ETV Bharat / state

ସାଙ୍ଗ ଜୀବନ ବଞ୍ଚାଇବା ପାଇଁ ଯାଇ ଚାଲିଗଲା ସାଙ୍ଗଙ୍କ ଜୀବନ, ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ - Labourers Die Of Asphyxiation

author img

By ETV Bharat Odisha Team

Published : Sep 6, 2024, 11:04 PM IST

Workers Die Of Asphyxiation: ପାଇଖାନା ଟାଙ୍କିରେ ପଡି ୩ ମୃତ । ଜଣଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୨ ଶ୍ରମକଙ୍କୁ ମୃତ୍ୟୁ । ଅଧିକ ପଢ଼ନ୍ତୁ

Workers Die Of Asphyxiation
Workers Die Of Asphyxiation (ETV Bharat Odisha)

କଟକ: ସାଙ୍ଗ ବିପଦରେ ପଡ଼ିଥିବା ଦେଖି ସାଙ୍ଗକୁ ବଞ୍ଚାଇବା ପାଇଁ ଯାଇଥିଲେ ସାଙ୍ଗ । ହେଲେ ବିଡମ୍ବନାର ବିଷୟ ଯେ, ସାଙ୍ଗ ଜୀବନ ବଞ୍ଚାଉ ବଞ୍ଚାଉ ସାଙ୍ଗ ସହ ଆଉ ୨ ଜଣଙ୍କର ମଧ୍ୟ ଜୀବନ ଚାଲିଗଲା । କଟକ ତ୍ରିଶୂଳିଆ ନରଣପୁର ଓ ବେଲ ଗାଛିଆରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳଛି । ଯେଉଁଠି ଏକ ଆପାର୍ଟମେଣ୍ଟର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଶ୍ରମିକଙ୍କ ମୃତ ହୋଇଛି ।

ଜଣକ ପରେ ଜଣେ, ୩ ସାଙ୍ଗ ମୃତ:

ତେବେ ନରଣପୁର ଓ ବେଲ ଗାଛିଆରେ ଏକ ଆପର୍ଟମେଣ୍ଟରେ ନୂଆ କରି ନିର୍ମିତ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବାକୁ ଯାଇଥିଲେ ୩ ଜଣ ଶ୍ରମିକ । କାମ କରୁଥିବା ବେଳେ ଟାଙ୍କି ଭିତରେ ଜଣେ ଶ୍ରମିକ ଶ୍ବାସରୁଦ୍ଧ ହୋଇଯାଇଥିଲେ । ତାଙ୍କୁ ଦେଖି ଆଉ ଜଣେ ଶ୍ରମିକ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ଏମିତି ଜଣକ ପରେ ଜଣେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଏହି ଅଘଟଣ ପରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଏସସିବି କୁଳ ସଚିବ ଅବିନାଶ ରାଉତ ।

ଏହା ମଧ୍ୟ ପଢ଼ନ୍ତୁ...Hathras Accident: ଦଶାହ ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଛପିଥିଲା ମୃତ୍ୟୁ ! ଚାଲିଗଲା 12 ଜୀବନ - BUS AND TEMPO COLLISION

ତଦନ୍ତ କରୁଛି ପୋଲିସ:

ସେପଟେ ମୃତକମାନେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ଆବୁ ତାହୀର, ଦିନେଶ ସରକାର 2 ଜଣ ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ । ବାରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଟାଙ୍କିଟି ବହୁତ ଗଭୀର ଥିଲା ଏବଂ ମୃତ୍ୟୁବରଣ କରିଥିବା ଶ୍ରମିକମାନେ କୌଣସି ସୁରକ୍ଷା ଉପକରଣ ପିନ୍ଧି ନ ଥିଲେ । ତଦନ୍ତ ପରେ ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ତେବେ କାହିଁକି କେଉଁ ପରିସ୍ଥିତିରେ ସେମାନେ ସୁରକ୍ଷା ସାମଗ୍ରୀ ନେଇ ନଥିଲେ ସବୁ ଦିଗରେ ତଦନ୍ତ ଜାରି ରହିଥିବା କହିଛନ୍ତି ଅତରିକ୍ତ ଡିସିପି ।

ଏହା ମଧ୍ୟ ପଢ଼ନ୍ତୁ...700 ଫୁଟ ତଳକୁ ଖସିଲା ସେନା ଗାଡି, 4 ଯବାନ ଶହୀଦ - Sikkim road accident

କଟକ ଅତିରିକ୍ତ ଡିସିପିଙ୍କ ପ୍ରତିକ୍ରିୟା:

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ନରଣପୁର ଓ ବେଲ ଗାଛିଆ ମଝିରେ ଥିବା ଏକ ବିଲ୍ଡିଂର ନିର୍ମାଣ କାମ ଚାଲିଥିଲା । ନିର୍ମାଣ ବେଳେ ସେଠାରେ ଏକ ଟାଙ୍କି କରାଯାଇ ସେଣ୍ଟ୍ରିଂ କରାଯାଇଥିଲା । ଟାଙ୍କିର ସେଣ୍ଟ୍ରିଂ ଖୋଲିବା ପାଇଁ ଛୋଟ ହୋଲ ଭିତରକୁ ଜଣେ ଶ୍ରମିକ ଯାଇଥିଲେ । ହେଲେ ଟାଙ୍କି ବହୁତ ବଡ଼ ଥିବା ବେଳେ ହୋଲ ଛୋଟ ଥିବାରୁ ଏହା ମଧ୍ୟରେ ଅମ୍ଳଜାନର ଅଭାବ ହୋଇଥିଲା । ସେ ଅଣନିଶ୍ବାସି ହୋଇଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଟାଙ୍କି ଭିତରେକୁ ଯାଇଥିଲେ । ଏହାପରେ ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଜଣେ ଶ୍ରମିକ ଯାଇଥିଲେ । ୩ ଜଣ ଶ୍ରମିକ ଶ୍ବାସରୁଦ୍ଧ ହୋଇଥିଲେ । ପରେ ସେମାନଙ୍କୁ ଏସସିବି ମେଡିକାଲକୁ ପଠାଯାଇଥିଲା । ସେଠାରେ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ତଦନ୍ତ ଚାଲିଛି । ଏଥିରେ ଯେଉଁମାନଙ୍କ ସପୃକ୍ତି ଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ବଦ୍ରିନାଥରୁ ଦର୍ଶନ ସାରି ଫେରୁଥିଲେ ୧୫ ଓଡ଼ିଆ ତୀର୍ଥଯାତ୍ରୀ, ଅଧା ବାଟରେ... - Fire Caught Out In Tempo Traveller

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.