ETV Bharat / state

ପଦ୍ମପୁରରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ, ଭୋଟ ନଦେବାକୁ 32 ଖଣ୍ଡ ଗ୍ରାମବାସୀଙ୍କ ନିଷ୍ପତ୍ତି - Padmapur Assembly Constituency

author img

By ETV Bharat Odisha Team

Published : Apr 10, 2024, 10:10 PM IST

Padmapur Assembly Constituency: ପଦ୍ମପୁର ବିଧାନସଭା ଆସନ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ବିରୋଧ । ଅଧିକ ପଢ଼ନ୍ତୁ

ପଦ୍ମପୁରରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଜିଲ୍ଲାରେ ବଢିଚାଲିଛି ରାଜନୈତିକ ଉଷ୍ଣତା । ଜିଲ୍ଲାର 5ଟି ବିଧାନସଭାରେ ସମସ୍ତ ଦଳ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ କିନ୍ତୁ ବିଜେଡି ଦଳ କେବଳ ପଦ୍ମପୁର ବିଧାନସଭା ଆସନ ପାଇ ତାର ଦଳୀୟ ପ୍ରାର୍ଥୀର ନାମ ଘୋଷଣା କରିନାହିଁ । ବିଜେପି ଦଳ ପଦ୍ମପୁର ଆସନ ପାଇଁ ଗୋବର୍ଦ୍ଧନ ଭୁଏଙ୍କୁ ଟିକେଟ ଦେଇ ଥିବାବେଳେ କଂଗ୍ରେସ ଦଳ ଟିକେଲାଲ ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଦଳ ବର୍ଷା ସିଂ ବରିହାଙ୍କୁ ଟିକେଟ ଦେବ କିମ୍ବା ତାଙ୍କ ସ୍ଥାନରେ ଆଉ କାହାକୁ ଟିକେଟ ଦେବ ସେନେଇ ଦଳ ଏପର୍ଯ୍ୟନ୍ତ ଟିକେଟ ଫାଇନାଲ କରିନଥିଲେ ମଧ୍ୟ ଏହି ଅଞ୍ଚଳରେ ଏବେଠାରୁ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଲାଣି ।

ତେବେ ପଦ୍ମପୁର ବିଧାନସଭା ଅନ୍ତର୍ଗତ ପୁଝାରୀପାଳି ଠାରେ ପୂଝାରୀପାଲି ଅଙ୍ଗବନ୍ଧ ପ୍ରତିରୋଧ କମିଟି ତରଫରୁ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ବିରୋଧ କରା ଯାଇଛି । ଏକ ବିରାଟ ବୈଠକ କରଯାଇ ଚଳିତ ସାଧାରଣ ନିର୍ବାଚନରେ 32 ଖଣ୍ଡ ଗାଁର ଜନସାଧାରଣ ତରଫରୁ ଗୋବର୍ଦ୍ଧନଙ୍କୁ ସଂପୂର୍ଣ୍ଣ ଅସହଯୋଗ କରିବାକୁ ତଥା ଭୋଟ ନ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ, ପୂଝାରୀପାଲି ଠାରେ ଅଙ୍ଗନଦୀ ଠାରେ ଅଙ୍ଗବନ୍ଧ ନିର୍ମାଣରେ ଅନେକ ଗରିବ ଆଦିବାସୀଙ୍କ ଜମି ଓ ଘର ବନ୍ଧରେ ବୁଡିଯିବ ବୋଲି ଏହି ପ୍ରକଳ୍ପକୁ ଗୋଟେ ଗୋଷ୍ଠୀ ବିରୋଧ କରିଆସୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହି ପ୍ରକଳ୍ପକୁ ସମର୍ଥନ କରିଆସୁଥିଲେ । ତେବେ ଅଙ୍ଗନଦୀ ଉପରେ ବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ବିକାଶ ହେବ ବୋଲି ବିକାଶ କାର୍ଯ୍ୟକୁ ସମର୍ଥନ ଜଣାଇ ଗୋବର୍ଦ୍ଧନ ଭୁଏ ଏହି ପ୍ରକଳ୍ପର ସମର୍ଥନରେ ଥିବାବେଳେ ଏହି ପ୍ରକଳ୍ପକୁ 32 ଖଣ୍ଡ ଗ୍ରାମର ଲୋକେ ବିରୋଧ କରି ଅଙ୍ଗବନ୍ଧ ପ୍ରତିରୋଧ କମିଟି ଗଠନ କରି ଆନ୍ଦୋଳନ ଚଲାଇଆସୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କ ବିରୋଧରେ ପୁଣି ତେଜିଲା ଦଳୀୟ ତାତି, ଦଳୀୟ କର୍ମକର୍ତ୍ତାଙ୍କୁ ଉପେକ୍ଷା ଅଭିଯୋଗ - Protest Against Aparajita Sarangi

ସେପଟେ 2024 ସାଧାରଣ ନିର୍ବାଚନ ପାଇଁ ଗୋବର୍ଦ୍ଧନ ଭୁଏଙ୍କୁ ବିଜେପି ଦଳ ଟିକେଟ ଦେଇ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ବିଜେପି ଦଳକୁ ସମର୍ଥନ କରୁଥିବା ଅନେକ ଗ୍ରାମବାସୀ ବର୍ତ୍ତମାନ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରିଛନ୍ତି । ଅଙ୍ଗବନ୍ଧ ପ୍ରତିରୋଧ କମିଟି ତରଫରୁ 32 ଖଣ୍ଡ ଗ୍ରାମକୁନେଇ ବିରାଟ ବୈଠକ କରାଯାଇ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ବିରୋଧ କରାଯାଇଛି । ଗୋବର୍ଦ୍ଧନ ଭୁଏଙ୍କୁ 32 ଖଣ୍ଡ ବୁଡ଼ି ଅଞ୍ଚଳ ଗ୍ରାମକୁ ଆସିବାକୁ ବାରଣ କରାଯାଇଛି । ଗାଁର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ଗୋବର୍ଦ୍ଧନ ଭୁଏଙ୍କୁ କେହି ମତଦାନ କରିବେ ନାହିଁ କିମ୍ବା ଗୋଭର୍ଦ୍ଧନ ଭୁଏଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ କ୍ଷେତ୍ରରେ ଗୋବର୍ଦ୍ଧନଙ୍କୁ ଅସହଯୋଗ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯିବା ସହିତ ଅଙ୍ଗବନ୍ଧ ପ୍ରତିରୋଧ କମିଟି ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ବିରୋଧରେ ନାର ଲଗାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.