ETV Bharat / state

ମନୁଷ୍ୟକୃତ ନିଆଁ ଆଁରେ ଜଙ୍ଗଲ: କର୍ଲାପାଟ ଅଭୟାରଣ୍ୟ ନିଆଁ ଲଗାଉଥିବା ବେଳେ ୩ ଗିରଫ, ଅସ୍ତ୍ରଶସ୍ତ୍ର ଜବତ - Forest fire

author img

By ETV Bharat Odisha Team

Published : Apr 27, 2024, 11:58 AM IST

Forest fire : ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗୁଥିବା ଘଟଣାକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପ୍ରତିକ୍ରିୟା । ଅଧିକାଂଶ ସ୍ଥାନରେ ମନୁଷ୍ୟକୃତ ନିଆଁ ଲାଗିଥିବା ସୂଚନା । ଶୁକ୍ରବାର କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ନିଆଁ ଲଗାଉଥିବା ବେଳେ ୩ ଗିରଫ । ଅଧିକ ପଢନ୍ତୁ

Forest fire
Forest fire
Forest fire

ଭୁବନେଶ୍ୱର: ମନୁଷ୍ୟକୃତ ନିଆଁ ଆଁରେ ଜଙ୍ଗଲ । ଗତକାଲି(ଶୁକ୍ରବାର) ରାତିରେ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ନିଆଁ ଜଳାଇବାକୁ ଚେଷ୍ଟା କରୁଥିବା ବେଳେ ତିନିଜଣଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୬୦ ରୁ ଅଧିକ ଜଣ ଜଙ୍ଗଲରେ ନିଆଁ ଲଗାଉଥିବାର ନଜରକୁ ଆସିଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।

Forest fire
Forest fire

ରାଜ୍ୟରେ ଜଳୁଛି ଜଙ୍ଗଲ । ଗ୍ରୀଷ୍ମ ପ୍ରବାହ ବଢିବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି । ଦୁଇ ଦିନ ତଳେ ରାଜ୍ୟରେ କିଛି ଅଞ୍ଚଳରେ କାଳବୈଶାଖୀ ହେବା କାରଣରୁ ଜଙ୍ଗଲ ନିଆଁ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ତେବେ ପୁଣି ଥରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ତେବେ ରାଜ୍ୟରେ ବିଶେଷ ଭାବରେ ଜଙ୍ଗଲ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡିଛି । କିଛି ଲୋକମାନେ ଜଙ୍ଗଲ ମଧ୍ୟରେ ଶିକାର କରିବା ଉଦ୍ଦେଶ୍ୟରେ କିମ୍ବା ମହୁଲ ଏବଂ ପୋଡ଼ୁ ଚାଷ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ଘଟଣା ସାମ୍ନାକୁ ଆସିଛି ।

Forest fire
Forest fire

ଏହାମଧ୍ୟ ପଢନ୍ତୁ..ଅନୁଗୋଳ ହିଂଶ୍ରୀଡ଼ା ଜଙ୍ଗଲ ଜଳୁଛି, ଆଖ ପାଖକୁ ବ୍ୟାପୁଛି ! - ANGUL FOREST FIR

ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିଥିବାର ସୂଚନା ମିଳିଲେ ବା ନଜରକୁ ଆସିଲେ ସେହି ଲୋକମାନଙ୍କୁ ତୁରନ୍ତ ଗିରଫ କରାଯାଉଛି। ରାଜ୍ୟରେ ପାଖାପାଖି ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଜଙ୍ଗଲରେ ନିଆଁ ନଲଗାଇବାକୁ ନେଇ ସଚେତନ କରାଯାଉଛି । ଅନେକ ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ଲୋକମାନେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି ।

Forest fire
Forest fire

ସୂଚନା ଅନୁଯାୟୀ, ରାଜ୍ୟରେ ଶନିବାର ସୁଦ୍ଧା ୭୧୦ଟି ପଏଣ୍ଟରେ ନିଆଁ ଚିହ୍ନଟ ହୋଇଛି । ୭୦୯ ଟି ପଏଣ୍ଟରେ ଜଙ୍ଗଲ ନିଆଁ ରିସିଭ କରାଯାଉଛି । ଯାହା ୯୯.୮୬ ପ୍ରତିଶତ ରହିଛି । ତେବେ ୧୩୯.୮ ହେକ୍ଟର ଅଞ୍ଚଳ ନିଆଁରେ ପ୍ରଭାବିତ ହୋଇଛି । ତେବେ ରାଜ୍ୟରେ ବଡ଼ଧରଣର ଜଙ୍ଗଲ ନିଆଁ ପଏଣ୍ଟ ଅନୁସାରେ ବ୍ରହ୍ମପୁରର ବାଲିଗୁଡାରେ ୩୬ଟି ସ୍ଥାନରେ ବଡ ଧରଣର ଜଙ୍ଗଲ ନିଆଁ ପଏଣ୍ଟ ଚିହ୍ନଟ କରାଯାଇଛି । ଏହା ସହ ଭବାନୀପାଟଣାର କଳାହାଣ୍ଡି ସାଉଥ ଜଙ୍ଗଲରେ ୧୪, କୋରାପୁଟର ରାୟଗଡ଼ା ଅଞ୍ଚଳରେ ୧୭, ସମ୍ବଲପୁରରେ ୧୭, ଭବାନୀପାଟଣା କଳାହାଣ୍ଡି ନର୍ଥରେ ୧୧, ଅନୁଗୁଳରେ ୧୪, ନୟାଗଡ଼ରେ ୭ ଭଳି ଅନେକ ସ୍ଥାନରେ ଏଭଳି ବଡ ଧରଣର ଜଙ୍ଗଲରେ ନିଆଁ ଚିହ୍ନଟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.