ETV Bharat / state

କେନ୍ଦ୍ରୀୟ ବଜେଟ ଶିକ୍ଷା ଓ ନିଯୁକ୍ତି ପାଇଁ ନିରୁତ୍ସାହଜନକ: ଏଆଇଏସଏଫ - ଅଖିଳ ଭାରତ ଛାତ୍ର ସଙ୍ଘ

AISF On Interim Budget: ସଂସଦରେ ଉପସ୍ଥାପିତ ଅନ୍ତରୀଣ ବଜେଟ୍ ଶିକ୍ଷା ଓ ନୂତନ ନିଯୁକ୍ତି ପାଇଁ ନିରୁତ୍ସାହଜନକ କହିଲା ଅଖିଳ ଭାରତ ଛାତ୍ର ସଂଘ । ଅଧିକ ପଢନ୍ତୁ

ଅନ୍ତରୀଣ ବଜେଟକୁ ଏଆଇଏସଏଫର ସମାଲୋଚନା
ଅନ୍ତରୀଣ ବଜେଟକୁ ଏଆଇଏସଏଫର ସମାଲୋଚନା
author img

By ETV Bharat Odisha Team

Published : Feb 2, 2024, 6:43 AM IST

ଭୁବନେଶ୍ବର: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ସଂସଦରେ ଉପସ୍ଥାପିତ ହୋଇଛି । ଏହି ବଜେଟ ଶିକ୍ଷା ଓ ନୂତନ ନିଯୁକ୍ତି ପାଇଁ ନିରୁତ୍ସାହଜନକ । ତେଣୁ ଏହି ବଜେଟକୁ ଅଖିଳ ଭାରତ ଛାତ୍ର ସଙ୍ଘ ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏଆଇଏସଏଫ ଓଡ଼ିଶା ରାଜ୍ୟ ସଭାପତି ସଂଘମିତ୍ରା ଜେନା ଏବଂ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡା । ଏଆଇଏସଏଫ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ଶିକ୍ଷାନୀତି-୨୦୨୦ରେ ଶିକ୍ଷା କ୍ଷେତ୍ରରେ ଜିଡିପିର ୬% ଖର୍ଚ୍ଚ କରାଯିବ ବୋଲି କୁହାଯାଇଥିଲା । ହେଲେ ଗତ ସାଧାରଣ ବଜେଟରେ ଶିକ୍ଷା ପାଇଁ ବ୍ୟୟବରାଦ ହ୍ରାସ କରାଯାଇଥିଲା । ଏହି ବଜେଟରେ ତାହା ଅପରିବର୍ତ୍ତିତ ରହିଛି ।

କେନ୍ଦ୍ର ବଜେଟର ୧୦% ଏବଂ ରାଜ୍ୟ ବଜେଟର ୩୦% ଶିକ୍ଷା ପାଇଁ ବ୍ୟୟବରାଦ କରାଯାଉ ବୋଲି ଏଆଇଏସଏଫ ପକ୍ଷରୁ ଦୀର୍ଘ ଦିନ ହେଲା ଦାବି ହେଉଛି । କିନ୍ତୁ ଚଳିତ ବଜେଟରେ ଆଇଆଇଟି ଏବଂ ଆଇଆଇଏମ ପାଇଁ ବଜେଟ ବୃଦ୍ଧି କରିବା ପରିବର୍ତ୍ତେ ବଜେଟ୍ କାଟ କରାଯାଇଛି । ବଜେଟରେ ଉଚ୍ଚଶିକ୍ଷାକୁ ବିଶେଷ ଭାବେ ଅଣଦେଖା କରାଯାଉଛି । ଆଇଆଇଟି ଓ ଆଇଆଇଏମ ପାଇଁ ବଜେଟ ବୃଦ୍ଧି କରିବା ପରିବର୍ତ୍ତେ ଯଥାକ୍ରମେ ୬୦ କୋଟି ଓ ୧୧୯ କୋଟି କାଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ର ବଜେଟ କୃଷକ ବିରୋଧୀ, ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶ୍ୟ ଜନକ: ଓଡିଶା କୃଷକ ସଭା

ଦେଶରେ ଉତ୍କଟ ଭାବେ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାକୁ ଧ୍ୟାନରେ ରଖି ଯୁବକ ଯୁବତୀମାନଙ୍କ ନିଯୁକ୍ତି ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ସେଥିପାଇଁ ଏହି ବଜେଟରେ ବ୍ୟୟବରାଦ କରାଯାଇନାହିଁ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୪ କୋଟି ଲୋକ ନିର୍ଭରଶୀଳ । କିନ୍ତୁ ମନରେଗା ପାଇଁ ଗତଥର ବଜେଟ ହ୍ରାସ ପାଇଥିଲା । ଏଥର ବି ଶ୍ରମଜୀବୀଙ୍କୁ ନିରାଶ ହେବାକୁ ପଡିଛି । ଏଥିରୁ ଜଣାପଡୁଛି ଯେ ସରକାର ଶିକ୍ଷାଦାନ ଦାୟିତ୍ବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଘରୋଇ ଶିକ୍ଷା ବେପାରୀଙ୍କ ଦ୍ଵାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଲୁଣ୍ଠନ ପାଇଁ ଚାହୁଁଛନ୍ତି ।

ଶିକ୍ଷାକୁ କର୍ପୋରେଟ ହାତରେ ବିକ୍ରି କରିବା ପାଇଁ ବଜେଟରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଏହି ବଜେଟ ଦେଶର କୋଟି କୋଟି ଯୁବଛାତ୍ରଙ୍କୁ ଉପେକ୍ଷା କରିଛି । ଶିକ୍ଷା ଓ କର୍ମ ନିଯୁକ୍ତିକୁ ସରକାର ଏହି ବଜେଟରେ ନିରୁତ୍ସାହିତ କରିଛି । କର୍ପୋରେଟ ସଂସ୍ଥା ଦ୍ଵାରା ଲୁଣ୍ଠନ ପାଇଁ ସାହାଣ ମେଲା କରିଛନ୍ତି ସରକାର । ଏଭଳି ଅଭିଯୋଗ ଆଣି ଏଆଇଏସଏଫ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.