ETV Bharat / state

ଜୋର ଧରିଲା NAC ମାନ୍ୟତା ଦାବି,୫ ଘଣ୍ଟିଆ କୋମନା ବନ୍ଦ

author img

By ETV Bharat Odisha Team

Published : Mar 11, 2024, 2:55 PM IST

komana bandh over NAC status demand: କୋମନାକୁ ଏନଏସି ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 5 ଘଣ୍ଟିଆ ବନ୍ଦ ପାଳନ । ଅଧିକ ପଢନ୍ତୁ

ଜୋର ଧରିଲା NAC ମାନ୍ୟତା ଦାବି
ଜୋର ଧରିଲା NAC ମାନ୍ୟତା ଦାବି
ଜୋର ଧରିଲା NAC ମାନ୍ୟତା ଦାବି

ନୂଆପଡା: ରାଜ୍ୟ ସରକାରଙ୍କର ଏନଏସି ଘୋଷଣାକୁ ଗତ ୧୦ ଦିନରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଉନାହିଁ । ଏନେଇ ନୂଆପଡ଼ା ଜିଲ୍ଲା କୋମନା ସହରକୁ NAC ମାନ୍ୟତା ଦାବିରେ 5 ଘଣ୍ଟିଆ ବନ୍ଦ ପାଳନ ହୋଇଛି । କୋମନା NAC ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆଜି ଶତାଧିକ ଆନ୍ଦୋଳନକାରୀ କୋମନା NAC ମାନ୍ୟତା ଦାବିକୁ ତୀବ୍ରତର କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ୩୫ ଗୋଟି ଏନଏସି ଘୋଷଣା କରିଥିବା ବେଳେ କୋମନାକୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରତ୍ୟେକ ଦୃଷ୍ଟିକୋଣରୁ କୋମନା ଏନ୍ଏସି ହେବାର ଯୋଗ୍ୟତା ରହିଥିବା ବେଳେ ରାଜନୈତିକ କାରଣରୁ କୋମନାକୁ ବାଦ୍ ଦିଆଯାଇଛି।

ରାଜ୍ୟ ସରକାରଙ୍କୁ ଲିଖିତ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା କୋମନାକୁ ଅବହେଳା କରାଯାଇଛି । ଏନେଇ ଆଜି ସକାଳ ୮ଟା ରୁ ଅପରାହ୍ନ ୧ଟା ଯାଏ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ପାଳିତ ହୋଇଛି। ବନ୍ଦ ପ୍ରଭାବରେ 353 ଜାତୀୟ ରାଜପଥ ଗୋପାଳ ପୁର ରାୟପୁର ଗମନାଗମନ ଠପ ହୋଇ ପଡ଼ିଥିଲା । ସେହିଭଳି ଦୋକାନ ବଜାର ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ, ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ,ସ୍କୁଲ କଲେଜ ସମ୍ପୁର୍ଣ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ - NAC ମାନ୍ୟତା ଦାବିରେ 12 ଘଣ୍ଟିଆ ହିନ୍ଦୋଳ ବନ୍ଦ ଡ଼ାକରା ଦେଇଛି ଆମ୍ବେଦକର ସେବା ସଂଗଠନ

ଏହା ମଧ୍ୟ ପଢନ୍ତୁୃ - ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ

ଏହି ବନ୍ଦ ପାଳନ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି। ଏନେଇ ଆନ୍ଦୋଳନକାରୀମାନେ ପିକେଟିଂ କରି ସହର ପରିକ୍ରମା ସହ ଆନ୍ଦୋଳନକୁ ଗତିଶୀଳ କରିଥିଲେ । ଏହାପରେ 353 ଜାତୀୟ ରାଜପଥ କୋମନା ବସଷ୍ଟାଣ୍ଡ ଠାରେ ଆନ୍ଦୋଳନକାରୀମାନେ ଟେଣ୍ଟ ଲଗାଇ ଆନ୍ଦୋଳନରେ ବସି ସ୍ଲୋଗାନ ଦେଇଥିଲେ । ତେବେ କୋମନା ଅର୍ଥନୈତିକ, ଭୌଗୋଳିକ, ସାମାଜିକ ଏବଂ ଭିତ୍ତିଭୂମିର ଦୃଷ୍ଟିକୋଣରୁ କୋମନା ଏନ୍ଏସି ହେବାର ଯଥାର୍ଥତା ରହିଥିବା ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି । ସଦନ ତିୱାରୀ, ଗଙ୍ଗାଧର ପାଣିଗ୍ରାହୀ, ବୀର ପ୍ରଧାନ, ଗୋଲାପ ସେଠୀ ପ୍ରମୁଖଙ୍କ ସହ ସମସ୍ତ ନାଗରିକ ଅନୁଷ୍ଠାନ, ସଂଘ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନର ମାଲିକମାନେ ବନ୍ଦକୁ ସହଯୋଗ କରିଥିଲେ।

ଇଟିଭି ଭାରତ,ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.