ETV Bharat / state

ତହସିଲଦାରଙ୍କୁ ବଡ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ - ACS Satyabrat Sahu review meeting

author img

By ETV Bharat Odisha Team

Published : Jul 12, 2024, 7:50 AM IST

ACS Satyabrat Sahu review meeting: ଜାତିଗତ, ଆୟ, ବାସସ୍ଥାନ ଓ ଉତ୍ତରାଧିକାରୀ ଭଳି ପ୍ରମାଣପତ୍ର ପ୍ରଦାନରେ ଅବହେଳା କିମ୍ବା ବିଳମ୍ବ ନ କରିବା ନେଇ ସମସ୍ତ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।ଅଧିକ ପଢନ୍ତୁ

ACS Satyabrat Sahu review meeting
ACS Satyabrat Sahu review meeting (ETV Bharat Odisha)

ଭୁବନେଶ୍ୱର: ରାଜସ୍ୱ ବିଭାଗ ପକ୍ଷରୁ ତହସିଲଦାରମାନେ ପ୍ରଦାନ କରୁଥିବା ବିଭିନ୍ନ ପ୍ରମାଣପତ୍ର ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମୀକ୍ଷା କରିଛନ୍ତି । ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭିସି ମାଧ୍ୟମରେ ବୈଠକ କରିିଛନ୍ତି । ଜାତିଗତ, ଆୟ, ବାସସ୍ଥାନ ଓ ଉତ୍ତରାଧିକାରୀ ଭଳି ପ୍ରମାଣପତ୍ର ପ୍ରଦାନରେ କୌଣସି ପ୍ରକାର ଅବହେଳା ଓ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ସୂଚାଇ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହୋଇଛି । ଜାତିଗତ, ଆୟ, ବାସସ୍ଥାନ ଭଳି ପ୍ରମାଣପତ୍ର ପ୍ରଦାନ ଖୁବ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀ ଯେପରି ଏହି ସବୁ ପ୍ରମାଣପତ୍ର ଠିକ ସମୟରେ ପାଇପାରିବେ ସେଥି ପ୍ରତି ତହସିଲଦାରମାନେ ଦୃଷ୍ଟି ଦେବାକୁ ପଡ଼ିବ । ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଜନସାଧାରଣଙ୍କୁ ପ୍ରଦତ୍ତ ସେବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । ସମସ୍ତ ପ୍ରମାଣପତ୍ର ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ତ୍ୱରିତ ସେବା ଯୋଗାଇଦେବା ଦିଗରେ ରାଜସ୍ୱ ଅଧିକାରୀମାନେ ତତ୍ପର ହେବା ଉଚିତ ।

ଏହାମଧ୍ୟ ପଢନ୍ତୁ.. କେବେ ମିଳିବ 300 ୟୁନିଟ ମାଗଣା ବିଜୁଳି ? ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ - deputy cm visit balangir

ତହସିଲଗୁଡ଼ିକୁ ଅଧିକ କ୍ଷମତାସଂପନ୍ନ ଇଣ୍ଟରନେଟ ସେବା ଯୋଗାଇଦେବା କ୍ଷେତ୍ରରେ ଗୁରୁତ୍ୱ ଆରୋପ କରାଯାଇଛି । ଇଣ୍ଟରନେଟ ସେବାରେ ଅସୁବିଧା ଦୂର କରିବା ପାଇଁ ଏନଆଇସି ପକ୍ଷରୁ ଜଣେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ଏ କ୍ଷେତ୍ରରେ ୨୪ ଘଣ୍ଟିଆ ସେବା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଜନସାଧାରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଏହି ସବୁ ସେବା ପାଇପାରିବେ । ଫଳରେ ରାଜସ୍ୱ ପ୍ରଶାସନ ଲୋକମାନଙ୍କର ଅଧିକ ନିକଟତର ହୋଇପାରିବ ।

ଅନ୍ୟପଟେ ଏହି ବୈଠକରେ ବିଏସଏନଲ, ଏନଆଇସି ଏବଂ ଓକାକର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଷୟିକ ସହାୟତାକୁ ସହଜ ଓ ସୁଗମ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଇଣ୍ଟରନେଟ ବେଗ ବୃଦ୍ଧି ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ରାଜସ୍ୱ ସେବା ଅଧିକାରୀ ମିଶନ ମୋଡ଼ରେ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଛନ୍ତି । ବ୍ଲକସ୍ତରରେ ଓ ଜିଲ୍ଲାସ୍ତରରେ ଓକାକ ଓ ଏନଆଇସିର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ତ୍ୱରିତ ବେଗରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.