ETV Bharat / state

ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ - DEATHS IN JAILS REPORT

କିଛି ଜେଲକୁ ଛାଡିଲେ ରାଜ୍ୟର ଅନ୍ୟ ଜେଲର କଏଦୀ ସେଲରେ ଲାଗିଛି ସିସିଟିଭି । ଜେଲ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା ତଦନ୍ତ କରାଯାଇଛି । ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ
ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ (ETV Bharat Odisha)
author img

By ETV Bharat Odisha Team

Published : Dec 10, 2024, 8:48 AM IST

ଭୁବନେଶ୍ବର: ଗତ ତିନି ବର୍ଷରେ ରାଜ୍ୟର ବିଭିନ୍ନ ଜେଲରେ ଯାଇଛି ୧୭୮ ଜଣ ଅନ୍ତେବାସୀଙ୍କ ଜୀବନ । ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା ତଦନ୍ତ କରାଯାଇଛି । ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରଗୁଡିକରେ କଏଦୀ ରହୁଥ‌ିବା ଶୟନ କକ୍ଷରେ ସିସିଟିଭି ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରୁ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି ବୋଲି ଗତକାଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • ପ୍ରଶ୍ନ କରିଥିଲେ ବିଧାୟକ ଭାସ୍କର ମଢେଇ:-

ବିଜେପି ବିଧାୟକ ଭାସ୍କର ମଢେଇ ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କୁ ଜେଲମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ପାଇଁ ପ୍ରଶ୍ନ କରିଥିଲେ।
ଦୀର୍ଘ ସମୟରେ ଜେଲ ମାନୁଆଲ ନୂତନ ସଂସ୍କରଣ ତିଆରୀ ନହେବାର କାରଣ କ’ଣ ? ଗତ ୩ ବର୍ଷ ଜେଲ ମଧ୍ୟରେ କେତେଜଣ ବନ୍ଦୀଙ୍କ ମୃତ୍ୟୁ ହୋଇଛି ? କୌଣସି ଘଟଣାର ତଦନ୍ତ ହୋଇଛି କି ? ବୋଲି ଭାସ୍କର ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଥ‌ିବା କାରାଗାରଗୁଡିକର ସୁପରିଚାଳନା ପାଇଁ ପୂର୍ବ ପ୍ରଚଳିତ ଜେଲ୍ ମାନୁଆଲର ସଂଶୋଧନ କରାଯାଇ ଜେଲ ମାନୁଆଲର ନୂତନ ସଂସ୍କରଣ "ଓଡ଼ିଶା ମହେଲ୍ କେଲ୍ ମାନୁଆଲ୍, ତା ୨୯.୧୯ ୨୦୨୦ ରିଖ ଠାରୁ ଓଡ଼ିଶାର ସମସ୍ତ କାରାଗାରଗୁଡିକରେ କାର୍ଯ୍ୟକାରୀ ହୋଇ ଆସୁଅଛି । ଗତ ତିନି ବର୍ଷରେ ଓଡ଼ିଶାର କାରାଗାରମାନଙ୍କରେ ମୋଟ ୧୬୮ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତ୍ୟୁ ଘଟଣାର ତଦନ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଛି । ସଂସ୍କାର ପାଇଁ ସରକାର ନିମ୍ନଲିଖୁତ ପଦକ୍ଷେପାମାନ ନେଇଛନ୍ତି କାରାଗାରମାନଙ୍କରେ ।

ଏହା ମଧ୍ୟ ପଢନ୍ତୁ :- ଘରେ ଅଚାନକ ରେଡ୍ କଲା ପୋଲିସ, ବ୍ରାଉନସୁଗର ସହ ପୁଳା ପୁଳା ଟଙ୍କା ଜବତ

ଏହା ବି ପଢନ୍ତୁ...ଫିକା ପଡିବ ନିଶା ମାଫିଆଙ୍କ ନୂଆବର୍ଷ ପ୍ଲାନ୍, ଧରାପଡ଼ିଲା ମାଛ ଗାଡିରେ ଡ୍ରଗ୍ସ ଚାଲାଣ

ଏହା ବି ପଢନ୍ତୁ...ରାଜଧାନୀରେ ଧଳାଜହର; ବ୍ରାଉନସୁଗାର ବେପାରରେ କଲେଜ ଛାତ୍ରଛାତ୍ରୀ, ସୁନ୍ଦରୀ ତରୁଣୀଙ୍କ ସହ 2ଜଣଙ୍କୁ ଧରିଲା ଅବକାରୀ ଟିମ୍, 28ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - Brown Sugar Trade in Bhubaneswar

  • ଅନ୍ତେବାସୀଙ୍କୁ ମିଳୁଛି ପ୍ରଶିକ୍ଷଣ:-

ଅନ୍ତେବାସୀଙ୍କ ଉଚ୍ଚଶିକ୍ଷା ପାଇଁ କାରାଗାରଗୁଡିକରେ ପରୀକ୍ଷା କେନ୍ଦ୍ରମାନ ଖୋଲାଯାଇ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପାଠ୍ୟପୁସ୍ତକ ଶିକ୍ଷା ଯୋଗାଇ ଦିଆଯାଉଅଛି । ଏତଦ୍‌ବ୍ୟତୀତ କଏଦୀମାନଙ୍କୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାଧ୍ୟମରେ ଆତ୍ମନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରାଯାଇଛି । ଦଣ୍ଡ ଅବଧି ଶେଷ ପରେ କଏଦୀମାନେ କାରାଗାରରୁ ମୁକ୍ତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଜୀବିକା ଅର୍ଜନ କରିବା ସହିତ ସମ୍ମାନ ସହ ଜୀବନ ଅତିବାହିତ କରିବାରେ ସକ୍ଷମ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.