ETV Bharat / state

ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କଲେ ଚାଷୀ, ତତ୍ପର ଚାଷୀକୂଳ - Akshaya Tritiya 2024 - AKSHAYA TRITIYA 2024

Akshaya Tritiya 2024: ଆଜି ଅକ୍ଷୟ ତୃତୀୟା । ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ରାଜ୍ୟର ଚାଷୀକୂଳ। ଅଧିକ ପଢ଼ନ୍ତୁ,

Akshaya Tritiya 2024
Akshaya Tritiya 2024 (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 10:18 PM IST

Akshaya Tritiya 2024 (ETV Bharat Odisha)

ସୁବର୍ଣ୍ଣପୁର/ ଢେଙ୍କାନାଳ/ ବୌଦ୍ଧ/ ବଲାଙ୍ଗୀର: ଆଜି ହେଉଛି ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା । ଆଜିର ଦିନଟି ବର୍ଷର ସବୁଠାରୁ ଶୁଭ ତିଥି ଓ ଶୁଭ ମୁହୂର୍ତ୍ତର ପର୍ବ ମଧ୍ୟରୁ ଗୋଟିଏ ବୋଲି ମାନ୍ୟତା ରହିଛି । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ମାନ୍ୟତା ଅଛି ଏହି ଦିନ ସବୁ ଶୁଭ କାମର ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେହିପରି ଏହି ଦିନରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥାଏ । ଆଜିଠାରୁ ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ତେବେ ଏହି ଶୁଭଦିନକୁ ପ୍ରତ୍ୟେକ ଓଡ଼ିଆ ଘରେ ପାଳନ କରାଯାଏ। ରାଜ୍ୟର ଅନେକ ସ୍ଥାନରେ ଆଜି ଏହି ପବିତ୍ର ପର୍ବକୁ ପାଳନ କରାଯାଇଛି ।

ଅକ୍ଷୟ ତୃତୀୟା ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ଅକ୍ଷିମୁଠି ଅନୁକୂଳ କରିଛି । ପାରମ୍ପାରିକ ବିଧିବିଧାନରେ ଦେବୀ ମା ଲକ୍ଷ୍ମୀ, ଦେବୀ ମା’ ବସୁଧା ଓ ଦେବରାଜ ଇନ୍ଦ୍ରଙ୍କ ପୂଜା ଆରାଧନା କରି ଚାଷ ଜମିରେ ହଳ କରିବା ସହିତ ଧାନ ବୁଣିଛି ଚାଷୀ । ଆଜି ବିହନ ସହିତ ହଳ ଲଙ୍ଗଳକୁ ପୂଜା କରି ଚାଷ ଜମିରେ ଚାଷୀ ହଳ କରିବା ପରେ ଧାନ ବୁଣିଛି । ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆଜି ଅଖିମୁଠି ଅନୁକୂଳ କରି ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି । ଚାଷୀ ସଂଗଠନର ଉପଦେଷ୍ଟା ପ୍ରଦୀପ ପୁରୋହିତଙ୍କ ତତ୍ତ୍ବବଧାନରେ ସହର ନିକଟବର୍ତ୍ତି ଝିଙ୍କିର ସିଙ୍ଗାରୀ ଗାଁର ଚାଷୀ ବିଦ୍ୟାଧର ପାଣ୍ଡେଙ୍କ ଫାର୍ମ ହାଉସରେ ପୂଜା ଆରାଧନା କରିବା ସହିତ ସମବେତ ଚାଷୀ ଅକ୍ଷିମୁଠି ପାଳନ କରିଛନ୍ତି ।

ସେହିପରି ଆଜି ଢେଙ୍କାନାଳ ଜିଲ୍ଲା ଭୁବନରେ କୃଷକ ବିକାଶ ପରିଷଦର ଚାଷୀମାନେ ଏବଂ ଥୋରିଆ ସମ୍ପ୍ରଦାୟର ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । କୃଷକମାନେ ନିଜ ନିଜର ବଳଦ ଓ ହଳ ଲଙ୍ଗଳ ଧରି ବାଜା ବଜାଇ ନିକଟସ୍ଥ ପାଲା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ବାବା ବୁଦ୍ଧେଶ୍ବରଙ୍କ ପୀଠ ନିକଟ ବିଲରେ ପହଞ୍ଚି ଥିଲେ l ବିଲ ପାଖରେ ପୂଜା ଅର୍ଚ୍ଚନା କରି ଚାଷୀ ମାନେ ଅକ୍ଷିମୁଠି ଅନୁକୂଳ କରିଥିଲେ । ଏହି ଦିନ ବିଲରେ ବୀଜ ବୁଣିଲେ ଭଲ ଶସ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି l ତେବେ ଚଳିତ ବର୍ଷ କିଭଳି ଭଲ ଫସଲ ହେବ ଓ ଚାଷୀର ଉନ୍ନତି ହେବ ସେଥିପାଇଁ ପ୍ରାର୍ଥନା କରି ମୁଠି ଅନୁକୂଳ କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ.. ପାରମ୍ପରିକ ବେଶଭୂଷାରେ ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ ରୁଦ୍ର ମହାରଥି - Akshya Tritiya 2024

ଆଜି ଦିନରେ ପୁରୁଣା ଦିନକୁ ଝୁରୁଛି ବୌଦ୍ଧର ପାଲଝାର । ଏକଦା ଗଡ଼ଜାତ ଶାସନ କାଳରେ ଉଦ୍ୟାନ କୃଷି କ୍ଷେତ୍ରରେ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୁଷ୍ଠାନ ବର୍ତ୍ତମାନ ନିଜର ଅସ୍ତିତ୍ବ ଖୋଜୁଛି । ଗଡ଼ଜାତ ଶାସନ କାଳରେ ବଘିଆପଡା ନିକଟସ୍ଥ ପାଲଝାର ଫାର୍ମରେ ଆମ୍ବ, ଲେମ୍ବୁ, କମଳା, କରମଙ୍ଗା, ପିଜୁଳି, ଆଖୁ, ବାଇଗଣ, ବିଲାତି, ସୀତାଫଳ, ରାମଫଳ, ଚିନାବାଦାମ, ରାଶି, ମୁଗ, ମାଣ୍ଡିଆ ଭଳି ଅନେକ ପନିପରିବା, ଫଳ, ରବି ଫସଲ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିଲା । ହେଲେ ସମୟ ବଦଳିବା ସହିତ ତାର ଚିତ୍ର ମଧ୍ୟ ବଦଳି ଯାଇଛି । ତେବେ ଆଜି ପାଲଝାର ଫାର୍ମ ପରିସରରେ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ପ୍ରକଳ୍ପ ନିର୍ଦ୍ଦେଶକ ଅତିଥି ରୂପେ ଯୋଗଦେଇ ଜମିରେ ଧାନ ବୁଣିବା ସହିତ ହଳ କରିଥିଲେ ।

ସେହିପରି ବଲାଙ୍ଗୀର ଅଗରିଆୟ ସମାଜ ପକ୍ଷରୁ ଆଜି ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି । ଚାଷୀ ମାନରେ ହରଷ ଥିବା ବେଳେ ମା’ ଲକ୍ଷ୍ମୀ ଓ ମାଟି ମା’ର ପୂଜା କରି ଅକ୍ଷିମୁଠି ଅନୁକୂଳ କରିଛନ୍ତି । କୃଷି ବିଭାଗ ପକ୍ଷରୁ ମଧ୍ୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଯେଉଁଥିରେ ବଲାଙ୍ଗୀର ଜିଲ୍ଲାପାଳ ନିଜେ ପୂଜାରେ ସାମିଲ ହୋଇ ଅକ୍ଷିମୁଠି ଅନୁକୂଳ କରିବା ସହିତ ଲଙ୍ଗଲ ଧରି ବିଲରେ ଚାଷ କାମ ଆରମ୍ଭ କରିଛନ୍ତି । ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ବିଭାଗ ଚଳିତ ଥାର ୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚାଷ କରାଯିବା ଟାର୍ଗେଟ ରଖିଥିବା କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.