନିଜସ୍ବ ମଧୁବାବୁ ପେନସନ ଯୋଜନା ଅଧିନରେ ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହାତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟରେ ବିଭିନ୍ନ ବର୍ଗର 56 ଲକ୍ଷ 76 ହଜାର 916 ଜଣଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡସ ସେଲ ଦ୍ବାରା ଚିହ୍ନଟକୃତ ଏଡସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଦ୍ବାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି । ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଉଥିଲେ । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।

କେବେ ବଢିଥିଲା ଭତ୍ତା, ଏବେ ମିଳୁଛି କେତେ ?

ଗତ ଫେବୃଆରୀ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ରହିଛି । ଗତ ଫେବ୍ରୁଆରୀରୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ବେଳେ ବାର୍ଷିକ ୩୬୮୩ କୋଟି ଟଙ୍କାର ଖର୍ଚ୍ଚ ମୁଣ୍ଡାଉଛନ୍ତି ସରକାର ।

ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଉଛନ୍ତି । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ପାଉଛନ୍ତି ।

ତେବେ ପ୍ରଥମ କ୍ୟାବିନେଟ ବୈଠକରେ ମୋହନ ସରକାର 4ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବେଳେ ଭତ୍ତା ସମ୍ପର୍କିତତ କୌଣସି ନିଷ୍ପତ୍ତି ସାମ୍ନାକୁ ଆସିନଥିଲା । ଶ୍ରୀମନ୍ଦିରର 4 ଦ୍ବାର ଖେଲିବାଠୁ ଆରମ୍ଭ କରି ଶ୍ରୀମନ୍ଦିର ପାଇଁ ହେବ କର୍ପସ ଫଣ୍ଡ । ସୁଭଦ୍ରା ଯୋଜନା 100 ଦିନରେ କାର୍ଯ୍ୟକାରୀ ହେବା ସହିତ ଧାନ ମୂଲ୍ୟ କ୍ବାଣ୍ଟାଲ ପ୍ରତି 3100 ହେବ ବୋଲି ସୂଚନା ରହିଥିଲା । ଏହା ସହିତ ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡରେ ରହିବ ୫୦୦ କୋଟି ଟଙ୍କା । ଶ୍ରୀମନ୍ଦିରର ଉନ୍ନତିକରଣରେ ପାଣ୍ଡିର ବ୍ୟବହାର ହେବ । ସମୃଦ୍ଧ କୃଷକ ନୀତି ଆଣିବେ ସରକାର ବୋଲି ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ମଧୁବାବୁ ପେନସନ ଯୋଜନାରେ ୫ ଶହ ଟଙ୍କା ବୃଦ୍ଧି, ଚଳିତ ମାସରୁ ହେବ ଲାଗୁ

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଗଣ ଏବଂ ରାଜ୍ୟ ସଭାପତି ମଧ୍ୟ ସମସ୍ତ ଇସ୍ତାହାର ବା ସଂକଳ୍ପ ପତ୍ର ପୂରଣ ପାଇଁ ପ୍ରତିଶୃତି ଦେଇଥିବା ବେଳେ କେବେ ସାମାଜିକ ଭତ୍ତା ରାଶି ବୃଦ୍ଧି ହେବ ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.