ETV Bharat / state

ଜେଲ୍‌ ଭିତରେ 'ମୁକ୍ତି'ର ସ୍ବର, ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ - Radio Mukti

author img

By ETV Bharat Odisha Team

Published : Jul 28, 2024, 9:47 PM IST

75th Episode Of Radio Mukti: ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ । ଅଧିକ ପଢ଼ନ୍ତୁ

75th Episode Of Radio Mukti
75th Episode Of Radio Mukti (ETV Bharat Odisha)

କୋରାପୁଟ: ଜେଲ୍ ଭିତରେ ଭାବପୂର୍ଣ୍ଣ ପରିବେଶ । ଗୀତ ଗାଇବା ଠାରୁ ଆରମ୍ଭ କରି କବିତା ପଠନ । ଏଭଳି ଅନେକ କଳା ପଦର୍ଶନ କରୁଛନ୍ତି ବନ୍ଦୀ କଏଦୀ । କାରାଗାରର ନିବୁଜ ଅନ୍ଧାରୀ ଚାରିକାନ୍ଥ ମଧ୍ୟରେ ବନ୍ଦୀହୋଇ ମନଦୁଃଖରେ ରହୁଥିବା ବନ୍ଦୀଙ୍କ ମନରେ ଟିକେ ଖୁସି ସହ ମାନସିକତାରେ ପରିବର୍ତ୍ତନ ପାଇଁ ପ୍ରୟାସ । ଜେଲରେ କାରାବାସ ଭୋଗୁଥିବା ବନ୍ଦୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛନ୍ତି କୋରାପୁଟ ମଣ୍ଡଳ କାରାଗାର ଜେଲ୍ କର୍ତ୍ତୃପକ୍ଷ । ଆଉ ଏଥିପାଇଁ ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ସଜା ଭୋଗିବା ସହ ମାନସିକ ଅବସାଦ ଭିତରେ ରହିଥାନ୍ତି କଏଦୀ । କୁହାଯାଏ ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ଏଥିପାଇଁ କଏଦୀଙ୍କ ମାନସକ ଅବସାଦ ଦୂର କରି ସେମାନଙ୍କୁ ଭଲ ବାଟକୁ ଆଣିବା ସହ ସେମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣକୁ ବାହାରେ ପରିପ୍ରକାଶ କରିବା ପାଇଁ କୋରାପୁଟ ମଣ୍ଡଳ କାରାଗାର ପକ୍ଷରୁ ଏହି ଭିନ୍ନ ପଦକ୍ଷପ ଗ୍ରହଣ କରାଯାଇଛି ।

କଏଦୀଙ୍କ ମାନସିକତାରେ ପରିବର୍ତ୍ତନ:

କଏଦୀମାନେ ଯଦିଓ ଅପରାଧୀକ ମାମାଲାରେ ଛନ୍ଦି ହୋଇ ସଜ୍ଜା କାଟନ୍ତି, ମାତ୍ର ଅନ୍ୟମାନଙ୍କ ପରି ସେମାନଙ୍କୁ ଭିତରେ ଅନେକ କଳା ଲୁଚି ରହିଛି । କଏଦୀଙ୍କ ମନରୁ ଅପରାଧ ପ୍ରବଣତାକୁ ଦୂରେଇବା ସହ ସେମାନଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ କାରାଗାର ଅନ୍ତେବାସୀଙ୍କ ଦ୍ବାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ସେମାନଙ୍କ ଦ୍ବାରା ପ୍ରସାରିତ ହେଉଥିବା ସାପ୍ତାହିକ ରେଡିଓ କାର୍ଜ୍ୟକ୍ରମର 75ତମ ଅଧ୍ୟାୟ ପ୍ରସାରିତ ହୋଇସାରିଛି । ଏହି ଅବସରରେ ଅନ୍ତେବାସୀ ଏକ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ମୁକ୍ତି ସମ୍ପର୍କରେ ସେମାନଙ୍କ ଅଭିମତ ଉପସ୍ଥାପନ କରିଛନ୍ତି ।

ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ:

ଗତ ବର୍ଷ ଜାନୁଆରୀ ମାସରେ କୋରାପୁଟ ମଣ୍ଡଳ କାରାଗାରର ସୁପରିଟେନଡେଣ୍ଟଟ୍‌ ଓ ଜେଲରଙ୍କ ପ୍ରେରଣାରେ ଅନ୍ତେବାସୀ ନିଜ ଅନ୍ତରର କଥା ଓ ସାଂସ୍କୃତିକ ଦକ୍ଷତାର ପ୍ରଦର୍ଶନ କରିବା ପାଇଁ ଏକ ଭାଷ୍ୟ ମଞ୍ଚ ପ୍ରସ୍ତୁତ କରିବା ପାଇଁ ଆଗେଇ ଆସିଥିଲେ । ଏହି ମଞ୍ଚରେ ସେମାନେ ଗୀତ ଗାଇବା, ଗପ ପଢିବା, କବିତା ଆବୃତି କରିବା, ହସକଥା କହିବା ଓ ନିଜ ଅନୁଭୂତିକୁ ନିଜ ଭାଷାରେ ବିଭିନ୍ନ ମନଲୋଭା ଅଳଙ୍କାର ଦେଇ ଉପସ୍ଥାପନା କରିବା ଭଳି କଳା ପଦର୍ଶନ କରୁଛନ୍ତି । କାରାଗାର ମଧ୍ୟରେ ଥିବା ଆମ୍ପଲିଫାୟାର ବାକ୍ସ ମାଧ୍ୟମରେ ୮୦୦କୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କ ପାଇଁ ମଞ୍ଚରେ ଏଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ତେବାସୀ ପୁରୁଷ ଓ ମହିଳା କଳାକାରଙ୍କ ସମେତ ଶ୍ରୋତା ଭାବେ କାରାଗାର ମଧ୍ୟରେ ଥିବା ସମସ୍ତ ଅନ୍ତେବାସୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାରାଗାରର ଚାରିକାନ୍ଥ ମଧ୍ୟରେ ମାନସିକ ସ୍ତରରେ ମୁକ୍ତିର ଆନନ୍ଦ ପାଇଥିବା ଅନ୍ତେବାସୀ କଳାକାର ଜଣାଇଛନ୍ତି ।

ନିଜ ଅଞ୍ଚଳର କଥା ପରିପ୍ରକାଶ କରୁଛନ୍ତି କଏଦୀ:

ଏପରି ଏକ ଅଭିନବ ମଞ୍ଚରେ ପ୍ରସ୍ତୁତ ବିଭିନ୍ନ କାର୍ଜ୍ୟକ୍ରମକୁ କେବଳ ଜେଲର ଚାରିକାନ୍ଥ ମଧ୍ୟରେ ସୀମିତ ରଖି ନାହାନ୍ତି ଅନ୍ତେବାସୀ କଳାକାର । ଏହାକୁ ଇଣ୍ଟର୍‌ନେଟ ମାଧ୍ୟମରେ କାରାଗାର ବାହାରେ ଥିବା ଶ୍ରୋତାଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଅନୁଭବ କରି କାରାଗାର ଅଧିକାରୀଙ୍କ ଅନୁମତି ମିଳିବା ପରେ ଏହି ମଞ୍ଚକୁ ‘ରେଡିଓ ମୁକ୍ତି’ ଭାବେ ନାମିତ କରିଥିଲେ । ସେହିଦିନଠାରୁ ଅନ୍ତରରେ ସ୍ପନ୍ଦିତ ହେଉଥିବା ମୁକ୍ତିର ଆନନ୍ଦକୁ କାରାଗାର ମଧ୍ୟରେ ଆମ୍ପଲିଫାୟାର ବାକ୍ସ ମାଧ୍ୟମରେ ଓ କାରାଗାର ବାହାରେ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଅଗଣିତ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ଇବାରେ ସମର୍ଥ ହୋଇଛନ୍ତି । ପ୍ରତି ସପ୍ତାହରେ କାରାଗାରର ଏକ ଛୋଟ କୋଠରୀ ମଧ୍ୟରେ ଏକ ଛୋଟ ରେକର୍ଡକୁ ବ୍ୟବହାର କରି ବିନା କୌଣସି ଆର୍ଥିକ ବ୍ୟୟରେ ରେଡିଓ ମୁକ୍ତିର ଗୋଟାଏ ପରେ ଗୋଟିଏ ଅଧ୍ୟାୟରେ ଓଡିଆ, ବଙ୍ଗାଳୀ, ତେଲୁଗୁ, ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ, ଛତିଶଗଡି ଭାଷାରେ ଅନ୍ତେବାସୀ ନିଜ ନିଜ ଅଞ୍ଚଳର କଥା ପରିପ୍ରକାଶ କରୁଛନ୍ତି ।

କ'ଣ କହୁଛନ୍ତି ଜେଲ ସୁପେରିଟେଣ୍ଡେଣ୍ଟ :

କାରାଗାରରେ ଗଠନମୂଳକ କାର୍ଯ୍ୟରେ ନିଜର ସମ୍ପୃକ୍ତି, କାରାଗାର ମଧ୍ୟରେ ଶିଖୁଥିବା ବିଭିନ୍ନ କଳା କୌଶଳ ଏବଂ କାରାଗାରରୁ ମୁକ୍ତ ହେବା ପରେ ସମାଜରେ ନିଜକୁ ପ୍ରତିଷ୍ଟିତ କରାଇବାର ସ୍ୱପ୍ନକୁ ସଫଳତାର ସହିତ ପରିବେଶଣ କରିବା । ଏହାସହ ବିନା କୌଣସି ଆର୍ଥିକ ବ୍ୟୟରେ ସମ୍ପୂର୍ଣ୍ଣ ରୂପେ ଅନ୍ତେବାସୀଙ୍କ ଦ୍ବାରା ପରିବେଷଣ କରାଯାଉଥିବା ରେଡିଓ ମୁକ୍ତି ଭଳି ଏକ ମଞ୍ଚରେ ଏଭଳି ଏକ ସୃଜନାତ୍ମକ ଧାରାକୁ 38 ସପ୍ତାହ ଧରି ନିରନ୍ତର ଭାବେ ଚଳାଇ ରଖିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜେଲ ସୁପେରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି କହିଛନ୍ତି ।

ଶତକ ଅଧ୍ୟାୟ ଅପେକ୍ଷାରେ ଅନ୍ତେବାସୀ:

ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାରାଗାର ମଧ୍ୟରେ ଅନ୍ତେବାସୀଙ୍କ ମାନସିକ ପରିବର୍ତ୍ତନ ପାଇଁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମସ୍ତ ସଂସ୍କାରର ଉଦ୍ଦେଶ୍ୟ ହେଉଛି ଅପରାଧୀଙ୍କୁ ସେମାନେ କରିଥିବା ଅପରାଧର ବୋଧ କରାଇବା ଓ ଅନୁତପ୍ତ ପ୍ରାଣକୁ ପରିବର୍ତ୍ତନ ପାଇଁ ଖୋରାକ ଯୋଗାଇଦେବା । ସମାଜ ପ୍ରତି କଏଦୀଙ୍କ ଧାରଣାରେ ଏକ ଆଚରଣଗତ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ମୁକ୍ତ ଆକାଶ ତଳେ ଥିବା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ତଥା ଗୋଷ୍ଠୀକୁ କାରାଗାର ମଧ୍ୟକୁ ଆଣି କାରାଗାର ଅନ୍ତେବାସୀଙ୍କ ମଧ୍ୟରେ ନୂତନ ଦୁନିଆର ଆଶା ଭରିଦେବା ପାଇଁ ଅନେକ ପ୍ରଚେଷ୍ଟା କରାଯାଇଛି । ଅପରାଧୀମାନେ ସାମାଜିକ ଅବସ୍ଥାର ସୃଷ୍ଟି ଏବଂ ତେଣୁ ସେମାନଙ୍କୁ ଦଣ୍ଡ ଦିଆଯିବା ପରିବର୍ତ୍ତେ ଚିକିତ୍ସା କରାଯିବା ଆବଶ୍ୟକ । ଅପରାଧୀଙ୍କୁ କାରାଗାରକୁ ପଠାଇବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସଚ୍ଚୋଟ ଏବଂ ଆଇନ ମାନୁଥିବା ନାଗରିକରେ ପରିଣତ କରିବା । ରେଡିଓ ମୁକ୍ତି ଏହି ସଂସ୍କାର ଆଣିବା ଦିଗରେ ସକାରାତ୍ମକ ଭୂମିକା ଯେ ନେଇପାରିଛି ତାହା ନିସନ୍ଦେହ । 75 ତମ ଅଧ୍ୟାୟ ପୂର୍ତ୍ତିକୁ ପାଳନ କରୁଥିବା ଅବସରରେ ଅନ୍ତେବାସୀ ଏହାର ଶତକ ଅଧ୍ୟାୟକୁ ଶୁଣିବାକୁ ପାଇବେ ତାହା ଆଶା କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.