ETV Bharat / state

ମନ୍ତ୍ରୀ ଢୋଲକିଆଙ୍କ ଇସ୍ତଫା ଦାବିରେ ୧୨ ଘଣ୍ଟିଆ ନୂଆପଡା ବନ୍ଦ

author img

By ETV Bharat Odisha Team

Published : Mar 12, 2024, 12:48 PM IST

Nuapada Bandh: ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ନୂଆପଡା ଜିଲ୍ଲା ସଦର ମହୁକମାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଅଧିକ ପଢନ୍ତୁ

Nuapada Bandh
Nuapada Bandh

Nuapada Bandh

ନୂଆପଡା: ସାଧାରଣ ନିର୍ବାଚନ ପୂର୍ବରୁ ନୂଆପଡା ବିଜେଡିରେ ଗୋଷ୍ଠୀ କନ୍ଦଳ । ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ଆଜି ନୂଆପଡା ସଦର ମହୁକମାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ରାୟପୁର ଭାୟା ନୂଆପଡା ଗୋପାଳପୁର 353 ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇପଡିଛି । ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।

ସୂଚନା ମୁତାବକ, ନୂଆପଡା ବିଧାୟକ ତଥା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ବିରୋଧରେ ପିସି କାରବାର ଅଭିଯୋଗ ଆଣି ଗତ କିଛି ଦିନ ପୂର୍ବରୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ବିଷୋଦଗାର କରିଥିଲେ । ମନ୍ତ୍ରୀ ବିଜେଡିକୁ ବଞ୍ଚାଇବା ପରିବର୍ତ୍ତେ ବିନାଶ କରିବା କାମ କରିଚାଲିଛନ୍ତି । ବିଜେଡି ଦଳର ବିଭିନ୍ନ ପଦପଦବୀରେ ଥିବା ନେତୃମଣ୍ଡଳୀକୁ ଅଣଦେଖା କରି ଗୁରୁତ୍ବ ଦେଉନାହାଁନ୍ତି । ନିଜ ଚାଟୁକାରମାନଙ୍କୁ ଧରି ପାର୍ଟି ଚଳାଇଛନ୍ତି । ସେହିଭଳି ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ଦଳୀୟ ଟିକେଟ ବଣ୍ଟନ ପ୍ରକ୍ରିୟାରେ ବ୍ୟତିକ୍ରମ କରିଛନ୍ତି । 7 ନମ୍ବର ଏବଂ 9 ନମ୍ବର ଜିଲ୍ଲା ପରିଷଦ ଜୋନ ଦଳୀୟ ଟିକେଟ ବଣ୍ଟନରେ ଟଙ୍କା ନେଇ ଟିକେଟ ବିକ୍ରି କରିଥିବା ଭଳି ସାଂଘାତିକ ଅଭିଯୋଗ କରିଥିଲେ ଜିଲ୍ଲା ସଭାପତି । ତେଣୁ ମନ୍ତ୍ରୀ ଢୋଲକିଆ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଦାବି କରି ନୂଆପଡା ସଦରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ନୂଆପଡା ବିଜେଡିରେ ଗୋଷ୍ଠୀ କନ୍ଦଳ; ମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ କଲେ ଦଳୀୟ ନେତା

ଏଥିସହ ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ପିସି କାରବାରର ED, CBI, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏଥିସହ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଜିଦ୍ ଧରିଛନ୍ତି । ତେବେ ଆନ୍ଦୋଳନରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଯୁବନେତା ସରୋଜ କୁମାର ସାହୁ, ଆଦିବାସୀ ନେତା ଭାନୁପ୍ରତାପ ମାଝୀ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ସାମିଲ ରହିଛନ୍ତି ।

ଇଟିିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.