ETV Bharat / state

କର୍ଲାପାଟ ଅଭୟାରଣ୍ୟରେ ମାତିଛନ୍ତି ଜନ୍ତୁ ଶିକାରୀ: ୩ ଗିରଫ, ୨ ବନ୍ଧୁକ ଜବତ - Hunter arrested

author img

By ETV Bharat Odisha Team

Published : Apr 28, 2024, 9:09 AM IST

Updated : Apr 28, 2024, 10:06 AM IST

Hunter arrested from Karlapat Sanctuary: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମାତିଛନ୍ତି ଜଙ୍ଗଲୀ ଜନ୍ତୁ ଶିକାରୀ । ୩ ଅଭିଯୁକ୍ତ ଗିରଫ । ୨ ଦେଶୀ ବନ୍ଧୁକ ଓ ଧନୁତୀର ଜବତ । ଅଧିକ ପଢନ୍ତୁ

Hunter arrested
Hunter arrested
କର୍ଲାପାଟ ଅଭୟାରଣ୍ୟରେ ମାତିଛନ୍ତି ଜନ୍ତୁ ଶିକାରୀ: ୩ ଗିରଫ, ୨ ବନ୍ଧୁକ ଜବତ

ଭବାନୀପାଟଣା: ସଚେତନତା ସତ୍ତ୍ୱେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜନ୍ତୁ ଶିକାର । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମାତିଛନ୍ତି ଜଙ୍ଗଲୀ ଜନ୍ତୁ ଶିକାରୀ । ଶୁକ୍ରବାର ଦିନ ବନ୍ୟପ୍ରାଣୀ ଶିକାର ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ଠାରୁ ୨ ଦେଶୀ ବନ୍ଧୁକ ଓ ଧନୁତୀର ମଧ୍ୟ ଜବତ କରାଯାଇଛି । ଏନେଇ ସାଉଥ୍ ଡିଭିଜନ ଏସିଏଫ ପ୍ରଫୁଲ୍ଲ କୁମାର ଦଳେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ବନ ବିଭାଗ କର୍ମଚାରୀ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ୩ ଜଣ ଜଙ୍ଗଲୀ ଜନ୍ତୁ ଶିକାରୀ ମାରଣାସ୍ତ୍ର ଧରି ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚିବା ପରେ ବିଳମ୍ୱିତ ରାତିରେ ଅନ୍ଧକାରର ସୁଯୋଗ ନେଇ ଶିକାରୀମାନେ ଫେରାର ହୋଇଯାଇଥିଲେ । ପରେ ବନ ବିଭାଗ କର୍ମଚାରୀ ଏକ ସ୍ଵତନ୍ତ୍ର ଟିମ୍ କରି ଏହି ତିନି ଜଣଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶିକାରୀମାନଙ୍କ ଘରେ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଟିମ୍ ।

ଏହାମଧ୍ୟ ପଢନ୍ତୁ.. ପୁଣି ଶିମିଳିପାଳରୁ ୯ ଶିକାରୀ ଗିରଫ, ୯ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ - Similipal Sanctuary

ଗିରଫ ଅଭିଯୁକ୍ତମାନେ ହେଲେ ଉଦୁରୁଙ୍ଗ ଗାଁର କୁନ୍ଦ୍ ମାଝୀ, ସୁରେଶ ମାଝୀ କପୂର୍ ମାଝୀ । ସେମାନଙ୍କ ଘରୁ ଦୁଇଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗୋଟିଏ ଧନୁ ଓ ତୀର ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ ଭବାନୀପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଛି । ଏହାପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଶିକାରୀମାନେ ପୂର୍ବରୁ କେଉଁ କେଉଁ ଘଟଣାରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଏସିଏଫ୍ ପ୍ରଫୁଲ୍ଲ କୁମାର ଦଳେଇ ।

ସୂଚନାଯୋଗ୍ୟ, ବନ୍ୟଜନ୍ତୁ ଶିକାରରେ ରୋକ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଗାଁ ଗାଁରେ ପ୍ରଚାର କରାଯାଇ ଶିକାର ନକରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ହେଲେ ଶିକାରରେ ବ୍ରେକ ଲାଗୁନି । ବିଭିନ୍ନ ସମୟରେ ଏସଟିଏଫ୍ ସହ ଜିଲ୍ଲା ବନ ବିଭାଗ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 28, 2024, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.