ETV Bharat / state

ଦୁଇ ଦଶନ୍ଧିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନବଦିଗନ୍ତ; ବଢିଛି ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀଙ୍କ ପାଇଁ ହୋଇଛି ସ୍ମାର୍ଟ କ୍ଲାସ - ଅତନୁ ସବ୍ୟସାଚୀ ନାୟକ

Higher Education Department : ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଉଚ୍ଚଶିକ୍ଷା
ଉଚ୍ଚଶିକ୍ଷା
author img

By ETV Bharat Odisha Team

Published : Feb 13, 2024, 11:00 PM IST

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ବିଗତ ଦୁଇ ଦଶନ୍ଧିର ସଫଳତା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ବିଷୟରେ ଆଲୋଚନା କରାଯାଇଛି ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୦୦ ମସିହାରେ ୫୪୮ ଟି ଡିଗ୍ରୀ କଲେଜ ଥିବାବେଳେ ଆଜି ଏହା ବୃଦ୍ଧି ଘଟି ୧୦୪୦ ଡିଗ୍ରୀ କଲେଜରେ ପହଁଚିଛି । ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ୫ରୁ ୨୪ରେ ପହଞ୍ଚିଛି, ଯେଉଁଥିରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଓ ୭ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ସେହିଭଳି କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଏହାର କାର୍ଯ୍ୟକ୍ଷମ ଓଡ଼ିଶା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ରାଜ୍ୟରେ ୮ଟି ଏ-ଗ୍ରେଡ ବିଶ୍ୱବିଦ୍ୟାଳୟ, ଗୋଟିଏ ଏ ବିଶ୍ୱବିଦ୍ୟାଳୟ, ୪ଟି ବି ନାକ୍‌ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କେବଳ ପରିମାଣରେ ନୁହେଁ, ଗୁଣବତ୍ତାରେ ମଧ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟରେ ୨୧ଟି 'ଫଙ୍କସନାଲ ରିସର୍ଚ୍ଚ ସେଣ୍ଟର ଅଫ ଏକ୍ସିଲେନ୍ସ' ମଧ୍ୟ ଖୋଲାଯାଇଛି ।"

ଅତନୁ ଏହା ମଧ୍ୟ କହିଛନ୍ତି, "୫T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ୫T ନୀତି ଅନୁଯାୟୀ, କଲେଜ ଗୁଡିକର ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇଛି । ଏଠାରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲ୍ୟାବୋରଟୋରୀର ସୁବିଧା ପାଇ ପାରିବେ । ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥି ଯୋଜନା ଆଦିର ଲାଭ ନେଇପାରିବେ । ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍‌ ପସେଜ ଯୋଜନା, ମାଗଣା ସିଭିଲ ସର୍ଭିସ କୋଚିଂ ଭଳି ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରାଯାଇଛି ।"

ଅତନୁ ଆହୁରି କହିଛନ୍ତି, "ମୋ କଲେଜ ଅଭିଯାନ ଅଧିନରେ ବହୁ ପୁରାତନ ଛାତ୍ର କଲେଜ ସହ ଯୋଡି ହୋଇ ଆଜିର ଯୁବପିଢିଙ୍କୁ ମାର୍ଗଦର୍ଶନ କରାଉଛନ୍ତି । ଅଧ୍ୟାପକ ଅଧ୍ୟାପିକାଙ୍କ ଦକ୍ଷତା ବିକାଶ ନିମନ୍ତେ ମଝିରେ ମଝିରେ ସେମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ କରାଯାଉଛି । କଲେଜ ଗୁଡିକରେ ଖାଲିଥିବା ପଦବୀ ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ନିରନ୍ତର ଜାରି ରହିଛି । ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବାବେଳେ ୨୦୨୩-୨୪ ଲାଗି ୧୦୩୩ ଜଣ ମନୋନୀତ ହୋଇଛନ୍ତି । ଖୁବଶୀଘ୍ର ସେମାନେ ନିଯୁକ୍ତି ପାଇବେ। ଉଚ୍ଚଶିକ୍ଷାକୁ ସୁଦୂରପ୍ରସାରି କରିବା ପାଇଁ ରାଜ୍ୟରେ ୧୮ଟି ନୂଆ ଡିଗ୍ରୀ କଲେଜ ଖୋଲାଯିବାକୁ ଅନୁମୋଦନ ପ୍ରାପ୍ତ ହୋଇଛି । ଯାହା ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ କଲେଜ ଗୁଡିକରେ ନୂଆ-ଓ କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ନୂଆ-ଓ କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ।"

ଏହା ମଧ୍ୟ ପଢ଼ନ୍ତୁ....ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା, 'ମୋ କଲେଜ'କୁ ‘ସ୍କଚ୍‍’ ସମ୍ମାନ

ସେହିପରି ଲାପଟପ ସ୍କିମ୍‌ ଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପହଞ୍ଚି ଯାଉଛି ଓ ଏହି ଯୋଜନାର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ । ଆଜିର ଏହି ବୈଠକରେ ଉଚ୍ଚଶିକ୍ଷା କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ରମାଦେବୀ ମହିଳାବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ବହୁ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.