ETV Bharat / state

ରାଜ୍ୟରେ ବିମାନ ସେବାରେ ସମର ସିଡ୍ୟୁଲ ଆରମ୍ଭ, ଯୋଡ଼ି ହେଉଛି ନୂଆ ସହର ଓ ବିମାନ - VSS Airport Summer Schedule

author img

By ETV Bharat Odisha Team

Published : Apr 2, 2024, 4:29 PM IST

VSS Airport Summer Schedule: ବିମାନ ବନ୍ଦର ପାଇଁ ଗ୍ରୀଷ୍ମ ସୂଚୀ ଜାରି କରାଯାଇଛି । ରାଜ୍ୟ ବିମାନ ସେବାରେ ଆଉ ନୂଆ ସହର ଓ ବିମାନ ଯୋଡ଼ି ହୋଇଛି । ଅଧିକ ପଢନ୍ତୁ

VSS Airport Summer Schedule
VSS Airport Summer Schedule

ଭୁବନେଶ୍ୱର: ରାଜ୍ୟରେ ବିମାନବନ୍ଦର ଗୁଡିକ ପାଇଁ ଗ୍ରୀଷ୍ମ ସୂଚୀ ଜାରି କରାଯାଇଛି । ଏହି ସୂଚୀ ଅନୁଯାୟୀ ରାଜ୍ୟ ବିମାନ ସେବାରେ ଆଉ ନୂଆ ସହର ଓ ବିମାନ ଯୋଡ଼ି ହୋଇଛି । ଭୁବନେଶ୍ୱରରୁ ଅନ୍ୟ ବଡ଼ ବଡ଼ ସହରକୁ ଯୋଡ଼ି ହେଇଛି ବିମାନ ସେବା । ଏହା ସହ ନୂଆ ନୂଆ ବିମାନ କମ୍ପାନୀ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟରେ ଭୁବନେଶ୍ବର ସମେତ ରାଉରକେଲା, ଝାରସୁଗୁଡ଼ା ବିମାନବନ୍ଦରରେ ସମର ସିଡ୍ୟୁଲ ଆରମ୍ଭ ହୋଇଥିବା ବେଳେ ଉତ୍କେଲାରୁ ଉଡ଼ିବା ନେଇ ମଧ୍ୟ ନୂଆ ସୂଚୀ ଆସିପାରେ ।

Summer Schedule
Summer Schedule

ନୂତନ ଗ୍ରୀଷ୍ମ ସୂଚୀ ଅନୁଯାୟୀ, ଭୁବନେଶ୍ୱରରୁ କ୍ଵାଲାଲମ୍ପୁରକୁ ମେ ୨୮ ତାରିଖରେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏହି ବିମାନ ସଧାରଣ ଭାବରେ ସପ୍ତାହକୁ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଉଡାଣ କରିବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏପଟେ ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ସପ୍ତାହକୁ ୭ ଦିନ ବିମାନ ଚଳାଚଳ କରିବାକୁ ଥିବା ବେଳେ ଭୁବନେଶ୍ୱରରୁ ଝାରସୁଗୁଡ଼ା ସପ୍ତାହକୁ ୩ ଦିନ ଚଳାଚଳ କରିବ । ଅନ୍ୟପଟେ ଭୁବନେଶ୍ବରରୁ ଉତ୍କେଲା ସମେତ ରାୟପୁରକୁ ବିମାନ ସେବା ନେଇ ମଧ୍ୟ ଯୋଜନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା

Summer Schedule
Summer Schedule

ଗ୍ରୀଷ୍ମ କାର୍ଯ୍ୟସୂଚୀ ଅନୁଯାୟୀ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ ଟି ସହରକୁ ଯୋଡ଼ି ହୋଇଛି ବିମାନ ସେବା । ଝାରସୁଗୁଡ଼ାରୁ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଏବଂ ଭୁବନେଶ୍ବର ବିମାନ ବନ୍ଦରକୁ ସିଧାସଳଖ ଉଡାଣ ଭରିବ ବିମାନ । ତେବେ ରାଜ୍ୟବାସୀଙ୍କ ପାଇଁ ବିମାନ ସେବା କ୍ଷେତ୍ରରେ ଏହା ଆଉ ଏକ ସଫଳତା ଅଟେ । ଅନ୍ୟପଟେ ଝାରସୁଗୁଡ଼ାରୁ ବେଙ୍ଗାଲୁୁରୁ, ଭୁବନେଶ୍ବର ଏବଂ କଲିକତା ବିମାନବନ୍ଦକୁ ମାର୍ଚ୍ଚ ମାସ ୩୧ ତାରିଖରୁ ସେବା ଆରମ୍ଭ ହେବ ଏବଂ ଏହି ସିଡ୍ୟୁଲ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଉମଧ୍ୟ ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନବନ୍ଦରକୁ ମେ ୧ ତାରିଖରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ବିମାନ ସେବା ବଳବତ୍ତର ରହିବ ।

ଏହାମଧ୍ୟ ପଢନ୍ତୁ.. ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର

ଅନ୍ୟପଟେ ବର୍ତ୍ତମାନ ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦୈନିକ ୧୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଛନ୍ତି । ତେବେ ଏହି ସଂଖ୍ୟା କିଭଳି ବୃଦ୍ଧି ଘଟିବ ଅର୍ଥାତ୍ ଦୈନିକ 500ରୁ ଅଧିକ ଯାତ୍ରୀ କିଭଳି ଯାତ୍ରା କରିବେ ସେନେଇ ପଦକ୍ଷେପ ନିଆଯାଉଛି ।

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.