ETV Bharat / state

ନିଟ ପରୀକ୍ଷାରେ ଜାଲିଆତି, ୩ ନକଲି ପରୀକ୍ଷାର୍ଥୀ ଗିରଫ - FAKE EXAMINEES ARRESTED

author img

By ETV Bharat Odisha Team

Published : May 8, 2024, 3:18 PM IST

NET Exam Cheating: ନିଟ ପ୍ରବେଶିକା ପରୀକ୍ଷାରେ ଜାଲିଆତି ମାମଲା । ଘଟଣାରେ ଭଦ୍ରକରୁ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ନକଲି ପରୀକ୍ଷାର୍ଥୀ ଭାବେ ଦେଉଥିଲେ ପରୀକ୍ଷା । ଅଧିକ ପଢନ୍ତୁ

ନିଟ ପରୀକ୍ଷାରେ ଜାଲିଆତି ଘଟଣା
ନିଟ ପରୀକ୍ଷାରେ ଜାଲିଆତି ଘଟଣା (ETV Bharat Odisha)
ନିଟ ପରୀକ୍ଷାରେ ଜାଲିଆତି ଘଟଣା; ୩ ନକଲି ପରୀକ୍ଷାର୍ଥୀ ଗିରଫ (ETV Bharat Odisha)

ଭଦ୍ରକ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି ଘଟଣା । ୩ ନକଲି ପରୀକ୍ଷାର୍ଥୀଙ୍କୁ ବାନ୍ଧିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଗିରଫ ୩ ଅଭିଯୁକ୍ତ ହେଲେ ଅଙ୍କିତ ରାଜ, ରାଜେଶ ମଧୁକର ଏବଂ ପ୍ରେମଶଙ୍କର ପାଣ୍ଡେ । ସମସ୍ତେ ବିହାର ଅଞ୍ଚଳର ହୋଇଥିବା ବେଳେ ଆଉ ୩ଜଣ ଫେରାର ଥିବା ଜଣାପଡିଛି ।

ସୂଚନା ଅନୁସାରେ, ଚଳିତ ମେ ମାସ ୫ ତାରିଖରେ ନିଟ ପରୀକ୍ଷା ହୋଇଥିଲା । ଏହି ସମୟରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ଜଣେ ପରୀକ୍ଷାର୍ଥୀ ବଦଳରେ ଅନ୍ୟ ଜଣେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ସୂଚନା ଥାଉ କି, ମୟୂରଭଞ୍ଜ ଅଞ୍ଚଳ ଶାଶ୍ୱତ ତ୍ରିପାଠୀ ଏହି ନିଟ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ତାଙ୍କ ବଦଳରେ ଆଉ ଜଣେ ପରୀକ୍ଷା ଦେଉଥିଲେ । ଏହି ଅନ୍ୟ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ଏହି ପରୀକ୍ଷା ପାଇଁ ଡିଲ ହୋଇଥିଲା ।

ତେବେ ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ଅଛନ୍ତି । ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ଅଙ୍କିତ ରାଜ, ମଧ୍ୟସ୍ଥି ରାଜେଶ ମଧୁକର ଏବଂ ପ୍ରେମ ଶଙ୍କର ପାଣ୍ଡେ ଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ଏଥିସହ ପ୍ରକୃତ ପରୀକ୍ଷାର୍ଥୀ ଶ୍ୱାଶତ ତ୍ରିପାଠୀକୁ ଧରିବାରେ ଏବଂ ୧୦ ଲକ୍ଷ ଟଙ୍କା କାରବାର ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ 419/420/466/478/120/B IPC ଦଫାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ: ନିଯୁକ୍ତି ଆଳରେ ସାଇବର ଠକେଇ, ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ

ଭଦ୍ରକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.