ETV Bharat / state

ସରିଲା ରେଡ଼ିଓ ମେଳା; ଦେଶ ବିଦେଶର ୩ ହଜାର ସଂସ୍ଥା ସାମିଲ

author img

By ETV Bharat Odisha Team

Published : Feb 15, 2024, 8:38 AM IST

Radio Fair: ବିଶ୍ୱ ରେଡ଼ିଓ ଦିବସରୁ ଆରମ୍ଭ ହୋଇଥିବା ରେଡ଼ିଓ ମେଳା ବୁଧବାର ଶେଷ ହୋଇଛି । ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ସଂସ୍ଥା ଦ୍ୱାରା ଏହି ମେଳା ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

International Radio Fair
International Radio Fair
International Radio Fair

ଭୁବନେଶ୍ୱର: ଶେଷ ହୋଇଛି ଦୁଇଦିନିଆ ରେଡ଼ିଓ ମେଳା । ଦେଶ ବିଦେଶରୁ ପ୍ରାୟ ୩ ହଜାର ରେଡ଼ିଓ ସଂସ୍ଥା ଏଥିରେ ଯୋଗ ଦେଇଥିଲେ । ବିଶ୍ୱ ରେଡ଼ିଓ ଦିବସରୁ ଆରମ୍ଭ ହୋଇଥିବା ଏହି ମେଳା ବୁଧବାର ଶେଷ ହୋଇଛି । ଏହି ଦଶମ ଅନ୍ତର୍ଜାତୀୟ ରେଡ଼ିଓ ମେଳା ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିଲା । ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ରେଡ଼ିଓ ଷ୍ଟେସନ ମଧ୍ୟ ଯୋଗ ଦେଇଥିଲେ । ଏହି ମେଳାରେ ହାମ ରେଡ଼ିଓ ଓ ଗ୍ରାମ ଫୋନ ଭଳି ୩ ହଜାରରୁ ଊର୍ଦ୍ଧ୍ବ ପୁରୁଣା ରେଡିଓ ପ୍ରସାରଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ଏଥର ହାମ ରେଡ଼ିଓକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବାବେଳେ ଦେଶର ବିଭିନ୍ନ ରାଜ୍ୟରୁ ହାମ ରେଡ଼ିଓ ସଂସ୍ଥା ଯୋଗ ଦେଇଥିଲେ । ଏହାସହ ରାଜ୍ୟର ଅନେକ କମ୍ୟୁନିଟି ରେଡ଼ିଓ ସେଣ୍ଟର ଏହି ମେଳାରେ ଯୋଗ ଦେଇଥିଲେ ।

ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟର କମୁନିଟି ରେଡ଼ିଓ ସେଣ୍ଟର ମଧ୍ୟ ଯୋଗ ଦେଇଥିଲେ । ଯେଉଁଥିରୁ ତାମିଲନାଡୁର 'ହୋଲି କ୍ରସ କମ୍ୟୁନିଟି' ରେଡ଼ିଓ ସେଣ୍ଟରକୁ ଚଳିତ ବର୍ଷ ଶ୍ରେଷ୍ଠ ସେଣ୍ଟର ଭାବେ ସମ୍ମାନିତ କରାଯାଇଛି । ଏଠାରେ ପୁରୁଣା ୱାକି ଟକି ଭଳି ରେଡ଼ିଓ ମଧ୍ୟ ଦେଖିବାକୁ ମିଳିଥିଲା । ବିଶେଷ କରି ପିଲାମାନଙ୍କ ପାଇଁ ଅନେକ ଶିକ୍ଷଣୀୟ ଜିନିଷ ଏଠାରେ ଥିବାବେଳେ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା । ଯେଉଁଠାରେ ପିଲାମାନେ ଅନେକ ବିଜ୍ଞାନ ଭିତ୍ତିକ ଖେଳ ଖେଳି ମଜା ଉଠାଇଥିଲେ ।

ବିଶେଷ ଭାବେ ହଜି ଯାଉଥିବା ରେଡିଓକୁ ସଂରକ୍ଷଣ କରିବାକୁ ଏହି ମେଳାର ଆୟୋଜନ କରାଯାଉ ଥିବାବେଳେ ପୁରୁଣା ରେଡ଼ିଓକୁ ମରାମତି କରାଯାଉଥିଲା । ଯୁବପିଢ଼ିଙ୍କ ନିକଟରେ ଟେକ୍ନୋଲୋଜି ସହ ରେଡ଼ିଓର ଆବଶ୍ୟକତା ବିଷୟରେ ଅବଗତ କରାଇବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ ଥିଲା । ଖାଲି ସେତିକି ନୁହେଁ, ଯେତେବେଳେ ସମସ୍ତ ଯୋଗାଯୋଗ ବନ୍ଦ ହୁଏ ସେତେବେଳେ କିଭଳି ରେଡ଼ିଓ ହିଁ ଏକମାତ୍ର ଆୟୁଧ ସାଜିଥାଏ ସେନେଇ ମଧ୍ୟ ବୁଝାଯାଇଥିଲା । ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତ ସାଟେଲାଇଟ୍ ଯୋଗାଯୋଗ ବନ୍ଦ ରହିଥାଏ । ଏଭଳି ସମୟରେ ରେଡ଼ିଓ କିଭଳି ଆମ ସୁବିଧାରେ ଆସିଥାଏ ଓ ଆମକୁ ଟିକନିଖ ଖବର ଦେଇଥାଏ ସେ ସମ୍ବନ୍ଧୀୟ ତଥ୍ୟ ମଧ୍ୟ କୁନି କୁନି ପିଲାଙ୍କୁ ଏଠାରେ ଶିଖାଯାଇଥିଲା ।

ଏହା ବି ପଢନ୍ତୁ...'ରେଡିଓ ଢେମସା'ର ବଢୁଛି ଲୋକପ୍ରିୟତା, ଦେଶିଆ ଭାଷାରେ କରୁଛି ଜନସଚେତନତା

ଏହି ତଥ୍ୟଭିତ୍ତିକ ମେଳାକୁ ବୁଲିବାକୁ ଆସି ସବୁ ବର୍ଗର ଲୋକ ଖୁସି ହୋଇଥିବାବେଳେ ଶେଷ ଦିନରେ ବି ବେଶ ଭିଡ ଜମିଥିଲା । ଏହି ମେଳାରେ ବେଶ ଆାକର୍ଷଣୀୟ ସାଜିଥିଲା ଗ୍ରାମ ଫୋନରେ ବାଜୁଥିବା ସେହି ପୁରୁଣା ଗୀତ । 'ବୟସର କୃଷ୍ଣ ଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ' ଭଳି ଗୀତ ପୁରୁଣା ସ୍ମୃତିକୁ ତାଜା କରିଦେଇଥିଲା । ଦୁଇ ଦିନିଆ ଏହି ମେଳାରେ ରାଜ୍ୟବାସୀ ଅନେକ ତଥ୍ୟ ପାଇବା ସହ ଏସବୁର ଦୃଶ୍ୟ ନିଜ ମୋବାଇଲରେ କଏଦ କରିଥିଲେ । ତେବେ ଏହି ଅନ୍ତର୍ଜାତୀୟ ମେଳା ନିଜସ୍ୱ ପ୍ରଚେଷ୍ଟାରେ କରୁଛି ଆଉଟରିଚ୍ । ଆୟୋଜକ ସୁବ୍ରତ କୁମାର ପତି କହିଛନ୍ତି, "ରେଡ଼ିଓର ପ୍ରଚାର ପ୍ରସାର ପାଇଁ କରାଯାଉଥିବା ଏହି ମେଳା ଯଦିଓ ସଫଳ ହୋଇଛି କିନ୍ତୁ ସୁଦୂର ପ୍ରସାରି ହୋଇପାରିନି । କାରଣ ସରକାରଙ୍କର ଏହି ମେଳା ପ୍ରୋତ୍ସାହନ କି ସହଯୋଗିତା ନାହିଁ । ହେଲେ ଆମେ ଏହାକୁ ବଞ୍ଚାଇ ରଖିବାକୁ ଚାହୁଁଛୁ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.