ETV Bharat / state

ଏନଏସି ଘୋଷଣା ଦାବିରେ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା

author img

By ETV Bharat Odisha Team

Published : Mar 16, 2024, 7:44 PM IST

NAC demand in Bhadrak: ତିହିଡିକୁ ଏନଏସି କରିବା ଦାବି । ଆଜି ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା ଦିଆଯାଇଛି। ଅଧିକ ପଢ଼ନ୍ତୁ,

ଏନଏସି ଘୋଷଣା ଦାବିରେ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା
ଏନଏସି ଘୋଷଣା ଦାବିରେ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା
ଏନଏସି ଘୋଷଣା ଦାବିରେ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା

ଭଦ୍ରକ: ତିହିଡିକୁ ଏନଏସି କରିବା ଦାବି । ତେବେ ଆଜି ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୫ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୨ ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ । ତେବେ ଏହି ତାଲିକାରୁ ବାଦ ପାଇଥିବା ଅଞ୍ଚଳ ମଧ୍ୟରେ ଭଦ୍ରକ ଜିଲ୍ଲାର ତିହିଡ଼ା ମଧ୍ୟ ରହିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭଦ୍ରକ ଜିଲ୍ଲାର ଆଗରପଡା ଏବଂ ଧାମରାକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଛନ୍ତି। ତେବେ ଜିଲ୍ଲାର ଅନ୍ୟତମ ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ତିହିଡିକୁ ଏନଏସି ଘୋଷଣାରୁ ବାଦ ଦେଇଥିଲେ। ଭଦ୍ରକ ଜିଲ୍ଲାର ତିହିଡି ବଜାର ଏବେ ଅନ୍ୟତମ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ପରିଗଣିତ । ଏହାକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦୀର୍ଘ 10 ବର୍ଷ ହେଲା ଦାବି ହୋଇ ଆସୁଛି। ତେବେ ଏହାକୁ ଅଣଦେଖା କରି ରାଜ୍ୟ ସରକାର ଏନଏସି ଘୋଷଣା କଲେନି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ତିହିଡି ବ୍ଲକ ଅଞ୍ଚଳ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ, ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ। ଫଳରେ 3 ଜଣ ବିଧାୟକ ଆନ୍ତରିକତା ପ୍ରଦର୍ଶନ କଲେ, ତିହିଡ଼ିକୁ ଏନଏସି ମାନ୍ୟତା ଖୁବ୍‌ଶୀଘ୍ର ମିଳିପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା, ସାମ୍ମାଦିକ ସମ୍ମିଳନୀରେ ଗର୍ଜିଲା ବିଜେପି

ତେବେ ଜନ ବହୁଳ ତିହିଡ଼ିକୁ ଏନଏସି ମାନ୍ୟତା ପ୍ରଦାନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ବହୁବାର ଦାବି ପତ୍ର ପ୍ରଦାନ କରଯାଉଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତିହିଡ଼ି ବ୍ଲକ ଅଞ୍ଚଳରେ ସମସ୍ତ ସରକାରୀ ଦପ୍ତର ସମେତ ବହୁ ବେସରକାରୀ ଶିକ୍ଷାନୁଷ୍ଠାନ ମାନ ଗଢ଼ି ଉଠିଛି। ତେଣୁ ତିହିଡ଼ି କୁ ଏନଏସି ଘୋଷଣା କରିବା ନେଇ ତିହିଡ଼ି ର ବୁଦ୍ଧିଜୀବୀ ଙ୍କ ସମେତ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ହେଲେ କୌଣସି ସୁଫଳ ମିଳି ପାରି ନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ନାଗରିକ ମଞ୍ଚ ପକ୍ଷରୁ ଆଠ ଘଣ୍ଟିଆ ତିହିଡି ବନ୍ଦ ଡାକରା ଦିଆଯିବା ସହ ପ୍ରତିବାଦ କରାଯାଇଛି। ଏଥିରେ ସମସ୍ତ ବର୍ଗର ଲୋକ ମାନେ ସାମିଲ ହୋଇଛନ୍ତି। ଏଥିସହ ତିହିଡି କୁ ଯଥାଶୀଘ୍ର ଏନଏସି ଘୋଷଣା କରା ନଗଲେ, ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ତିହିଡି ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.