ETV Bharat / state

ରାଉରକେଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ - ODISHA POLICE

author img

By ETV Bharat Odisha Team

Published : Apr 1, 2024, 10:01 PM IST

89th Odisha Police Formation Day Celebrated: ରାଉରକେଲାରେ ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୯ତମ ଓଡିଶା ପୋଲିସ ଦିବସ ପାଳନ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଡିଆଇଜି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ

ରାଉରକେଲା ଜିଲ୍ଲା ପୋଲିସ ପକ୍ଷରୁ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା: ଆଜି ହେଉଛି ଓଡିଶା ପୋଲିସ ଦିବସ । ଏହି ପରିପ୍ରେକ୍ଷୀରେ ରାଉରକେଲାରେ ଆଜି ଧୁମଧାମରେ ପାଳନ ହୋଇଛି ଓଡିଶା ପୋଲିସ ଦିବସ । ରାଉରକେଲା ଜିଲ୍ଲା ପୋଲିସ ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଆମ ରାଜ୍ୟର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ ଯେଉଁଥିରେ ସାମିଲ ହୋଇଛନ୍ତି ପୋଲିସ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ପୋଲିସ, ଏବଂ GRP ପୋଲିସ ଆଦି ନାନା ପ୍ରକାର ଫୋର୍ସ ।

ଏହା ମଧ୍ୟ ପଢନ୍ତୁ...ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା 'ଭାଷା ସଙ୍ଗୀତ' - UTKAL DIVAS

ସେହିପରି ଆଜି ମଧ୍ୟ ସାରା ରାଜ୍ୟ ପାଳୁଛି ଓଡିଆ ସ୍ବାଭିମାନର ଦିବସ ଉତ୍କଳ ଦିବସ । ଆଜି ରାଉରକେଲା ରିଜର୍ବ ପୋଲିସ ପଡ଼ିଆରେ ରାଉରକେଲା ପୋଲିସ ଜିଲ୍ଲା ପକ୍ଷରୁ ପାଳନ କରାଯାଇଛି ପୋଲିସ ଦିବସ । ଆଜି ଏକ ସୁନ୍ଦର ଏବଂ ଭବ୍ୟ ପ୍ୟାରେଡ଼ ପ୍ରଦର୍ଶନ କରି ରାଜ୍ୟ ପୋଲିସ ଦିବସ ରାଉରକେଲା ପୋଲିସ ପକ୍ଷରୁ ପାଳନ କରାଯାଇଛି । ତେବେ ପ୍ରାୟ ୭ ଟି ପ୍ଲାଟୁନ ପକ୍ଷରୁ ଆଜି ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପୋଲିସ ବ୍ୟାଣ୍ଡ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ପ୍ୟାରେଡ଼ ପ୍ରଦର୍ଶନ ପରେ ନିଜ କାର୍ଯ୍ୟ ଦକ୍ଷତାକୁ ପୋଲିସ ବିଭାଗରେ କର୍ତ୍ତବ୍ୟନିଷ୍ଠତା ଓ ଦାୟିତ୍ବକୁ ସୁଚାରୁ ଭାବେ ବଜାୟ ରଖିଥିବା ପୋଲିସ କର୍ମଚାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଆଜିର ଦିନରେ ରାଜ୍ୟରେ ପୋଲିସ ପ୍ରତିଷ୍ଠା ହେବା ପରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହେବା ସହ ଲୋକମାନଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ସୁରକ୍ଷା ପାଇ ପାରିଛନ୍ତି ।

ସମାଜରେ କ୍ରାଇମକୁ ରୋକିବା ହେଉ ବା ଲୋକଙ୍କ ସୁରକ୍ଷା ହେଉ ବା ଅନ୍ୟ କୌଣସି ସଂଘର୍ଷ ଆଜି ଲୋକଙ୍କ ପାଖରେ ପୋଲିସ ସବୁବେଳେ ଛିଡା ହୋଇଛି । ତେବେ ମୋଟ 20 ଜଣ ପୋଲିସ କର୍ମଚାରୀଙ୍କୁ ଆଜି ପୁରସ୍କୃତ କରାଯାଇଛି । ତେବେ ଏହି ପୁରସ୍କୃତ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଏବଂ ଶାଳୀନତା ସହ ଲୋକ ସମ୍ପର୍କ ଆଦିକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜି ଏହି ପୋଲିସ ଦିବସରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଡିଆଇଜି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.