ETV Bharat / state

ପ୍ରଶ୍ନପତ୍ର ଅନଲାଇନରେ ପଠାଇବା ନିଷ୍ପତ୍ତିକୁ ବିରୋଧ, ଅନ୍ଦୋଳନକୁ ଓହ୍ଲାଇଲା ଏଆଇଡିଏସ୍‌ଓ

author img

By ETV Bharat Odisha Team

Published : Mar 5, 2024, 8:23 AM IST

AIDSO Protest in Berhampur: ନବମ ଶ୍ରେଣୀ ଓ ମଧ୍ୟମା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଅନଲାଇନରେ ପଠାଇବା ନିଷ୍ପତ୍ତି ବିରୋଧରେ ପ୍ରତିବାଦ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ । ଅଧିକ ପଢ଼ନ୍ତୁ

AIDSO Protest in Berhampur
AIDSO Protest in Berhampur
AIDSO Protest in Berhampur

ବ୍ରହ୍ମପୁର: ରାଜ୍ୟରେ ନବମ ଶ୍ରେଣୀ ଓ ମଧ୍ୟମା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଅନଲାଇନରେ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ । ଏହା ପ୍ରତିବାଦରେ ସୋମବାର ଦିନ ବ୍ରହ୍ମପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ପକ୍ଷରୁ ପ୍ରଚଳିତ ନୂତନ ଶିକ୍ଷାନୀତିକୁ ନେଇ ଏଭଳି ନୂତନ ଭାବରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ସ୍କୁଲକୁ ଅନଲାଇନରେ ପଠାଇବା ନିଷ୍ପତ୍ତି ବିରୋଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ଦୋଳନ କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚଳିତ ବର୍ଷର ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ୧୩ ତାରିଖ ମଧ୍ୟରେ କରିବା ପାଇଁ ଘୋଷଣା କରାଯାଇଛି । ଏଥିପାଇଁ ଅନଲାଇନ ମାଧ୍ୟମରେ ସ୍କୁଲକୁ ପ୍ରଶ୍ନପତ୍ର ପଠାଯିବ ଓ ଏହାକୁ ବୋର୍ଡ ୱେବସାଇଟରୁ ବିଦ୍ୟାଳୟର ୟୁଜର ଆଇଡ ଲଗଇନ୍ କରି ସକାଳ ୭ଟାରୁ ୯ଟା ମଧ୍ୟରେ ଡାଉନଲୋଡ଼ କରାଯିବ । ଏହାପରେ ଜେରକ୍ସ କରି ପରୀକ୍ଷା କରିବା ପାଇଁ ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ସେପଟେ ପରୀକ୍ଷା ସଂସ୍କାର ନାମରେ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ ହେବ ବୋଲି କହିଛି ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନ ସମେତ ବହୁଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ସରବରାହ ସମସ୍ୟା, ଇଣ୍ଟରନେଟର ସମସ୍ୟାର ସମାଧାନ ହୋଇ ପାରିନାହିଁ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟର ସମସ୍ୟା ରହିଛି । ଏପରିକି କୋଭିଡ ସମୟରେ କିଭଳି ବିଦ୍ୟାର୍ଥୀ ମାନେ ଏହି ସମସ୍ୟା ମଧ୍ୟରେ ଗତି କରିଥିଲେ ତାହାର ମଧ୍ୟ ନଜିର ରହିଛି । ତେଣୁ ସଠିକ ସମୟରେ ପ୍ରଶ୍ନପତ୍ର ଡାଉନଲୋଡ଼ ଓ ପ୍ରିଣ୍ଟ ନହୋଇପାରିବା ଯୋଗୁଁ ପରୀକ୍ଷା ବ୍ୟବସ୍ଥାରେ ନିଶ୍ଚିତ ଭାବରେ ବିଭ୍ରାଟ ସୃଷ୍ଟି ହେବା ନେଇ ଆଶଙ୍କା କରିଛି ସଂଗଠନ । ଗୋଟିଏ ଦିଗରେ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ ଫେଲ ବ୍ୟବସ୍ଥା ଉଠେଇ ଦେଇ ପ୍ରାଥମିକ ଶିକ୍ଷାକୁ ଧ୍ବଂସ ମୁହଁକୁ ଠେଲି ଦେଇଥିବା ଅଭିଯୋଗ କରିଛି ସଂଗଠନ । ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, କର୍ମଚାରୀ ନିଯୁକ୍ତି ଦେଉନଥିବା ବେଳେ ଅନ୍ୟ ଦିଗରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁକରି ଅନଲାଇନ ମୋଡ଼ରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଉଛି । ସରକାର ଖର୍ଚ୍ଚ କାଟ ନାଁରେ ପରୀକ୍ଷା ପାଇଁ ଅନଲାଇନ ପଦ୍ଧତି ଆପଣାଉଛନ୍ତି । ଏହି ପ୍ରକ୍ରିୟାରେ ବିଦ୍ୟାଳୟର ଶିକ୍ଷାକୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ ଯୋଜନା କରାଯାଉଛି ବୋଲି ଅଭିଯୋଗ କରିଛି ସଂଗଠନ ।

ଏହା ମଧ୍ୟ ପଢନ୍ତୁ .....ସରିଲା ମାଟ୍ରିକ ପରୀକ୍ଷା, ସଂସ୍କାର ସତ୍ତ୍ବେ ଛାଡିନି ପ୍ରଶ୍ନପତ୍ର ଭାଇରାଲ ବିବାଦ

ସେହିପରି ଶିକ୍ଷା ଓ ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପ୍ରହସନରେ ପରିଣତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସ‌ହ ଖେଳ ଖେଳାଯାଉଥିବା ଅଭିଯୋଗ କରି ଅନଲାଇନରେ ପ୍ରଶ୍ନପତ୍ର ପଠାଇବା ବନ୍ଦ କରିବା ପାଇଁ ଦାବି କରିଛି ଏଆଇଡିଏସଓ । ଯଥା ସମୟରେ ସିଧାସଳଖ ଭାବେ ସ୍କୁଲକୁ ଛପା ପ୍ରଶ୍ନପତ୍ର ପଠାଇବା, ପରୀକ୍ଷାର ସୁପରିଚାଳନା କରିବା ସହ ପରୀକ୍ଷା ବ୍ୟବସ୍ଥାକୁ ତ୍ରୁଟି ମୁକ୍ତ କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଦାବି ହୋଇଛି । ଏହା କାର୍ଯ୍ୟକ୍ରମରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁଙ୍କ ସମେତ ବହୁ ଛାତ୍ରନେତା ଯୋଗଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.