ETV Bharat / state

ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ - NAC ମାନ୍ୟତା ଦାବି

NAC status demand in Dhenkanal Rasola: ଏନଏସି ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ପାଳନ କରାଯାଉଛି । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍ । ଅଧିକ ପଢନ୍ତୁ,

ଜୋର ଧରିଲା NAC ମାନ୍ୟତା ଦାବି
ଜୋର ଧରିଲା NAC ମାନ୍ୟତା ଦାବି
author img

By ETV Bharat Odisha Team

Published : Feb 29, 2024, 11:40 AM IST

ଜୋର ଧରିଲା NAC ମାନ୍ୟତା ଦାବି

ଢେଙ୍କାନାଳ: ଜୋର ଧରିଲା ଏନଏସି ମାନ୍ୟତା ଦାବି । ଏନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ । ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନକୁ ନେଇ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ବନ୍ଦ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକୁ ବାଦ୍ ଦିଆଯାଇଛି । ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି ।

ବିଜ୍ଞାପିତ ପରିଷଦ ଅଞ୍ଚଳ ମାନ୍ୟତା ଦାବିରେ ଆଜି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାସୋଳ ବିକାଶ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡ଼ାକରାକୁ ରାସୋଳ ବଜାର ଓ ପଞ୍ଚାୟତବାସୀ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ରାସୋଳ ଗ୍ରାମ ପଞ୍ଚାୟତର ରାସୋଳ ଓ ଟେଲିଭୁଇଁ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ବଜାର ଠାରେ ମୁଖ୍ୟରାସ୍ତା ଉପରେ ଆନ୍ଦୋଳନକାରୀମାନେ ଧାରଣା ଦେଇ ବସି ରହିଥିବା ଜଣାପଡିଛି। ଫଳରେ ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟ ତଥା ବ୍ୟବସାୟିକସ୍ଥଳୀ କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ସମୂର୍ଣ୍ଣ ବନ୍ଦ ରହୁଥିବା ବେଳେ ଏହି ବାଟ ଦେଇ ଯାତାୟାତ ସମୂର୍ଣ୍ଣ ଠପ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମଟର ଠିଆ ହୋଇଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ସଧାରଣ ଯାତାୟାତ ସମୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।କୌଣସି ଅପ୍ରୀତିକର ଆଶଙ୍କାରେ ସ୍ଥନୀୟ ରାସୋଳ ଥାନା ପୁଲିସ ସମେତ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଜୋର ଧରିଲା NAC ମାନ୍ୟତା ଦାବି, ବିନିକା ଓ ସୁବଳୟା ବନ୍ଦ

ଏହା ମଧ୍ୟ ପଢନ୍ତୁ- ବାମରାକୁ NAC ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ନିକଟରେ ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାର 34ଟି ପଞ୍ଚାୟତକୁ NAC ର ମାନ୍ୟତା ଘୋଷଣା କରିଛନ୍ତି I ମାତ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଏହି ରାସୋଳ ପଞ୍ଚାୟତ NAC ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏଥିରୁ ବଞ୍ଚିତ ହୋଇଛି I ହିନ୍ଦୋଳ ବିଧାୟିକାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ରାସୋଳକୁ NAC ମାନ୍ୟତା ଦେବା ପାଇଁ ବାରମ୍ବାର ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ସରକାରଙ୍କ NAC ତାଲିକାରେ ରାସୋଳ ପଞ୍ଚାୟତର ନାମ ନଥିବା ଅଞ୍ଚଳବାସୀଙ୍କ ପାଇଁ ଅତି ଦୁର୍ଭାଗ୍ୟ ଜନକ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.