ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର - Boudh Doctor Problem - BOUDH DOCTOR PROBLEM

Miserable Health Facility: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ସ୍ବାସ୍ଥ୍ୟ ସେବା ଏକପ୍ରକାର ଠପ୍ ହୋଇ ପଡ଼ିଛି । ଯାହା ପାଇଁ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ିବାକୁ ବସିଲାଣି । ଅଧିକ ପଢ଼ନ୍ତୁ

Miserable Health Facility In Boudh
Miserable Health Facility In Boudh
author img

By ETV Bharat Odisha Team

Published : Apr 20, 2024, 10:12 PM IST

Miserable Health Facility In Boudh

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା । ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦେଖା ଦେଇଛି ବିକଳ ଚିତ୍ର । ଜିଲ୍ଲାର କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ସେପଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ରୋଗୀ ସେବାରେ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ କରାଯାଇଛି। ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର । ବିଭାଗୀୟ ଅଧିକାରୀ, ଆବଶ୍ୟକ ଭିତ୍ତିଭୂମି ଓ ସମ୍ବଳର ଅଭାବ ଯୋଗୁଁ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପଡୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଯାହା ଫଳରେ ଗରିବ ପରିବାରର ରୋଗୀ ବାଧ୍ୟ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନିର୍ଭର କରୁଛନ୍ତି ।

ବୌଦ୍ଧ ଜିଲ୍ଲାର ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ସ୍ବାସ୍ଥ୍ୟ ସେବା ଏକପ୍ରକାର ଠପ୍ ହୋଇ ପଡ଼ିଛି । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନିର୍ଭରଶୀଳ । ବୌଦ୍ଧ ଜିଲ୍ଲାରେ ଗତ କିଛି ମାସ ହେଲା ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଆଶ୍ଚର୍ଯ୍ୟର କଥା ଜିଲ୍ଲାର କୈାଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଏପରିକି ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ସାଧାରଣ ଲୋକମାନେ ଚିକିତ୍ସା ସେବା ପାଇପାରୁ ନାହାନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ କିଡନୀ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଏନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହେଉଛି । ଫଳରେ ଦିନକୁ ଦିନ କିଡନୀ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ... କଲେଜରେ ଚାଲିଥିଲା ପାଠପଢା, ବେହୋସ ହୋଇଗଲେ 27 ଛାତ୍ରୀ - SUNSTROKE

ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଜଣେ ଜଣେ ମାତ୍ର ଫାର୍ମାସିଷ୍ଟ କିମ୍ବା କର୍ମଚାରୀଙ୍କ ଭରସାରେ ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଅଭାବରୁ ତଥା କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟସେବା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି । ଏପରିକି ବିଦ୍ୟୁତ କଟିଲେ ଏସଏନସିୟୁ ଭଳି ନବଜାତ ଶିଶୁଙ୍କ ୱାର୍ଡ଼ରେ ମଧ୍ୟ ଅନ୍ଧକାର ରାଜୁତି କରୁଛି । ସେପଟେ ଜିଲ୍ଲାରେ ଡାକ୍ତର ଅଭାବକୁ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସ୍ବୀକାର କରିଛନ୍ତି ।

ସେପଟେ ସମାଜସେବୀ ବିକାଶ ମହାକୁଡ଼ କହିଛନ୍ତି,"ଡାକ୍ତର ଏବଂ ଭିକ୍ତିଭୂମି ଅଭାବରୁ ରୋଗୀସେବା ପ୍ରଭାବିତ ହେଉଛି । ନୂତନ ଅତ୍ୟାଧୁନିକ ମେଡିକାଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାକୁ ସ୍ତାନାନ୍ତର ହୋଇ ପାରିନାହିଁ । ଯାହା ପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ିବାକୁ ବସିଲାଣି । ଜିଲ୍ଲାରେ ସଠିକ ଭାବରେ ଚିକିତ୍ସା ହେଉ ନଥିବାରୁ ଲୋକେ ପଡ଼ୋଶୀ ଜିଲ୍ଲାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.