ETV Bharat / state

ଇସ୍ରୋ ଗଲେ ଓଡ଼ିଶାର ୨୦ ଛାତ୍ରଛାତ୍ରୀ, ୟାଟ୍‌ସ ଦ୍ୱାରା ହୋଇଛନ୍ତି ଚୟନ - Odisha Student ISRO Visit

author img

By ETV Bharat Odisha Team

Published : Jun 29, 2024, 4:30 PM IST

Odisha Students To Visit ISRO: ଇସ୍ରୋ ଗଲେ ଓଡ଼ିଶାର ଛାତ୍ରଛାତ୍ରୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି) ପରିଦର୍ଶନ କରିବେ ୨୦ ଜଣ ଓଡିଆ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

Students From Odisha To Visit ISRO
Students From Odisha To Visit ISRO (ETV Bharat Odisha)

ଭୁବନେଶ୍ବର: ଇସ୍ରୋ ପରିଦର୍ଶନରେ ବାହାରିଛନ୍ତି ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତା । ଏହି ପରିଦର୍ଶନର ଶୁଭାରମ୍ଭ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ହୋଇଛି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ODISHA STUDENT ISRO VISIT (ETV Bharat Odisha)

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଅଭିଯାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୩ର ବିଜେତାମାନେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି) ପରିଦର୍ଶନ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିବା ୨୦ ଜଣ ବିଜେତା ଏସଏସି ଏବଂ ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କରିବେ ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ଆଜି ଇସ୍ରୋ ଯାଉଛନ୍ତି ଓଡ଼ିଶାର ୮୦ ହଜାର ପିଲାଙ୍କ ଭିତରୁ ଏହି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି । ତେଣୁ ଏହି ଯୁବ ପ୍ରତିଭା ଇସ୍ରୋ ଯାଇ ପ୍ରଶିକ୍ଷଣ ନିଅନ୍ତୁ । ଜଣେ ଜଣେ ଭଲ ବୈଜ୍ଞାନିକ ହୋଇ ବିଶ୍ୱରେ ନା କରି ଓଡ଼ିଶାର ଭବିଷ୍ୟତ ସାଜନ୍ତୁ । ଆଉ ଓଡିଶାର ଯୁବ ପ୍ରତିଭାଙ୍କୁ ଆକର୍ଷଣ କରିବା ପାଇଁ ଅନ୍ୟ ଜିଲ୍ଲାରେ ଆଉ କିଛି ପ୍ଲାନେଟୋରିୟମ ସହ ସାଇନ୍ସ ପାର୍କ ଓ ପ୍ରତିଜିଲ୍ଲାରେ ସାଇନ୍ସ ପ୍ରୋଜେକ୍ଟ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହି ଅବସରରେ ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଦେବାଶିଷ ଜେନା କହିଛନ୍ତି, "ୟାଟ୍‌ସ ହେଉଛି ଏକ ଅଗ୍ରଣୀ ପଦକ୍ଷେପ ଯାହା ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶୈକ୍ଷିକ ସୀମା ଅତିକ୍ରମ କରି ସେମାନଙ୍କର ବୈଜ୍ଞାନିକ ଉତ୍ସୁକତାକୁ ବୃଦ୍ଧି କରୁଛି । ବର୍ଷ ବର୍ଷ ଧରି ଏହି ପ୍ଲାଟଫର୍ମକୁ ସଫଳ କରିବାରେ ଓଡ଼ିଶା ସରକାର ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମର ନିରନ୍ତର ସହଯୋଗ ପାଇଁ ଆମେ କୃତଜ୍ଞ । ଆମେ ଏହି ଯୁବ ବିଜେତାମାନଙ୍କୁ ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ପରିଦର୍ଶନ କରାଇବା ସହ ଏବଂ ସେମାନଙ୍କ ଜ୍ୟୋତିର୍ବିଜ୍ଞାନୀ ହେବାର ସ୍ୱପ୍ନକୁ ଆଗକୁ ବଢ଼ାଇବାର ସୁଯୋଗ ପ୍ରଦାନ କରିବାକୁ ଉତ୍ସାହିତ ।"

ଏଠାରେ ସୂଚନା ଥାଉକି, ୨୦୨୩ ଡିସେମ୍ବର ୧୩ରେ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଅନୁଷ୍ଠିତ ୟାଟ୍‌ସର ଗ୍ରାଣ୍ଡ ଫାଇନାଲରୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଏସଏସି ଲ୍ୟାବ୍‌ର ପରିଦର୍ଶନ କରିବେ ଏବଂ ଏହାର ନିର୍ଦ୍ଦେଶକ ଏବଂ ଏସଏସିର ଅନ୍ୟ ଅଗ୍ରଣୀ ମହାକାଶ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ । ପଠାଣି ସାମନ୍ତ ପ୍ଲାନେଟୋରିୟମ, ଟାଟା ଷ୍ଟିଲର ଅଧିକାରୀ ଓ ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ସାଇନ୍ସ ସିଟି ପରିଦର୍ଶନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ଜ୍ଞାନ ଆହରଣ କରିବେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବଦଳିବ NTAର ଢାଞ୍ଚା ! ଆଜି 7ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ - NEET Paper Leak

ଚଳିତ ବର୍ଷର ବିଷୟବସ୍ତୁ ‘ଦ ମୁନ୍ ବେସ୍ - ଫ୍ୟୁଚର ଲଞ୍ଚପ୍ୟାଡ୍ ଫର୍ ସ୍ପେସ୍‌' ଅଂଶଗ୍ରହଣକାରୀଙ୍କ ଚିନ୍ତନକୁ ଆକର୍ଷିତ କରିଛି ପାତ୍ର ମହାଜାଗତିକ ସମ୍ଭାବନାର ଅନୁସନ୍ଧାନ ପାଇଁ ପ୍ରତିଶ୍ରୁତି ଦେଇଛି । ୨୦୦୭ ମସିହାରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଦୀର୍ଘ ୧୭ ବର୍ଷ ଧରି ୟାଟ୍‌ସ ରାଜ୍ୟର ୩,୫୦,୦୦୦ରୁ ଅଧିକ ଯୁବ ବିଜ୍ଞାନପ୍ରେମୀଙ୍କୁ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଛି ଏବଂ ୧୭ତମ ସଂସ୍କରଣ ସମେତ ୨୦୦ ଜଣ ଛାତ୍ରଛାତ୍ରୀ ଇସ୍ରୋର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.