ETV Bharat / state

ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ମତଦାନ ପାଇଁ ୧୬୫ କମ୍ପାନୀ ସିଏପିଏଫ ମୁତୟନ - CAPF Companies Deploy In Odisha

author img

By ETV Bharat Odisha Team

Published : Apr 27, 2024, 6:05 PM IST

CAPF Companies Deploy In Odisha: ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ ମୁତୟନ ହେବେ । ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ବାସ ସୃଷ୍ଟି ପାଇଁ ସିଏପିଏଫ ଫ୍ଲାଗମାର୍ଚ୍ଚ କରିସାରିଛି । ଅଧିକ ପଢନ୍ତୁ

ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ମତଦାନ ପାଇଁ ୧୬୫ କମ୍ପାନୀ ସିଏପିଏଫ ମୁତୟନ

ଭୁବନେଶ୍ବର: ଆଗାମୀ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବାକୁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସାଧାରଣ ନିର୍ବାଚନ ପାଇଁ ଓଡିଶା ପରିପ୍ରେକ୍ଷୀରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ୧ରେ ହେବାକୁ ଯାଉଛି ଭୋଟିଂ । ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ନିମନ୍ତେ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ - ୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ପାଇଁ ବ୍ୟବସ୍ଥା କରାଯାଇଛି । ଏକ ଜାତୀୟ ଉତ୍ସବର ମାହୋଲ ମଧ୍ୟରେ ମତଦାନ ବ୍ୟବସ୍ଥା ପାଇଁ ଏହି ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ: ବିଜେଡି - Violation Of Code Of Conduct

ସାଧାରଣ ନିର୍ବାଚନ - ୨୦୧୯ରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ ଯବାନ ମୁତୟନ ହୋଇଥିଲେ । ଏହା ମଧ୍ୟରୁ ୯୬ କମ୍ପାନୀ ଇନସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକ୍ଟ ଇଣ୍ଡକସନ ଭାବରେ ମୁତୟନ ହୋଇଥିଲେ । ଏକକାଳୀନ ସାଧାରଣ ନିର୍ବାଚନ - ୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ଏହା ମଧ୍ୟରୁ ୮୩ କମ୍ପାନୀ ଇନସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍ସନ ମାଧ୍ୟମରେ ମୁତୟନ ହେବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ ଜବାନ ମୁତୟନ ହୋଇଛନ୍ତି ।

ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ବାସ ସୃଷ୍ଟି ପାଇଁ ଫ୍ଲାଗମାର୍ଚ୍ଚ ଆଦି କରୁଛନ୍ତି । ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଉଛି । ଆସନ୍ତା ମେ ୧ ତାରିଖରେ ଆହୁରି ୪୮ କମ୍ପାନୀ ମୁତୟନ ହେବେ । ସେହିପରି ମେ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ ଜବାନ କାର୍ଯ୍ୟରେ ଯୋଗ ଦେବେ । ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦାୟିତ୍ବରେ ରହିବେ । ଏହି ବ୍ୟବସ୍ଥା ଦ୍ବାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.