ETV Bharat / state

ଆଜି ଓଡିଶା ଆସୁଛନ୍ତି ଖଡଗେ: କଂଗ୍ରେସକୁ ଦେବେ ବଳ, 'ଓଡି଼ଶା ବଞ୍ଚାଓ ସମାବେଶ'ରେ ହେବେ ସାମିଲ

author img

By ETV Bharat Odisha Team

Published : Jan 29, 2024, 6:55 AM IST

Updated : Jan 29, 2024, 7:27 AM IST

Mallikarjun Kharge visit to Odisha: କଂଗ୍ରେସ ମୁଖିଆ ହେବା ପରେ ଆଜି ପ୍ରଥମ ଥର ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଉତ୍ସାହିତ କର୍ମୀ ଓ ନେତା । ଅଧିକ ପଢନ୍ତୁ

ମଲ୍ଲିକାର୍ଜୁନ ଖଡଗେ
Kharge visit to Odisha

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ମୁଖିଆ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଖଡଗେଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି କଂଗ୍ରେସ ଭବନ । ଉତ୍ସାହିତ ଅଛନ୍ତି କର୍ମୀ ଓ ନେତା । ଭୁବନେଶ୍ୱର ଲୋୟର ପିଏମଜିରେ 'ଓଡି଼ଶା ବଞ୍ଚାଓ ସମାବେଶ'ରେ ଯୋଗ ଦେବେ ଖଡଗେ ।

ଫୋକସରେ ରହିଛି 2024 ସାଧାରଣ ନିର୍ବାଚନ । ପ୍ରାୟ 50 ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ ଖଡଗେ । ରାଜ୍ୟରେ ଶାସକ ଦଳ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ଖଡଗେଙ୍କ ପାଇଁ ଆୟୋଜିତ କମିଟିର ଅଧ୍ୟକ୍ଷ ଜୟଦେବ ଜେନା ଏନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆସୁଛନ୍ତି ଖଡଗେ, ସ୍ୱାଗତ ପାଇଁ ସଜେଇ ହୋଇଛି କଂଗ୍ରେସ ଭବନ

ଆଜି (ସୋମବାର) ପାଖାପାଖି ଦିନ 11ଟା ସମୟରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଦଳୀୟ କର୍ମୀ ସ୍ବାଗତ କରିବେ । ଏହାପରେ ଏକ ରାଲି କରି କଂଗ୍ରେସ ଭବନରେ ପହଞ୍ଚିବେ ଖଡଗେ । ଏହାପରେ ଲୋୟର ପିଏମଜିରେ ଆୟୋଜିତ 'ଓଡି଼ଶା ବଞ୍ଚାଓ ସମାବେଶ'ରେ ଯୋଗ ଦେବେ । ନେତା ଓ କର୍ମୀଙ୍କୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ମେଣ୍ଟର ଅନ୍ୟ ଦଳ ସଦସ୍ୟମାନେ ଆଜି ଇଣ୍ଡିଆ ମେଣ୍ଟର ମୁଖ୍ୟ ମଲ୍ଲିକାର୍ଜୁନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ- ୨୯ରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ, ଗୁରୁମନ୍ତ୍ର ଦେବେ ଖଡ୍‌ଗେ

ଆଗାମୀ ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେନଇ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ମୁଖିଆ । ପ୍ରଭାରୀ ମଧ୍ୟ ଦଳକୁ ତୃଣମୁଳ ସ୍ତରରୁ ଅଧିକ ସଂଗଠିତ ହେବାକୁ ଉପଦେଶ ଦେଉଛନ୍ତି । ଫେବୃଆରୀ ଦ୍ୱିତୀୟ ସପ୍ତାହରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ପାଇଁ ରାହୁଲ ଗାନ୍ଧୀ ଓଡିଶା ଆସିବେ । ସେନେଇ ମଧ୍ୟ ଖଡଗେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ବିଜେଡି ଏବଂ ବିଜେପିର ଭିତରି ସମ୍ପର୍କ ବିଷୟରେ ଖଡଗେ ଲୋକଙ୍କୁ ଅବଗତ କରାଇବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଖଡଗେଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି କଂଗ୍ରେସ ଭବନ । ନେତା ଓ କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି ।

Last Updated : Jan 29, 2024, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.