ETV Bharat / state

ଶ୍ରମ କାର୍ଯ୍ୟାଳୟ ଭିତରେ ପଶି ଶ୍ରମ ଅଧିକାରୀଙ୍କୁ ମାଡ଼, ଥାନାକୁ ଗଲା ମାମଲା - attacked to district labour officer

author img

By ETV Bharat Odisha Team

Published : Aug 3, 2024, 10:49 PM IST

ATTACKED TO DISTRICT LABOUR OFFICER: ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟଙ୍କୁ ଜଣେ ଯୁବକ ମାଡ଼ ମାରିବା ସହ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ମିଳିତ ଟ୍ରେଡ ୟୁନିୟନ ତୀବ୍ର ନିନ୍ଦା କରିବା ସହ ଉକ୍ତ ଯୁବକକୁ ଗିରଫ କରିବା ପାଇଁ ଦାବି କରିଛି । ଅଧିକ ପଢନ୍ତୁ

ATTACKED TO DISTRICT LABOUR OFFICER
ATTACKED TO DISTRICT LABOUR OFFICER (ETV Bharat Odisha)

ବୌଦ୍ଧ: ଶ୍ରମ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ । ଶ୍ରମ କାର୍ଯ୍ୟାଳୟ ଭିତରେ ପଶି ଶ୍ରମ ଅଧିକାରୀଙ୍କୁ ମାଡ ମାରିବା ସହିତ ଅନ୍ୟ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଜିଲ୍ଲା ମିଳିତ ଟ୍ରେଡ ୟୁନିୟନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଶ୍ରମ ଅଧିକାରୀଙ୍କୁ ଆକ୍ରମଣ:
ଆଜି (ଶନିବାର) ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଭିତରେ ପଶି ଜଣେ ଯୁବକ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟଙ୍କୁ ମାଡ ମାରିବା ସହିତ ଅନ୍ୟ କର୍ମଚାରୀଙ୍କୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଶ୍ରମିକ ଦଲାଲ ଓ ଅନଲାଇନ ଦୋକାନୀଙ୍କ ଅକଲ ଗୁଡୁମ:

ସରକାର ପରିବର୍ତ୍ତନ ପରେ ବିଭିନ୍ନ ବିଭାଗରେ ସ୍ବଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜାଲ ଶ୍ରମିକ ପଞ୍ଜିକରଣ ଠାରୁ ନେଇ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଉଠାଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ବ୍ୟାପକ ଦୁର୍ନୀତି ହୋଇ ଆସୁଥିଲା । ବର୍ତ୍ତମାନ ଏଭଳି କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପଞ୍ଜିକୃତ ଶ୍ରମିକଙ୍କୁ ବିଭିନ୍ନ ଯୋଜନା ତଥା ନୂତନ ଆବେଦନ ସିଧାସଳଖ ବିଭାଗ ଜରିଆରେ କରିବାକୁ ଶ୍ରମଜୀବୀଙ୍କୁ ସଚେତନ କରାଯାଉଛି । ତେବେ ଏହା ଦ୍ବାରା କେତେକ ଶ୍ରମିକ ଦଲାଲ ଓ ଅନଲାଇନ ଦୋକାନୀ ଏଭଳି କାର୍ଯ୍ୟରେ ବ୍ୟାପକ ହେରଫେର କରୁଥିବାରୁ ବର୍ତ୍ତମାନ ସେମାନଙ୍କ ଅକଲ ଗୁଡୁମ ହୋଇଛି ।

ଶ୍ରମ କାର୍ଯ୍ୟାଳୟରେ ଯୁବକଙ୍କ ଆତଙ୍କ ରାଜ:

ଯାହାଫଳରେ ଜଣେ ଦୋକାନୀ ଶ୍ରମ ଅଧିକାରୀଙ୍କୁ ମାଡ ମାରି ତଳେ ପକାଇବା ସହିତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ଦୋକାନୀ ଜଣକ ଶ୍ରମ କାର୍ଯ୍ୟାଳୟ ଭିତରେ ଆତଙ୍କ ସୃଷ୍ଟି କରି କେତେକ ବେଆଇନ କାର୍ଯ୍ୟ କରିବାକୁ ଶ୍ରମ ଅଧିକାରୀଙ୍କୁ ବାଧ୍ୟ କରିଥିଲା । ସେଥିରେ ସେ ଅସଫଳ ହୋଇ ଶ୍ରମ ଅଧିକାରୀଙ୍କ ଫୋନ ଓ କାର୍ଯ୍ୟାଳୟର ଆସବାବପତ୍ର ଫୋପାଡ଼ି ଦେଇଥିବା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗୃହ ହୁଲୁସ୍ତୁଲ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ - Day 2 of 17th Odisha Assembly

ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି:

ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଏନେଇ ବୌଦ୍ଧ ଜିଲ୍ଲାର ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଛି । ଏହାସହ ଅଭିଯୁକ୍ତକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ୟୁନିୟନ ପକ୍ଷରୁ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.