ETV Bharat / state

ଜମି ପଟ୍ଟା ପାଇଁ ୫ହଜାର ଲାଞ୍ଚ ନେଉଥିଲେ ଅମିନ, ବାନ୍ଧିଲା ଭିଜିଲାନ୍ସ

Vigilance Raid: ଜମି ପଟ୍ଟା ଦେବା ପାଇଁ ଲାଞ୍ଚ ନେଉଥିଲେ ଅମିନ । ଲାଞ୍ଚୁଆ ଅମିନଙ୍କୁ ଗିରଫ କଲା ଭିଜିଲାନ୍ସ । ପୁରା ଖବର ପଢନ୍ତୁ

author img

By ETV Bharat Odisha Team

Published : Mar 4, 2024, 7:20 PM IST

Vigilance Raid
Vigilance Raid

ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ। ଜମି ପଟ୍ଟା ଦେବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅମିନ ସଦାନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହ ଏକକାଳୀନ ୨ ଟି ସ୍ଥାନରେ ଚଢାଉ ଜାରି ରଖିଛି ଟିମ୍ । ଜମି ପଟ୍ଟା କରାଇଦେବାକୁ ସଦାନନ୍ଦ 5 ହଜାର ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଗୋଟିଏ ବର୍ଷ ପୂର୍ବରୁ ଜଣେ ହିତାଧିକାରୀ ତାଙ୍କ ଜମି ପଟ୍ଟା ପାଇଁ ଆଗଲପୁର ତହସିଲଦାରଙ୍କ ପାଖରେ ନିବେଦନ କରିଥିଲେ। ତହସିଲଦାରଙ୍କର ନିର୍ଦ୍ଦେଶରେ ଜମି ପଟ୍ଟା ପାଇଁ ମାପ ଚୁପ ହେବା ସହ ଜମିପଟ୍ଟା ପ୍ରଦାନ କରାଯିବା କଥା । ହେଲେ ସମ୍ପୃକ୍ତ ଅମିନ ସଦାନନ୍ଦ ସାହୁ ପାଖାପାଖି ବର୍ଷ ଧରି ଏହି କାର୍ଯ୍ୟରେ ଅବହେଳା କରିଆସୁଥିଲେ ।

Vigilance Raid
Vigilance Raid

ହିତାଧିକାରୀ ଜଣଙ୍କ ଜମି ପଟ୍ଟା ପାଇଁ କହିବାରୁ ସେ ସିଧାସଳଖ ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ବ୍ୟକ୍ତି ଜଣଙ୍କ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଆଜି ଆଗଲପୁର ତହସିଲ କାର୍ଯ୍ୟାଳୟର ସମ୍ପୃକ୍ତ ଅମିନ ସଦାନନ୍ଦ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛନ୍ତି । ଏହାସହ ତାଙ୍କର ଅଫିସ ଓ ଆଗଲପୁର ସ୍ଥିତ ବାସ ଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ସେହିପରି ସଦାନନ୍ଦଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଅଛି କି ନାହିଁ ତାର ମଧ୍ୟ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେଇ ବନ୍ଧା ହେଲେ ASI, ୩ଟି ଭିଜିଲାନ୍ସ ଟିମର ଏକକାଳୀନ ରେଡ୍

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ESI କର୍ମଚାରୀ, ରୋଗୀଙ୍କ ବିଲ ପାସ କରାଇବାକୁ ନେଉଥିଲେ ଲାଞ୍ଚ

ଲାଞ୍ଚ ନେଉଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୋଡରେ ଭିଜିଲାନ୍ସ । ଦୁଇ ଦିନ ତଳେ ଡାବୁଗାଁ ଥାନାରେ କାର୍ଯ୍ୟରତ ସୀମାଞ୍ଚଳ ମହାରଣାକୁ ଗିରଫ କରିଥିଲା ଭିଜିଲାନ୍ସ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ରାଉଁଳିଗୁଡାର ମକରନ୍ଦ ଯାନୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ ଏଏସଆଇ ସୀମାଞ୍ଚଳ । ଏକ ଗଣ୍ଡଗୋଳ ମାମଲାକୁ କୋହଳ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ତେବେ ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ୩ ଟି ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.