ETV Bharat / state

RTE ମାଧ୍ୟମରେ ୧୭ ହଜାର ଛାତ୍ରଛାତ୍ରୀ ବେସରକାରୀ ସ୍କୁଲରେ ନିଃଶୁକ୍ଳ ନାମ ଲେଖାଇବେ - RTE admission process - RTE ADMISSION PROCESS

RTE admission process Begins: ଚଳିତ ବର୍ଷ ଆରଟିଇରେ ଘରୋଇ ସ୍କୁଲରେ ମାଗଣା ପାଠ ପଢିବା ପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟା ବିବେଚିତ ହୋଇଛନ୍ତି । ସେମାନଙ୍କ ନାମ ଲେଖା ସଂପୂର୍ଣ୍ଣ ନିଃଶୁକ୍ଳ ଭାବରେ ହୋଇଛି । ଅଧିକ ପଢ଼ନ୍ତୁ

ମାଗଣା ପାଠ ପଢିବା ପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟା ବିବେଚିତ

author img

By ETV Bharat Odisha Team

Published : Mar 23, 2024, 2:30 PM IST

ଭୁବନେଶ୍ବର: ଆରଟିଇ( Right to Education) ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ନିଃଶୁକ୍ଳ ଭାବରେ ନାମ ଲେଖାଇଲେ ୧୭ ହଜାର ଛାତ୍ରଛାତ୍ରୀ । ଚଳିତ ବର୍ଷ ଆରଟିଇରେ ଘରୋଇ ସ୍କୁଲରେ ମାଗଣା ପାଠ ପଢିବା ପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟା ବିବେଚିତ ହୋଇଛନ୍ତି । ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟ ସମ୍ପୂର୍ଣ ଭାବରେ ନିଃଶୁକ୍ଳ ଶିକ୍ଷା ଲାଭ ପାଇ ପାରିବେ । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ଫେବୃଆରୀ ୨୨ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିଥିଲେ । ତେବେ ବାର୍ଷିକ ଏକ ଲକ୍ଷରୁ କମ ଆୟ ଥିବା ପରିବାରର ଛାତ୍ର ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ । ଯେଉଁଥି ପାଇଁ ବେସରକାରୀ ବିଦ୍ୟାଳୟରେ ଗୁଡ଼ିକରେ ସମୁଦାୟ ୨୫ ପ୍ରତିଶତ ଏହି ଯୋଜନା ଅନ୍ତର୍ଭୁକ୍ତ ରହିଛି ।

ଚଳିତ ବର୍ଷ ରାଜ୍ୟରେ ଥିବା ୩ ହଜାର ୩୩୧ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ୪୧ ହଜାର ୩୩୩ ସିଟ୍‌ ପାଇଁ ସମୁଦାୟ ୩୦ ହଜାର ୪୨୩ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଇଥିଲା । ଏହା ମଧ୍ୟରୁ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ଯାଞ୍ଚ କରି ୨୩ ହଜାର ୨୨୮ ଜଣଙ୍କର ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଛନ୍ତି। ସେଥିମଧ୍ୟରୁ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ଆଜି ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ବାରା ବିବେଚିତ କରାଯାଇଥିଲା । ସେଥି ମଧ୍ୟରୁ ୧୭ ହଜାର ୨୩୫ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ୨୭ ତାରିଖ ଠାରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ପକ୍ରିୟା ଆରମ୍ଭ ହେବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁକ୍ଳ ରହିବ ।

ଏହା ମଧ୍ୟ ପଢ଼ନ୍ତୁ... ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡାଉନ୍‌ ସିଣ୍ଡ୍ରୋମ ଉପରେ ନିୟମିତ କାଉନ୍‌ସେଲିଂ - Counseling On Down Syndrome

ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକ ମାନଙ୍କ ଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏନେଇ ରାଜ୍ୟ ସରକାର ଏକ ହେଲଫ ଲାଇନ ନମ୍ବର ୧୮୦୦୩୪୫୬୭୨୨ ରଖିଛନ୍ତି । ସୂଚନା ଅନୁଯାୟୀ, ଆରଟିଇରେ ମାଗଣା ନାମ ଲେଖା କାରଣରୁ ଅନେକ ଆର୍ଥିକ ଅନଗ୍ରସର ପିଲାମାନେ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢିପାରିବେ। ସେମାନେ ମଧ୍ୟ ଧନୀ ଶ୍ରେଣୀର ପିଲାମାନଙ୍କ ସହ ମିଶି ପାଠ ପଢ଼ି ଭବିଷ୍ୟତ ଗଢ଼ିପାରିବେ। ତେବେ ଅଭିଭାବକ ମହାସଂଘ ବାରମ୍ବାର ଅଭିଯୋଗ ବିରୋଧ ପରେ ବିଭାଗ ସିଟ ବଢିଥିଲା। ଏପଟେ ତୁରନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନାମ ଗୁଡ଼ିକ ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ସିଟ ଖାଲି ପଡ଼ିଲେ ଦ୍ଵିତୀୟ ପର୍ଯ୍ୟାୟ ମଧ୍ୟ ପ୍ରକାଶ ପାଇବ। ଯାହା ଫଳରେ ପିଲାମାନେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢିବାରେ ସୁଯୋଗ ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.