ETV Bharat / state

ନକଲି ଶିକ୍ଷକଙ୍କ ହବ୍ ପାଲଟିଛି ବରଗଡ଼ ! ଧରାପଡିଲେଣି ୪୦ - FAKE TEACHER

Fake Certificate Case: ବରଗଡ଼ ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ ଥିବା ଘଟଣା ସାମନାକୁ ଆସିଛି । ଏହାରି ଭିତରେ ଧରାପଡିଲେଣି ୪୦ଜଣ । ପଢନ୍ତୁ ପୂରା ଖବର ।

author img

By ETV Bharat Odisha Team

Published : Jul 21, 2024, 10:32 PM IST

Fake Certificate Case
Fake Certificate Case (ETV Bharat Odisha)

ବରଗଡ଼: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ବରଗଡ଼ ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ ଥିବା ଘଟଣା ସାମନାକୁ ଆସିଛି । ବିଗତ ଦିନରେ ଦୁଇଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦ୍ବାରା ଚାକିରି ହାତେଇ ଧରାପଡିବା ପରେ ଜେଲ ଯାଇଥିଲେ । ଜିଲ୍ଲା ଶିକ୍ଷା ବିଭାଗର ଅଧିକ ତଦନ୍ତ ପରେ ବର୍ତ୍ତମାନ ଜିଲ୍ଲାରେ 40 ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ହୋଇଥିବା ଜଣାପଡିଛି । ଯାହା ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l

କିଛି ଦିନ ତଳେ ସିବିଆଇ ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତ ପରେ ବରଗଡ଼ ଜିଲ୍ଲାରେ ନକଲି ସାର୍ଟିଫିକେଟ ଜରିଆରେ ଅନେକ ଲୋକ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଥିଲା । ଏନେଇ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଦୁଇ ଜଣ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ମିଳିଥିବା ସୂଚନା ଅନୁସାରେ, ଅମ୍ବାଭୋନା ବ୍ଲକ ଭୁତଲି ପ୍ରାଥମିକ ବିଦ୍ୟାଳୟରେ ତରଣୀ ସେଠ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସେହିପରି କଣ୍ଡପଲା ବିଦ୍ୟାଳୟରେ ମଙ୍ଗଳ ବିଶ୍ୱାଳ ସହକାରୀ ଶିକ୍ଷକ ଥିଲେ। ଏମାନେ ଦୀର୍ଘ ବର୍ଷ ହେଲା ସରକାରୀ ଚାକିରି ପାଇ ଦରମା ନେଉଥିଲେ। ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିବାବେଳେ ଜେଲ ଯାଇଥିଲେ ଉଭୟ ନକଲି ଶିକ୍ଷକ ।

ଏହା ବି ପଢନ୍ତୁ...ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested

ଏହି ଦୁଇ ଜଣ ଅନ୍ୟ ରାଜ୍ୟରୁ ନକଲି B.Ed ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇ ଥିଲେ । ତେବେ ତରଣୀ ସେଠ୍ ବରପାଲି ଅଞ୍ଚଳର ହୋଇଥିବାବେଳେ ମଙ୍ଗଳ ବିଶ୍ୱାଳ ବରଗଡ଼ ବ୍ଲକ ବାଲିଜୁରୀ ଅଞ୍ଚଳର ଅଟନ୍ତି । ଉଭୟେ ତାମିଲନାଡୁ ରାଜ୍ୟର ଏକ ୟୁନିଭରସିଟିର ଫେକ ସାର୍ଟିଫିକେଟ ଦେଖାଇ ବରଗଡ଼ ଜିଲ୍ଲାରେ ଶିକ୍ଷକତା ଚାକିରି ହାତେଇଥିଲେ । ଉଭୟେ ଧରାପଡି ଜେଲ ଗଲାପରେ ବର୍ତ୍ତମାନ ବରଗଡ଼ ଜିଲ୍ଲାରେ 40 ଜଣ ଶିକ୍ଷକ ଥିବା ଘଟଣା ସାମନାକୁ ଆସିଛି । ତେବେ ଦୀର୍ଘ ବର୍ଷର ଚାକିରି ପରେ ମଧ୍ୟ ଜଣେ ନକଲି ସାର୍ଟିଫିକେଟରେ ଚାକିରି କରୁଛି ନାଁ ସାଟିଫିକେଟ ଟି ଅସଲି ତାହା ସରକାର ଜାଣିନପାରିବା ଆଶ୍ଚର୍ଯ୍ୟର ବିଷୟ l ବରଗଡ଼ ଜିଲ୍ଲାରେ ଏପରି ଅନେକ ନକଲି ଶିକ୍ଷକଙ୍କ କାରଣରୁ ବହୁ ଲୋକେ ଚାକିରିରୁ ବଞ୍ଚିତ ହୋଇଯାଇଛନ୍ତି । ତେଣୁ ଏଭଳି ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହାସଂଘ ଦାବି ଜଣାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.