ETV Bharat / state

ବାଲେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ, ଖର୍ଚ୍ଚ ହେବ ୧୯୭ କୋଟି

Balasore Railway Station: ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଦିଗରେ ଆଉ ଏକ ପାହାଚ ଆଗେଇଛି । ବାଲେଶ୍ଵର ରେଳ ଷ୍ଟେସନକୁ ଏକ ଐତିହ୍ୟ ଦ୍ଵାରା ସଜାଯାଇଛି । ଅଧିକ ପଢ଼ନ୍ତୁ

ବାଲେଶ୍ୱର ରେଳ ଷ୍ଟେସନ
ବାଲେଶ୍ୱର ରେଳ ଷ୍ଟେସନ
author img

By ETV Bharat Odisha Team

Published : Feb 9, 2024, 9:25 PM IST

ଭୁବନେଶ୍ବର: ଲୋକମାନଙ୍କୁ ସହଜ ରେଳ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଥିରେ ସାମିଲ ହୋଇଛି ବାଲେଶ୍ବର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନର ବିକାଶ ଦିଗରେ ଆଉ ଏକ ପାହାଚ ଆଗେଇଛି । ବାଲେଶ୍ଵର ରେଳ ଷ୍ଟେସାନକୁ ଏକ ଐତିହ୍ୟ ଦ୍ଵାରା ସଜାଯାଇଛି । ଏଥିପାଇଁ ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହାକୁ ଡିଜାଇନ୍ କରାଯାଇଛି । ପ୍ରତିଦିନ ଯେଭଳି ଭାବରେ ୫୦ ହଜାର ଯାତ୍ରୀ ଯାତ୍ରା କରିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ।

ତେବେ ବାଲେଶ୍ଵର ଷ୍ଟେସନ ଉନ୍ନତିକରଣ ପାଇଁ କରାଯାଇଥିବା ମଡେଲ ଅନୁସାରେ, ଷ୍ଟେସନର ସମ୍ମୁଖରେ ରହିଛି କୋଣାର୍କ ମନ୍ଦିରର ଅଶୋକ ଚକ୍ର । ଷ୍ଟେସନର ଶିଖର ଜଗନ୍ନାଥ ମନ୍ଦିର ସଦୃଶ୍ୟ ଭଳି । ଏହା ସହ ଏହି ଷ୍ଟେସନରେ ଅନ୍ୟାନ୍ୟ ସାଂସ୍କୃତିକ ସ୍ପର୍ଶ ଯୋଗ କରାଯାଇଛି । ଆଦିବାସୀମାନଙ୍କ ସଉରା ଚିତ୍ର ଗୁଡ଼ିକୁ ମଧ୍ୟ ଏହି ଷ୍ଟେସନରେ ପ୍ରଦର୍ଶିତ କରାଯାଇଛି । ତେବେ ଏହି ଷ୍ଟେସନର ପ୍ରକଳ୍ପ ମୂଲ୍ୟ ରହିଛି ୧୯୭ କୋଟି ଟଙ୍କା । ଆଗାମୀ ୫୦ ବର୍ଷ ପାଇଁ ଏହାକୁ ଡିଜାଇନ କରାଯାଇଛି । ପ୍ରତିଦିନ ୫୦ ହଜାର ଯାତ୍ରୀ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । ଷ୍ଟେସନ ବିଲଡିଂର ଉଭୟ ପାର୍ଶ୍ଵରେ ପ୍ଲାଜା ସହିତ ସଂଯୁକ୍ତ କରାଯିବ । ଯାତ୍ରୀଙ୍କ ଅପେକ୍ଷା ହଲରେ ଉନ୍ନତି ଏବଂ ଏସି ଲାଉଞ୍ଜ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ରହିବ ୧୪ ଟି ଲିଫ୍ଟ, ୬ ଟି ଏସ୍କାଲେଟର୍, ୨୦ ଟି ଆକ୍ସେସ୍ କଣ୍ଟ୍ରୋଲ୍ ଗେଟ । ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା 3 FOBs ସମସ୍ତ ଆଚ୍ଛାଦିତ ପ୍ଲାଟଫର୍ମ ଭାବରେ ରହିବ ।

ଏହା ମଧ୍ୟ ପଢ଼ନ୍ତୁ....Amrit Bharat Scheme: ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ

ଏହାସହ ୭ ହଜାର ବର୍ଗମିଟରରୁ ଅଧିକ ପ୍ରଶସ୍ତ ପାର୍କିଂର ବ୍ୟବସ୍ଥା କରାଯାଉଛି । ୧୩୩ ୱାଟର ସୋଲାର ପ୍ୟାନେଲ୍ ରହିବ । ଏକ ହଜାର KLD ଜଳ ରିସାଇକ୍ଲିଂ ପ୍ଲାଣ୍ଟ ମଧ୍ୟ ରହିବ । ଏହି କାମ ୩୦ ମାସ ମଧ୍ୟରେ ସମାପ୍ତ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହାସହ ଭୁବନେଶ୍ଵର, କଟକ ଓ ପୁରୀ ଭଳି ରେଳ ଷ୍ଟେସନର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଓଡ଼ିଶାରେ ପ୍ରାୟ ଅନେକ ବଡ଼ ବଡ଼ ଷ୍ଟେସନ ଉନ୍ନତିକରଣ କରାଯାଉଥିବା ବେଳେ ଏହାର କାର୍ଯ୍ୟକୁ ଖୋଦ ରେଳମନ୍ତ୍ରୀ ତଦାରଖ କରୁଛନ୍ତି । ଅନେକ ସମୟରେ ନିଜେ ବୁଲି କାର୍ଯ୍ୟକୁ ତଦାରଖ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.