ETV Bharat / state

ପ୍ରଫେସନାଲ କୋର୍ସ ପାଇଁ AICTEର ଅନୁମତି ଜରୁରୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ - AICTE Approval Professional Courses

author img

By ETV Bharat Odisha Team

Published : May 9, 2024, 9:58 PM IST

AICTE Approval Mandatory: ଏଣିକି କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ପ୍ରଫେସନାଲ କୋର୍ସ ପରିଚାଳନା ପାଇଁ AICTE ର ମାନ୍ୟତାକୁ ବାଧ୍ୟତାମୂଳକ କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକକୁ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଏହି ପାଠ୍ୟକ୍ରମ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

AICTE Approval Mandatory For Professional Courses
AICTE Approval Mandatory For Professional Courses (ETV Bharat Odisha)

ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରଫେସନାଲ କୋର୍ସ ପରିଚାଳନା ପାଇଁ ନେବାକୁ ହେବ AICTE । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ମୁଖ୍ୟ ଓ ସ୍ବୟଂଶାସିତ/ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଏକ ଚିଠି ଲେଖିଛି । ବିନା ଅନୁମତିରେ ରାଜ୍ୟରେ ଅଧିକାଂଶ ସରକାରୀ କଲେଜରେ ପ୍ରଫେସନାଲ କୋର୍ସ ଚାଲୁଛି । ବିଶେଷ କରି ପ୍ରଫେସନାଲ୍ ପାଠ୍ୟକ୍ରମରେ ଥିବା ଏମବିଏ, ଏମସିଏ, ଆଇଏମବିଏ, ବିବିଏ ଆଇଏମଏ, ବିଏମ୍ଏସ, ବିସିଏ ସମେତ ଯେକୌଣସି ବୃତ୍ତିଗତ ପାଠ୍ୟକ୍ରମ ପରିଚାଳନା ପାଇଁ ଅନୁମତି ଦିଆଯାଇଥାଏ । ଉଚ୍ଚଶିକ୍ଷା ବିଭାଗର ଚିଠି ଅନୁସାରେ ଏହି ବୃତ୍ତିଗତ ପାଠ୍ୟକ୍ରମ ଗୁଡ଼ିକ ନୂତନ ଶିକ୍ଷାବର୍ଷରେ ସ୍ବୀକୃତି ବଜାୟ ରଖିବା ପାଇଁ ଏକାଡେମିକ ବର୍ଷ ୨୦୨୪-୨୫ ପାଇଁ AICTE ରୁ ଅନୁମୋଦନ ପାଇବା ଆବଶ୍ୟକ । ତେବେ SAMS ପୋର୍ଟାଲରେ ଏହି ପାଠ୍ୟକ୍ରମ ଗୁଡିକରେ କୌଣସି ଛାତ୍ରଛାତ୍ରୀ ନାମ ଲେଖାଇବା ପୂର୍ବରୁ ptc.section@gmail.com ରେ ଇମେଲ ମାଧ୍ୟମରେ ଏକ ସ୍ବୀକୃତି କପି ଦାଖଲ କରିବାକୁ ଅନୁରୋଧ କରିଛି ଉଚ୍ଚଶିକ୍ଷା ବିଭାଗ ।

ଏହା ମଧ୍ୟ ପଢନ୍ତୁ ... ଉଚ୍ଚ ଶିକ୍ଷାନୁଷ୍ଠାନର ଏକାଡେମିକ କ୍ୟାଲେଣ୍ଡର ଅନୁକରଣ କରିବାକୁ ୟୁଜିସିର ନିର୍ଦ୍ଦେଶ - Academic Calender

ଯାହା ଦ୍ଵାରା ଆଗାମୀ ଦିନରେ କୌଣସି ଛାତ୍ରଛାତ୍ରୀ ପାଠ ପଢୁଥିବା ଉକ୍ତ କଲେଜକୁ ଦାୟୀ କରିପାରିବେ ନାହିଁ । ଏହି ନିର୍ଦ୍ଦେଶନାମା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକକୁ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଏହି ପାଠ୍ୟକ୍ରମ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକ ଉପରୋକ୍ତ ପାଠ୍ୟକ୍ରମ ପାଇଁ କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଅନୁବନ୍ଧିତ କରିବା ପୂର୍ବରୁ AICTE ଅନୁମୋଦନ କିମ୍ଵା ସୁପାରିଶର ବିସ୍ତୃତ ଭାବରେ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସଂସ୍ଥା ବିଶ୍ଵବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛି । ସୂଚନା ଅନୁଯାୟୀ, ଅନେକ ବିଶ୍ଵବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ବୃତ୍ତିଗତ ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।

ହଜାର ହଜାର ସଂଖ୍ୟାରେ ପିଲାମାନେ ଏହାକୁ ନିଜର କ୍ୟାରିଅର ଭାବରେ ମଧ୍ୟ ନେଉଛନ୍ତି । ଏପରିକି ସ୍କୁଲ ଯୁକ୍ତଦୁଇରୁ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ବଢାଇଛନ୍ତି ଛାତ୍ର ଛାତ୍ରୀ । ରାଜ୍ୟରେ ବିଭିନ୍ନ ସରକାରୀ ସ୍ବୟଂ ଶାସିତ ଡିଗ୍ରୀ କଲେଜରେ ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ । ବାରମ୍ବାର ଉଚ୍ଚଶିକ୍ଷା ବିଭାଗ ତାଗିତ କରିବା ପରେ ମଧ୍ୟ କୌଣସି ନାହିଁ କାର୍ଯ୍ୟନୁଷ୍ଠାନ । ଏପରିକି ବିଜେବି ମହାବିଦ୍ୟାଳୟ, ଏଫ୍ଏମ କଲେଜ, ଏସସିଏସ କଲେଜ ସମେତ ରାଜ୍ୟର ୮ଟି ସ୍ବୟଂ ଶାସିତ କଲେଜରେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ ବା AICTEର ବିନା ଅନୁମୋଦନରେ ଦୁଇ ବର୍ଷୀୟ MBA ଓ MCA କୋର୍ସ ପଢ଼ାଯାଉଛି । ଯାହାକି AICTE ନିୟମର ଉଲ୍ଲଂଘନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.