ETV Bharat / state

ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍କୁଲ ପାଠପଢ଼ା - TOMORROW normal SCHOOL

author img

By ETV Bharat Odisha Team

Published : Jun 23, 2024, 4:13 PM IST

TOMORROW NORMAL SCHOOL: ରାଜ୍ୟରେ ସ୍ୱାଭାବିକ ହୋଇଛି ପାଗ । ଆସନ୍ତାକାଲିଠାରୁ ୧୦ଟାରୁ ୪ଟା ଖୋଲିବ ସ୍କୁଲ । ସେପଟେ ଗଣିତ ଶିକ୍ଷାକୁ ନେଇ ବ୍ଲକସ୍ତରରେ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ । ଅଧିକ ପଢନ୍ତୁ

TOMORROW NORMAL SCHOOL
TOMORROW NORMAL SCHOOL (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍କୁଲ । ରାଜ୍ୟରେ ବଦଳିଛି ପାଣିପାଗ । ସ୍କୁଲ ସ୍ୱାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ । ତେଣୁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ସ୍ଵାଭାବିକ ଭାବରେ ପରିଚାଳିତ ହେବ । ଅନ୍ୟପଟେ ରାଜ୍ୟସ୍ତରରେ ସଂସ୍ଥା ସରକାରୀ ସ୍କୁଲରେ ଗଣିତ ଶିକ୍ଷାକୁ ନେଇ ବ୍ଲକସ୍ତରୀୟ ଦିଆଯିବ ପ୍ରଶିକ୍ଷଣ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ସେ କହିଛନ୍ତି, "ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ରହିଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି ।" ଏହାଦ୍ୱାରା ପିଲାଙ୍କ ଗଣିତ ଶିକ୍ଷା ବୃଦ୍ଧି ହେବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଗଣିତ ଏବଂ ଅଙ୍କ ଶିକ୍ଷାରେ କିପରି ଛାତ୍ରଛାତ୍ରୀମାନେ ଦକ୍ଷ ହେବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅନେକ ପଦକ୍ଷେପ । ଯାହାଦ୍ଵାରା ଛାତ୍ରଛାତ୍ରୀମାନେ ଅଧିକାଂଶ ଏହାର ସୁଫଳ ପାଇପାରିବେ । ଆଗାମୀ ଦିନରେ ଗଣିତ ଜ୍ଞାନରେ ଛାତ୍ରଛାତ୍ରୀମାନେ କିପରି ସର୍ବାଗ୍ରେ ରହିବେ ସେଥିପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷଣ ସାମଗ୍ରୀ ଏବଂ ଭିଡିଓ ପ୍ରସ୍ତୁତ ହେଉଥିବାବେଳେ, ଶିକ୍ଷକ ଏବଂ ଶିକ୍ଷକ ପ୍ରଶିକ୍ଷକମାନଙ୍କ ସହିତ ଜାତୀୟସ୍ତରର ଅଗ୍ରଣୀ ସଂସ୍ଥା ଖାନ୍ ଏକାଡେମୀକୁ ନେଇ ଏବେ ବିଚାର ବିମର୍ଷ କରାଯାଇଛି ।

ଚଳିତ ବର୍ଷ କେବଳ ନବମ ଏବଂ ଦଶମ ଶ୍ରେଣୀରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରସ୍ତୁତ ହେବ । ବିଷୟଗତ ଜ୍ଞାନ ସହିତ ବାହ୍ୟ ଜ୍ଞାନରେ ଛାତ୍ରଛାତ୍ରୀମାନେ କିପରି ଦକ୍ଷ ହୋଇପାରିବେ ଏବଂ ଜାତୀୟସ୍ତରୀୟ ପରୀକ୍ଷାରେ ସଫଳ ହୋଇପାରିବେ ସେନେଇ ରୂପରେଖ ପ୍ରସ୍ତୁତ କରାଯାଉଛି । ଓଡିଆ ମାଧ୍ୟମ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ କପରି ଆଗ୍ରହର ସହିତ ଗଣିତ ଶିକ୍ଷା ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ ସେନେଇ ମୋ ସ୍କୁଲ ଅଭିଯାନ ଏବଂ ଖାନ୍ ଏକାଡେମୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ଗଣିତ ଶିକ୍ଷଣ ସାମଗ୍ରୀ ସହିତ ଅନ୍ୟାନ୍ୟ ଶିକ୍ଷା ଉପକରଣ ପ୍ରସ୍ତୁତ କରାଯାଉଛି । ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପାଠ୍ୟକ୍ରମ ଏବଂ ବିଷୟକୁ ଆଧାର କରି ଏହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ହେଉଛି ।
ଏହା ମଧ୍ୟ ପଢନ୍ତୁ ....ଖୋଲିଲା ସ୍କୁଲ, ଖାଲି ଶିକ୍ଷକ ପଦବୀ ପୂରଣ କରିବାକୁ ‘ଓଷ୍ଟା’ର ଦାବି

ଏଥିରେ ଛାତ୍ରଛାତ୍ରୀମାନେ କିପରି ସରଳ ଏବଂ ସହଜରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗଣିତକୁ ନେଇ ସେମାନେ ସାମ୍ନା କରୁଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ ସେନେଇ ଗୁରୁତ୍ୱ ଦିଆଯାଇଛି । କ୍ରୀଡା ଏବଂ ଆମୋଦ ପ୍ରମୋଦ ମାଧ୍ୟମରେ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଇ ପାରିବ ତା'ଉପରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ବିଦ୍ୟାଳୟ ସମୟ ମଧ୍ୟରେ ସ୍ୱତନ୍ତ୍ର ନିର୍ଘଣ୍ଟ ମଧ୍ୟ ରହିବ । ବିଦ୍ୟାଳୟ ସମୟ ବାଦ୍ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ମାର୍ଟ ଫୋନ ଏବଂ କମ୍ପ୍ୟୁଟର ମାଧ୍ୟମରେ ଲଗିନ୍ କରି ଅନଲାଇନ ମାଧ୍ୟମରେ ଅଧିକ ଜ୍ଞାନ ହାସଲ କରିପାରିବେ । ଆବଶ୍ୟକ ପଡିଲେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପାରିବେ । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଭାବେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.