ETV Bharat / state

ନିଜ ଆଖିରେ ଅନ୍ୟକୁ ଦୁନିଆ ଦେଖାଇ ଅମର ହୋଇଗଲେ ମାଣିକ - Eye Donation - EYE DONATION

Eye Donation In Berhampur: ମୃତ୍ୟୁ ପରେ ବି ଅମର ହୋଇଗଲେ ମାଣିକ । ନିଜ ଆରପାରିକୁ ଚାଲିଗଲେ, ହେଲେ ଯାଉ ଯାଉ ୪୨ ବର୍ଷୀୟା ମହିଳାଙ୍କୁ ନିଜର ଦୁଇଟି ଆଖି ଦେଇ ଦୁନିଆ ଦେଖାଇଲେ । ଅଧିକ ପଢନ୍ତୁ

ନିଜ ଆଖିରେ ଅନ୍ୟକୁ ଦୁନିଆ ଦେଖାଇ ଅମର ହୋଇଗଲେ ମାଣିକ
ନିଜ ଆଖିରେ ଅନ୍ୟକୁ ଦୁନିଆ ଦେଖାଇ ଅମର ହୋଇଗଲେ ମାଣିକ (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 10:23 AM IST

Updated : May 31, 2024, 12:45 PM IST

ବ୍ରହ୍ମପୁର: ମୃତ୍ୟୁ ପରେ ବି ଅମର ହୋଇଗଲେ ମହିଳା । ନିଜେ ସିନା ଦୁନିଆ ଛାଡି ଆରପାରିକୁ ଚାଲିଗଲେ, ହେଲେ ଜଣକୁ ନିଜ ଆଖିରେ ଦୁନିଆ ଦେଖାଇଗଲେ । ନିଜର ଚକ୍ଷୁଦାନ କରି ଆଉ ଜଣଙ୍କୁ ନୂଆ ଜୀବନ ଦେବା ସହ ଅମର ହୋଇଗଲେ ୨୭ ବର୍ଷୀୟା ମାଣିକ । ଏହି ଘଟଣାଟି ହେଉଛି ବ୍ରହ୍ମପୁରର । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ମାଣିକ କୋଠାରୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କର ଆଖି ଦାନ କରିଛନ୍ତି । ସେହି ଆଖି ଗଞ୍ଜାମର ଆଉ ଜଣେ ୪୫ ବର୍ଷୀୟା ମହିଳାଙ୍କଠାରେ ଲାଗିଛି ।

ନିଜ ଆଖିରେ ଅନ୍ୟକୁ ଦୁନିଆ ଦେଖାଇ ଅମର ହୋଇଗଲେ ମାଣିକ (ETV Bharat Odisha)

ସୂଚନା ମୁତାବକ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଠିକାଭିତ୍ତିରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ୨୭ ବର୍ଷୀୟା ମାଣିକ କୋଠିଆଙ୍କ ଗତ ମାର୍ଚ୍ଚ ୨୮ରେ ଅସ୍ଵାଭାବିକ ମୃତ୍ୟୁ ହୋଇଥିଲା । ସେହି ସମୟରେ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଆଖି ବୁଗୁଡା ଅଞ୍ଚଳର ଜଣେ ୪୫ ବର୍ଷୀୟା ମହିଳାଙ୍କ ଦେହରେ ଲାଗିଛି । ଏହି ମହିଳା ଜନ୍ମରୁ ଦୃଷ୍ଟିବାଧିତ ଥିଲେ । ଏବେ ମାଣିକଙ୍କ ଆଖିରେ ସେ ଦୁନିଆ ଦେଖୁଛନ୍ତି । ଏମ୍.କେ.ସି.ଜି ମେଡିକାଲରେ ତାଙ୍କ ଆଖିର ସଫଳ ଅସ୍ତ୍ରୋପଚାର ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅଙ୍ଗଦାନ କରି ଅମର କୁନିପୁଅ ପ୍ରତ୍ୟୁଷ, ସବୁଦିନ ରହିବେ ଜୀବିତ - 21 Month Old Child Organ Donate

ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାଶ କହିଛନ୍ତି ଯେ, ଜନ୍ମରୁ ମହିଳା ଜଣଙ୍କ ସ୍ବଚ୍ଛ ପଟଳ ଅସ୍ବଚ୍ଛ ବା (ଧଳା) ରହିଥିଲା । ଏହାକୁ ଡାକ୍ତରୀ ଭାଷାରେ କର୍ନିଆଲ୍ ଡେଷ୍ଟାଫି ବୋଲି କୁହାଯାଏ । ଗତ ମାର୍ଚ୍ଚ ୨୯ ତାରିଖରେ ମହିଳାଙ୍କ ଅସ୍ତ୍ରୋପଚାର କରି ସ୍ବଚ୍ଛ ପଟଳ ପ୍ରତିରୋପଣ କରାଯାଇଥିଲା । ମହିଳାଙ୍କ ଅସ୍ତ୍ରୋପଚାର ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଭଲ ଭାବେ ସବୁକିଛି ଦେଖି ପାରୁଛନ୍ତି । ସେହିପରି ମାଣିକଙ୍କ ଏପରି ଚକ୍ଷୁଦାନ ଅନ୍ୟମାନଙ୍କ ପାଇଁ ଉଦାହରମ ପାଲଟିଛି ବୋଲି ମେଡିକାଲର କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଅସ୍ତ୍ରୋପଚାର ପରେ ନିଜ ଆଖିରେ ପରିବାର, ନିଜ ପିଲାଛୁଆ ଏବଂ ଏ ଦୁନିଆକୁ ଦେଖି ପାରୁଥିବାରୁ ୪୫ ବର୍ଷୀୟା ମହିଳା ଜଣକ ବେଶ୍ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ଚକ୍ଷୁଦାନ କରିଥିବା ୨୭ ବର୍ଷୀୟା ମାଣିକଙ୍କୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି । ମହିଳାଙ୍କ ଅସ୍ତ୍ରୋପଚାର ପରେ ତାଙ୍କର ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 31, 2024, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.