ETV Bharat / state

ଡେଙ୍ଗୁ ପରେ ବ୍ୟାପୁଛି ମ୍ୟାଲେରିଆ; ୩୦ ହଜାର ଟପିଲାଣି ରୋଗୀ ସଂଖ୍ୟା, ୭ ଜିଲ୍ଲାରେ ସ୍ଥିତି ସାଙ୍ଘାତିକ - Malaria cases rising in Odisha - MALARIA CASES RISING IN ODISHA

After Dengue Malaria Cases Rise in Odisha : ରାଜ୍ୟରେ ବଢୁଛି ମ୍ୟାଲେରିଆ ମାମଲା । ୩୦ ହଜାରରୁ ଅଧିର ରୋଗୀ ଚିହ୍ନଟ ହୋଇସାରିଥିବାବେଳେ ସେଥିମଧ୍ୟରୁ ୭ଟି ଜିଲ୍ଲାରେ କେବଳ ୨୭ ହଜାରରୁ ଅଧିକ ରୋଗୀ ରହିଛନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଜନସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ,

ରାଜ୍ୟରେ ମାଡୁଛି ମ୍ୟାଲେରିଆ; ୩୦ ହଜାରରୁ ଅଧିକ ରୋଗୀ, ଏହି ୭ ଜିଲ୍ଲାରେ ସ୍ଥିତି ଉତ୍କଟ
ରାଜ୍ୟରେ ମାଡୁଛି ମ୍ୟାଲେରିଆ; ୩୦ ହଜାରରୁ ଅଧିକ ରୋଗୀ, ଏହି ୭ ଜିଲ୍ଲାରେ ସ୍ଥିତି ଉତ୍କଟ (ETV Bharat Odisha)
author img

By ETV Bharat Odisha Team

Published : Aug 16, 2024, 2:45 PM IST

ଭୁବନେଶ୍ବର: ରାଜ୍ୟରେ ମାଡି ଚାଲିଛି ମ୍ୟାଲେରିଆ । ବର୍ଷା ଦିନ ଯୋଗୁଁ ମଶାଙ୍କ ଉତ୍ପାତ ବଢିବା ସହିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶେଷକରି ୭ଟି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଉଦବେଗଜନକ ରହିଛି । ଏଗୁଡିକ ହେଲେ ରାୟଗଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବୌଦ୍ଧ, ମୟୂରଭଞ୍ଜ ଓ କନ୍ଧମାଳ ।

Malaria cases on rise in Odisha over 30 thousand patients test positive (ETV Bharat Odisha)

୭ ଜିଲ୍ଲାରେ କେତେ ମ୍ୟାଲେରିଆ ରୋଗୀ :

ରାଜ୍ୟରେ ସମୁଦାୟ ୩୨,୬୭୬ ମ୍ୟାଲେରିଆ ରୋଗ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସେହି ୭ଟି ଜିଲ୍ଲାରେ କେବଳ ୨୭୬୮୪ ମ୍ୟାଲେରିଆ ରୋଗୀ ଅଛନ୍ତି । କୋରାପୁଟରୁ ୫୫୦୦, ରାୟଗଡାରୁ ୬୦୮୮, ମାଲକାନଗିରିରୁ ୨୬୫୮, ମୟୂରଭଞ୍ଜରୁ ୧୪୬୬, ବୌଦ୍ଧରୁ ୧୧୪୮, କଳାହାଣ୍ଡିରୁ ୫୮୬୨, କନ୍ଧମାଳରୁ ୪୯୬୨ ମ୍ୟାଲେରିଆ ରୋଗୀ ଚି଼ହ୍ନଟ ହୋଇଛନ୍ତି । ଏହିସବୁ ଜିଲ୍ଲାରେ ୨୭ ହଜାରରୁ ଅଧିକ ରୋଗୀ ରହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ଏହି ଅଞ୍ଚଳଗୁଡିକ ଉପରେ ନଜର ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ମ୍ୟାଲେରିଆ ବୃଦ୍ଧି କାରଣ :
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "୨୦୨୦ ମସିହାରେ ଦିଆଯାଇଥିବା LLINର ପ୍ରଭାବ କମି ଗଲାଣି । ତେଣୁ ମଶାମାନେ ମଶାରୀରେ ବାଜିଲେ ମରୁ ନାହାନ୍ତି । ନୂଆ LLIN ଦିଆଯିବ । ବର୍ଷା ଦିନରେ ଅଧିକ ମଶା ଜନ୍ମ ହୁଅନ୍ତି ଓ କାମୁଡନ୍ତି । ଏଯାଏଁ ୩୦ ହଜାର ମ୍ୟାଲେରିଆ ରୋଗୀ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି ।'' ସେ ଆହୁରି କହିଛନ୍ତି ଯେ, ଉପକୂଳ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମ । ମ୍ୟାଲେରିଆ ଅଧିକ ମାମଲା ଥିବା ୭ ଜିଲ୍ଲାକୁ ଚାରି ଦିନ ଭିତରେ LLIN ମଶାରୀ ପହଞ୍ଚିବ । ଏବେ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚି ସାରିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଛନ୍ତି ।

ଡେଙ୍ଗୁକୁ ନେଇ ତତ୍ପରତା:

ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ରହିଛି । ଏବେ ସୁଦ୍ଧା ରାଜ୍ୟରେ ପାଖାପାଖି ୨ ହଜାର ଡେଙ୍ଗୁ ରୋଗୀ ରହିଛନ୍ତି । ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ସର୍ବାଧିକ ପାଖାପାଖି ୫୦୦ ରୋଗୀ ଅଛନ୍ତି । ଏହାପଛକୁ ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସ୍ୱଳ୍ପ ଭାବରେ ବୃଦ୍ଧି ପାଇଛି । ହେଲେ ବଲାଙ୍ଗୀର ଓ କଟକରୁ ଆଉ ରୋଗୀ ଆସୁନାହାନ୍ତି । ପ୍ରତିକାର ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି କାମ ଚାଲିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.