ETV Bharat / state

୨୬/୧୧ ମୁମ୍ବାଇ ହମଲାର ଧମକ, ଯୁବକକୁ ବାନ୍ଧିଲା ବ୍ରଜରାଜନଗର ପୋଲିସ

Threatening Email To Security Agency: ସୁରକ୍ଷା ଏଜେନ୍ସିକୁ ଧମକ ଘଟଣା । ଅଭିଯୁକ୍ତକୁ ବାନ୍ଧି କୋର୍ଟ ଚାଲାଣ କଲା ବ୍ରଜରାଜନଗର ପୋଲିସ । ଅଧିକ ପଢନ୍ତୁ

Threatening Email
Threatening Email
author img

By ETV Bharat Odisha Team

Published : Mar 11, 2024, 10:13 PM IST

Threatening Email
Threatening Email

ଝାରସୁଗୁଡ଼ା: ସୁରକ୍ଷା ଏଜେନ୍ସିକୁ ଧମକ ଘଟଣା । ବ୍ରଜରାଜନଗରର ଜଣେ ଯୁବକ ଇମେଲ ମାଧ୍ୟମରେ ଏଭଳି ଧମକ ଦେଇଥିବା ଅଭିଯୋଗ ହୋଇଥିଲା । 2008 ମସିହା 26/11 ମୁମ୍ବାଇ ଆତଙ୍କୀ ହମଲାର ପୁନରାବୃତ୍ତି ହେବ ବୋଲି ସେ ଇମେଲରେ ଜଣାଇଥିଲା। ବ୍ରଜରାଜନଗର ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଭିତ୍ତି କରି ଯୁବକ ଜଣକୁ ପଚରାଉଚରା କରାଯାଇଥିଲା । ପଚରାଉଚରାବେଳେ ଏଭଳି ଇମେଲ ନିଜେ ପଠାଇଥିବା କଥା ମାନିଛି ସମ୍ପୃକ୍ତ ଯୁବକ । ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଭଳି ଧମକପୂର୍ଣ୍ଣ ଇମେଲ ସେ କେବଳ ନିଜେ କରିଥିଲା ନା କାହା ପ୍ରରୋଚନାରେ ଆସି କରିଥିଲା ସେନେଇ ତଦନ୍ତ ଚାଲିଥିବା ବ୍ରଜରାଜନଗର ପୋଲିସ ପକ୍ଷରୁ ସୂଚନା ମିଳିଛି । SDPO ଚିନ୍ତାମଣି ପ୍ରଧାନ ଏହି ମାମଲାର ତଦନ୍ତ କରୁଥିବା ଜଣାପଡିଛି ।

2008 ମସିହା 26/11 ମୁମ୍ବାଇ ଆତଙ୍କୀ ହମଲାକୁ 15 ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି । ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଥିଲେ ଆତଙ୍କବାଦୀ । ଗୁଳି ଓ ବୋମାମାଡ଼ରେ ଥରହର ହୋଇ ଉଠିଥିଲା ମାୟା ନଗରୀ । ଏହି ଆକ୍ରମଣରେ 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେ ଗୁଳିବର୍ଷଣର ଶବ୍ଦ ଆଜି ମଧ୍ୟ କାନରେ ବାଜି ଛାତି ଥରାଇ ଦେଉଛି ବୋଲି କହନ୍ତି ଦେଖଣାହାରୀ । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । ଖାଲି ଚିତ୍କାର ଓ ଜୀବନ ଭିକ୍ଷା ଲୋଟି ପଡୁଥିଲେ ସାଧାରଣ ଲୋକେ ।

ଏହା ମଧ୍ୟ ପଢନ୍ତୁ...ISIS ଲିଙ୍କ୍‌; ରିୟାଜକୁ ୧୦ ବର୍ଷ ଜେଲଦଣ୍ଡ, ବିସ୍ଫୋରଣ ପାଇଁ ରଚିଥିଲା ଷଡ଼ଯନ୍ତ୍ର

ସେତେବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନରୁ ଅନେକ ଲୋକ ବାହାରକୁ ଆସିଥିଲେ । ପ୍ରାୟ 75 ପ୍ରତିଶତ ଯାତ୍ରୀ ବାହାରକୁ ଯାଇଥିଲେ । ଆତଙ୍କବାଦୀ କସାବ ଟିକେଟ୍ କାଉଣ୍ଟର ଆଗରେ ଆସି ଗୁଳି ଚଳାଇଥିଲା । ଟିକେଟ୍ କାଉଣ୍ଟର କାଚ ଭାଙ୍ଗିବା ସହ ଷ୍ଟେସନ୍ ମାଷ୍ଟରଙ୍କ ବେକରେ ଏକ କାଚ ଅଟକି ଯାଇଥିଲା । ଏହାପରେ ସେଠାରେ ଉପସ୍ଥିତ କିଛି ଲୋକେ ଠେଲା ଗାଡିରେ ନେଇ ଲୋକମାନଙ୍କୁ ହସ୍ପିଚାଲରେ ପହଞ୍ଚାଇଥିଲେ । ଆହତ ରେଳ ଷ୍ଟେସନମାଷ୍ଟରଙ୍କୁ ବାୟକୁଲା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଜ୍ ହୋଟେଲକୁ ମୁଖ୍ୟତଃ ନିଶାନା କରିଥିଲେ ଆତଙ୍କବାଦୀ । ଏହାଛଡ଼ା ଦକ୍ଷିଣ ମୁମ୍ବାଇରେ ମୋଟ 8ଟି ସ୍ଥାନରେ ଗୁଳିଗୋଳା ବର୍ଷାଇଥିଲେ 10 ଆତଙ୍କବାଦୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.