ETV Bharat / state

ଖୋର୍ଦ୍ଧାରେ 5T ଅଧ୍ୟକ୍ଷ, ବରୁଣେଇଙ୍କ ଦର୍ଶନ ସହ ମନ୍ଦିର ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା

author img

By ETV Bharat Odisha Team

Published : Mar 14, 2024, 11:22 AM IST

5T Chaiman VK Pandian Visits Khordha: 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଖୋର୍ଦ୍ଧା ବରୁଣେଇ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

VK Pandian visit Khordha
VK Pandian visit Khordha
5t Chaiman VK Pandian reviews various developmental works in Khordha Barunei

ଖୋର୍ଦ୍ଧା: ଖୋର୍ଦ୍ଧା ବରୁଣେଇ ଗସ୍ତରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋରୁ ଖୋର୍ଦ୍ଧା ବରୁଣେଇ ଗସ୍ତ କରିଛନ୍ତି । ବରୁଣେଇ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବ୍ୟବସ୍ଥିତ ପାଇଁ ପଦକ୍ଷେପ ବାବଦରେ ପଚାରି ବୁଝିଛନ୍ତି । ସେହିପରି ମନ୍ଦିରର ରୂପାନ୍ତର କାମ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ସାରା ରାଜ୍ୟର ପ୍ରସିଦ୍ଧ ସ୍ଥାନ ୫ଟିରେ ରୂପାନ୍ତରିତ ହେବା ସହ ସୌନ୍ଦର୍ଯ୍ୟକରଣ ହେଉଛି । କିନ୍ତୁ ଦେଶର ଶେଷ ସ୍ଵାଧୀନ ଦୁର୍ଗ ଭାବେ ଖୋର୍ଦ୍ଧା ଗଡ ବେଶ ପରିଚିତ । ଏହି ଖୋର୍ଦ୍ଧା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ବରୁଣେଇ କରୁଣେଇ ପାଇକଙ୍କ ଅଧିଷ୍ଠାତ୍ରୀ ଦେବୀ । ବରୁଣେଇ ପାହାଡ଼ ଉପର ମାଆ ବିରାଜିତ କିନ୍ତୁ ଏହି ସ୍ଥାନର ଉନ୍ନତି ପାଇଁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ । ବିଶେଷକରି ଗତ ମଙ୍ଗଳବାର ଦିନ ଜାମୁଝରି ଠାରେ ନୂତନ ଆଦର୍ଶ ଜେଲର ଶିଳାନ୍ୟାସ ସମୟରେ ଜଟଣୀ ବିଧାୟକ ୫ଟି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ବରୁଣେଇର ଉନ୍ନତି ପାଇଁ ଦାବି କରିଥିଲେ । ସେହିପରି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଉଦଘାଟନ ଉତ୍ସବରେ ମଧ୍ୟ ଅନୁରୂପ ଦାବି କରିଥିଲେ ସୁର ରାଉତରାୟ ।

ଏହା ମଧ୍ୟ ପଢନ୍ତୁ- ପୁରୀ ଗସ୍ତରେ ଆସିବେ ପାଣ୍ଡିଆନ, ନୂଆ-ଓ ଉତ୍ସବ ଓ ଦଳୀୟ ସଭାରେ ଦେବେ ଗୁରୁମନ୍ତ୍ର

ଏହା ମଧ୍ୟ ପଢନ୍ତୁ - କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ଏନେଇ ଆଜି ଭୋର ୫ଟାରେ 5T ଅଧ୍ୟକ୍ଷ ଖୋର୍ଦ୍ଧା ବରୁଣେଇରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସମଗ୍ର ଅଞ୍ଚଳ ବୁଲି ଦେଖିବା ସହ ପୂଜକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ସମୀକ୍ଷା ଅବସରରେ ୫ଟି ଅଧ୍ୟକ୍ଷ ଖୋର୍ଦ୍ଧା ବରୁଣେଇ ମନ୍ଦିରର ରୂପାନ୍ତର କାମ ଆଗେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପିଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.