ETV Bharat / state

ମୁନିଗୁଡା ନାବାଳିକା ମୃତ୍ୟୁର ଖୋଲିଲା ଗୁମର, ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ - Muniguda murder case - MUNIGUDA MURDER CASE

Muniguda murder case: ମୁନିଗୁଡ଼ା ଥାନା ଅଞ୍ଚଳରୁ ନାବଳିକା ମୃତଦେହ ଉଦ୍ଧାର ଘଟଣା । ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ । ଦିଲ୍ଲୀରୁ ଗିରଫ କଲା ମୁନିଗୁଡା ପୋଲିସର ସ୍ବତନ୍ତ୍ର ଟିମ୍‌ ।

Muniguda murder case
Muniguda murder case
author img

By ETV Bharat Odisha Team

Published : Mar 31, 2024, 11:33 AM IST

ନାବାଳାକିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା

ରାୟଗଡା: ନାବାଳିକା ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ଗୁମର । କେବଳ ହତ୍ୟା ନୁହେଁ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ । କୁକର୍ମ ଲୁଚାଇବାକୁ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଆଉ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଫେରାର ମାରିଥିଲା । ଶେଷରେ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି ମୁନିଗୁଡା ପୋଲିସର ସ୍ବତନ୍ତ୍ର ଟିମ୍‌ । ଅଭିଯୁକ୍ତ ଜଣକ ବିହାରୀର ହରିଶ ରାମ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୁନିଗୁଡ଼ା ଥାନା ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଗତ ମାର୍ଚ୍ଚ ୬ ତାରିଖ ରାତିରେ ଖାଇ ଶୋଇଥିଲେ । ପରଦିନ ସକାଳୁ ଘରେ ନ ଥିବା ଦେଖି ପରିବାର ଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ନାବାଳିକାଙ୍କ ସନ୍ଧାନ ପାଇନଥିଲେ । ଶେଷରେ ପରିବାର ଲୋକେ ମାର୍ଚ୍ଚ ୮ ତାରିଖ ଦିନ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଛେଳି ଚରାଇବା ପିଲାଙ୍କ ଠାରୁ ଖବରପାଇ ପରିବାର ଲୋକେ ମୃତଦେହକୁ ଚି଼ହ୍ନଟ କରିଥିଲେ ।

ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲେ ଗାଁ ନିକଟ ପାଣିଟାଙ୍କି କାମରେ ନିୟୋଜିତ ୨୪ ବର୍ଷୀୟ ବିହାରୀ ଯୁବକ ହରିଶରାମ ଘଟଣା ଦିନଠାରୁ ଅନୁପସ୍ଥିତ ଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଧରିଥିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡିତାକୁ ଘରୁ ଡାକି ନେଇ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ କରିବାକୁ ପୀଡିତାଙ୍କ ମୃତଦେହ କାନ୍ଧରେ ବୋହି ଜଙ୍ଗଲରେ ଥିବା ଏକ ଗାତରେ ପକାଇ ପତ୍ର ଘୋଡାଇ ଦେଇଥିଲା । ଏଥିସହ ନିଜର ରକ୍ତ ଲଗା ପୋଷାକ ପୋଡି ଟ୍ରେନ ଯୋଗେ ବାହାର ରାଜ୍ୟକୁ ପଳାଇଥିବା ପୋଲିସ ଆଗରେ ସ୍ୱୀକାର କରିଛି । ଏ ନେଇ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.