ETV Bharat / state

ରାଜଧାନୀରେ ଚାଞ୍ଚଲ୍ୟ; ନିଶା ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Mar 5, 2024, 11:58 AM IST

Allegation Of Youth Killed By Friends: ନିଶା ପାଇଁ ଯୁବକଙ୍କୁ ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ନିଶା ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ
ନିଶା ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ

ନିଶା ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ନିଶା ପାଇଁ ଯୁବକଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର । ଏନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଙ୍ଗମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ଛାନଭିନ୍‌ ଜାରି ରଖିଛି ।

ସୂଚନା ଅନୁସାରେ, ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳର ରଙ୍ଗଣି ବସ୍ତିର ଦୀପକ ସାହୁ (35) ରଙ୍ଗମସ୍ତ୍ରୀ ଭାବରେ କାମ କରୁଥିଲେ । ଅନେକ ସମସୟରେ ସେ ନିଶା ଖାଇବା ପାଇଁ ନିଶାଡି ସାଙ୍ଗଙ୍କ ସହ ମିଳାମିଶି କରୁଥିଲେ । ପ୍ରାୟତଃ ନିଶା ସେବନ କରି ନିଶାରେ ଚୁର ରହୁଥିଲେ । ତେବେ ଗତକାଲି (ସୋମବାର) ସକାଳୁ ଦୀପକ କିଛି ସାଙ୍ଗଙ୍କ ସହ ମିଶି ଘରୁ ବାହାରକୁ ଯାଇଥିଲେ । ପରେ ଦିନ ପ୍ରାୟ ୨ଟା ସମୟରେ ସାଙ୍ଗମାନେ ଦୀପକଙ୍କୁ ଏକ ଅଟୋରେ ଆଣି ଘରେ ଛାଡ଼ିଥିଲେ । ପରେ ଦୀପକ ଶୋଇଥିବା ପରିବାର ଲୋକେ ଭାବିଥିଲେ । କିଛି ସମୟ ପରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳେ ସେ ଚେତାଶୁନ୍ୟ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଘର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସୁଧ ଟଙ୍କାକୁ ନେଇ ଶତ୍ରୁତା, ଗାଁ ଦାଣ୍ଡରେ ଗୋଡାଇ ଗୋଡ଼ାଇ ହାଣିଲେ

ସେପଟେ ଦୀପକଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ହତ୍ୟା ଅଭିଯୋଗ ପରେ ‌ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଅନ୍ୟପଟେ ସାଙ୍ଗମାନଙ୍କ ସହ କଣ ଘଟିଥିଲା ଜାଣିବା ପାଇଁ ଚେଷ୍ଟା କରିଥିବା ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଜଳେଶ୍ବର ମନ୍ଦିର ପାଖରେ ଦୀପକ ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରିଥିଲା ଓ ପରେ ବ୍ରାଉନସୁଗାର ଖାଇଥିଲା । ସେଠାରେ ହୁଏତ ଅତ୍ୟଧିକ ନିଶାରେ‌ ହାର୍ଟ ଚୋକ୍‌ ହୋଇଥାଇପାରେ ବା ଅତ୍ୟଧିକ ନିଶା ଓ ମଦ ଯୋଗୁଁ ବିଷ କ୍ରିୟା ହୋଇ ପ୍ରାଣ ହରାଇଥାଇପାରେ । ଭୟରେ ସାଙ୍ଗମାନେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର‌ କରିଥାଇପାରନ୍ତି । ଏନେଇ ସାଙ୍ଗମାନଙ୍କୁ ଧରିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ କହିଛନ୍ତି । ସେପଟେ ବର୍ତ୍ତମାନ ଦୀପକଙ୍କ ସାଙ୍ଗମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.