ETV Bharat / state

ଝିଅକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବାପା ଗିରଫ, ହାଜତରେ କାଟିଲା ଗୁପ୍ତାଙ୍ଗ - Suicide Attempts In Police Lock Up

author img

By ETV Bharat Odisha Team

Published : May 29, 2024, 5:42 PM IST

Accused Attempt Suicide While In Police Custody: ଥାନାରେ ଦୁଷ୍କର୍ମ ଅଭିଯୁକ୍ତ ବାପାର ଆତ୍ମହତ୍ୟା ଉଦ୍ୟମ । ଶୌଚାଳୟରେ ଗୁପ୍ତାଙ୍ଗ କାଟିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ହାଜତରେ ଗୁପ୍ତାଙ୍ଗ କାଟିଲା ଅଭିଯୁକ୍ତ
ହାଜତରେ ଗୁପ୍ତାଙ୍ଗ କାଟିଲା ଅଭିଯୁକ୍ତ (ETV Bharat Odisha)

ଭୁବନେଶ୍ବର: ରାଜଧାନୀର ମୈତ୍ରୀ ବିହାର ଥାନାରେ ବୀଭତ୍ସ କାରନାମା । ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା ବାପା । କୋର୍ଟ ଚାଲାଣ ପୂର୍ବରୁ ହାଜତରେ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ । ଅପମାନ ସହି ନପାରି ଥାନାରେ ଏପରି କାରନାମା ପରେ ଅଭିଯୁକ୍ତ ବାପାକୁ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବି ମେଡିକାଲକୁ ସ୍ତାନାନ୍ତର କରିଛି ପୋଲିସ ।

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ସୋମବାର ଦିନ ଭୁବନେଶ୍ବରର ମୈତ୍ରୀ ବିହାର ଥାନାରେ ସାଲିଆସାହିର ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ତାଙ୍କ 14 ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଗତ 27 ରାତିରେ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ବାପା ନିଜ ନାବାଳିକାଙ୍କ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ଲଜ୍ଜା ଓ ଅପମାନରେ ଏକଥା କାହା ଆଗରେ କହିନଥିଲା ଝିଅ । କିନ୍ତୁ ପରଦିନ ବାପା ଘରେ ନଥିବା ବେଳେ ଝିଅ ସବୁ କଥା ତା ମାଆ ଆଗରେ‌ କହିଥିଲେ । ସେପଟେ ଝିଅର ମାଆ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ‌ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ମୈତ୍ରୀ ବିହାର ଥାନା ପୋଲିସ ।

ତେବେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ ପାଇଁ କାଗଜ ପତ୍ର ପ୍ରସ୍ତୁତ କରିଥିଲା ପୋଲିସ । ପରେ ବାଦଲର ଡାକ୍ତରୀ ଯାଞ୍ଚ ପରେ ତାକୁ ଥାନା ହାଜତରେ ଖାଯାଇଥିଲା ‌। ଆଜି ଅପରାହ୍ନରେ ବାଦଲ ଶୌଚାଳୟ ଯାଇଥିବା ବେଳେ ବହୁ ସମୟ ଧରି କବାଟ ଖୋଲି ନଥିଲା । ସନ୍ଦେହ ହେବାରୁ ଶୌଚାଳୟର କବାଟ ଭାଙ୍ଗିଥିଲା ପୋଲିସ । ସେଠାରେ ଅଭିଯୁକ୍ତ ଗୁପ୍ତାଙ୍ଗକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଭାଇବୋହୂକୁ ଦୁଷ୍କର୍ମ, ଲୋକଲଜ୍ଜ୍ୟା ସହି ନ ପାରି ମହିଳା ଜୀବନ ହାରିଥିବା ଅଭିଯୋଗ - Woman Raped By Brother In Law

ସେପଟେ ଅଭିଯୁକ୍ତକୁ ମୁମୂର୍ଷୁ ଅବସ୍ଥାରେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ପରେ ସେଠାରୁ ତାକୁ କଟକ ବଡ଼ ମେଡ଼ିକାଲ ସ୍ଥାନାତନ୍ତର‌ କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ବିପଦ ମୁକ୍ତ ରହିଛି । ପୋଲିସ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅନ୍ୟାନ୍ୟ ଦଫା ଲଗାଇ ତଦନ୍ତ ଜାରି ରଖିଛି ପୋଲିସ । 237/24 U/S 309/326/324 IPCରେ ଥାନାରେ ଅନ୍ୟ ଅଭିଯୋଗ ଲଗାଯାଇଛି । ତେବେ ଥାନା ଭିତରେ ସୁରକ୍ଷାକର୍ମୀଙ୍କ ଗହଣରେ ଅଭିଯୁକ୍ତ ଘଟାଇଥିବା ଏଭଳି ଅଭାବନୀୟ କାଣ୍ଡ ପୋଲିସକୁ ଅଡ଼ୁଆରେ ପକାଇଛି । ଥାନାରେ ଅଟକ ଥିବା ଅଭିଯୁକ୍ତ କେଉଁଠୁ ଧାରୁଆ ଅସ୍ତ୍ର ପାଇଲା ତାକୁ ନେଇ ବର୍ତ୍ତମାନ ଯାଞ୍ଚ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.