ETV Bharat / state

ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣା, ଖଣ୍ଡଗିରି ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ - Aiginia over bridge hole incident

Congress filed FIR against Aiginia over bridge supervisor: ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାରେ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ଜାତୀୟ ରାଜପଥ ପ୍ରାଧିକରଣ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଖଣ୍ଡଗିରି ଥାନାରେ ଅଭିଯୋଗ ଦାୟର କରିଛି ଛାତ୍ରା କଂଗ୍ରେସ ।

author img

By ETV Bharat Odisha Team

Published : Jul 10, 2024, 2:19 PM IST

Aiginia over bridge issue
Aiginia over bridge issue (ETV Bharat Odisha)

ଭୁବନେଶ୍ୱର: ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାରେ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ଜାତୀୟ ରାଜପଥ ପ୍ରାଧିକରଣ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଖଣ୍ଡଗିରି ଥାନାରେ ଅଭିଯୋଗ ଦାୟର କରିଛି ଛାତ୍ର କଂଗ୍ରେସ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ପ୍ରଦେଶ ଯୁବ କଂଗ୍ରେସ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ବରେ ମଙ୍ଗଳବାର ଦିନ ଛାତ୍ର ଓ ଯୁବ କଂଗ୍ରେସର ଏକ ପ୍ରତିନିଧୀ ଦଳ ଖଣ୍ଡଗିରି ଥାନା ଅଧୀକାରୀଙ୍କୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଆଇଗିଣିଆ ଓଭରବ୍ରିଜ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ଦାୟର କରିଛନ୍ତି ।

ଏନେଇ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନଓ୍ବାଜ କହିଛନ୍ତି ଯେ, ଭୁବନେଶ୍ଵର ସହର ମଝିରେ ଯାଇଥିବା ଜାତୀୟ ରାଜପଥ–୧୬ରେ ହୋଇଥିବା ଆଇଗିଣିଆ ଓଭରବ୍ରିଜର ନିର୍ମାଣ ଅତି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି । ଏହି ରାସ୍ତାରେ ଦୈନିକ ଅନେକ ଗାଡ଼ିମୋଟର ଯାତାୟତ କରୁଛନ୍ତି । ଏଣୁ ଜାତୀୟ ରାଜପଥ ପ୍ରାଧୀକରଣ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଉଛନ୍ତି । ଜାତୀୟ ରାଜପଥ ପ୍ରାଧୀକରଣଙ୍କ ନିକଟରେ ଜୀବନର ମୂଲ୍ୟ କିଛି ନାହିଁ । ଏପରିକି ଭାରତର ରାଷ୍ଟ୍ରପତି ମଧ୍ୟ ଏହି ଓଭରବ୍ରିଜ ଦେଇ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜନଗର ବିଧାୟକଙ୍କ ଗୁଣ୍ଡାରାଜ ବିରୋଧରେ ଛାତ୍ର କଂଗ୍ରେସ ପ୍ରତିବାଦ, ବିଜେପି ସରକାରକୁ ଟାର୍ଗେଟ - NSUI Demand Strict Action

ସୂଚନାଯୋଗ୍ୟ, ଆଇଗିଣିଆ ଫ୍ଲାଏ ଓଭର ନିର୍ମାଣ ପରେ ମାତ୍ର ୬ ମାସ ହେବ ଏହା ଉପରେ ଯାତାୟତ କରାଯାଉଛି । ଗତ ଜୁଲାଇ ୮ ତାରିଖ ଦିନ ସେଠାରେ ଗୋଟିଏ ଅଂଶ ଦବି ଯାଇ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ସେହି ଗର୍ଭରେ ଏକ ମିନିଟ୍ରକ ପଶିଯାଇଥିଲା । ତେବେ ଗାଡିରୁ ଡେଇଁପଡି ଅଳ୍ପକେ ଜୀବନ ବଞ୍ଚାଇଥିଲେ ଉକ୍ତ ଟ୍ରକର ଡ୍ରାଇଭର ଓ ହେଲପର । ପ୍ରତିଦିନ ସେଠାରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି ।

ଅନ୍ୟପଟେ ସେହି ଗର୍ଭରୁ ଅତଡ଼ା ଖସି ଓଭରବ୍ରିଜ ତଳେ ଯାଉଥିବା ଯାତ୍ରୀମାନଙ୍କ ଉପରେ ପଡ଼ିବା ଫଳରେ ପୋଲ ତଳର ଅନେକ ଯାତ୍ରୀ ମଧ୍ୟ ଖଣ୍ଡିଆ ଖାବରା ହୋଇଥିଲେ ।ପୋଲ ଭୁଷୁଡିବା ଭୟରେ ଓଭରବ୍ରିଜ ତଳେ ଥିବା ଲୋକମାନେ ଧାଁ ଦୌଡ କରିଥିଲେ । ଯାହାଫଳରେ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା ।
ଏହି ଓଭର ବ୍ରିଜର ନିର୍ମାଣରେ ବ୍ୟାପକ ଅନିୟମିତତା ବା ଦୁର୍ନୀତି କରି ସାଧାରଣ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଜାତୀୟ ରାଜପଥ ପ୍ରାଧୀକରଣ ଏବଂ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାରଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଠିକାଦାର ପ୍ରଭାବିତ କରିଥିବାର ଅଭିଯୋଗ ହେଉଛି । କାରଣ ଏହି ଘଟଣା ତାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିଲେ ମଧ୍ୟ ସେ ଏ ସମ୍ପର୍କରେ ମୁହଁ ଖୋଲୁନାହାଁନ୍ତି । ଏହି ନିର୍ମାଣରେ ଯେଉଁମାନଙ୍କ ସମ୍ପୃକ୍ତ ରହିଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.