ଭୁବନେଶ୍ବର : ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଏଥିରେ ମୋଟ ୨୧ ହଜାର ୬୩୫ ଜଣଙ୍କୁ ଚୟନ ହୋଇଛନ୍ତି । ଏଥିରେ ୧୪ ହଜାର ୬୪୫ ଜଣ ଛାତ୍ରୀ ଥିବା ବେଳେ ୬ ହଜାର ୯୮୮ଜଣ ଛାତ୍ର ଏବଂ ୨ ଜଣ ତୃତୀୟ ଲିଙ୍ଗୀ ବର୍ଗର ଶିକ୍ଷାର୍ଥୀ ରହିଛନ୍ତି । ଅର୍ଥାତ ୬୭.୬୮ ପ୍ରତିଶତ ଛାତ୍ରୀ ଚୟନ ହୋଇଥିବା ବେଳେ ୩୨.୨୯ ପ୍ରତିଶତ ଛାତ୍ର ଚୟନ ହୋଇଛନ୍ତି। ଚୟନ ହୋଇଥିବା ଆବେଦନକାରୀ ମାନେ ନାମଲେଖା ଫି ଦାଖଲ ପରେ ଫ୍ରିଜ୍ ଅପସନ କରିପାରିବେ।
- ୧୧୪ଟି ଶିକ୍ଷାନୁଷ୍ଠାନରେ ରହିଛି ୨୮ ହଜାର ୯୮୪ଟି ସିଟ୍
- ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮ ହଜାର ୯୮୪ଟି ସିଟ୍ ରହିଛି । ୧୮ଟି ବିଶ୍ଵବିଦ୍ୟାଳୟ ୧୬ଟି କଲେଜ ଅର୍ଥାତ ୧୧୪ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପକ୍ରିୟା ଚାଲିବ । ଏନେଇ ନିୟୋଜିତ ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୬୩ ହଜାର ୧୮୪ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୪ ହଜାର ୯୦୪ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ୬୩୫ ଜଣଙ୍କୁ ଚୟନ କରାଯାଇଛି। ଏଥିରେ ଚୟନ ହୋଇଥିବା ପରୀକ୍ଷାର୍ଥୀ ମାନେ ଅନଲାଇନ ମାଧ୍ୟମରେ ନାମଲେଖା ଫି ଦାଖଲ କରିବେ ।
- ୩୧ ଦ୍ଵିତୀୟ ପର୍ଯ୍ୟୟ ମେଧା ତାଲିକା
ସେହିପରି ଭାବରେ ଚଳିତମାସ(ଅଗଷ୍ଟ) ୩୧ ତାରିଖରେ ଦ୍ଵିତୀୟ ପର୍ଯ୍ୟୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ ତାରିଖରୁ ୪ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ସେପ୍ଟେମ୍ବର ୧୦ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହା ସେପ୍ଟେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ପରୀକ୍ଷାର୍ଥୀ । ବଳକା ସିଟ ରହିଥିବା ଶିକ୍ଷାନୁଷ୍ଠାନରେ ସ୍ପଟ-ଆଡମିଶନ ପାଇଁ ସେପ୍ଟେମ୍ବର ୧୮ ତାରିଖରୁ ୨୦ ତାରିଖ ମଧ୍ୟରେ ଆଗ୍ରହୀ ଛାତ୍ରଛାତ୍ରୀ ଅନଲାଇନରେ ରିପୋର୍ଟ କରିପାରିବେ ।
ଇଟିଭି ଭାରତ, ଭୁବନେଶ୍ବର