ETV Bharat / state

ରାୟଗଡାରେ ଝାଡାବାନ୍ତି ଆତଙ୍କ, ୭ ଆକ୍ରାନ୍ତ ଜଣେ ମୃତ ! - Diarrhea Outbreak in Rayagada

author img

By ETV Bharat Odisha Team

Published : Jun 11, 2024, 11:07 PM IST

DiarrhoeaOutbreak in Bissam Cuttack: ବିଷମ କଟକରେ ବ୍ୟାପୁଛି ଝାଡ଼ାବାନ୍ତି । 8 ଜଣ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Diarrhea Outbreak in Bissam Cuttack
Diarrhea Outbreak in Bissam Cuttack (ETV Bharat Odisha)

ରାୟଗଡା: ବିଷମ କଟକ ବ୍ଲକରେ ଝାଡାବାନ୍ତିର ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ସ୍ଥିତ ଅନୁଧ୍ୟାନ କରୁଛି ମେଡିକାଲ ଟିମ। ଗତ ପାଞ୍ଚ ଦିନ ମଧ୍ୟରେ ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତରେ ଏହି ଝାଡାବାନ୍ତି ବ୍ୟପି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ୭ଜଣ ଗୁରତର ଅବସ୍ଥାରେ ବିଷମ କଟକ ଖ୍ରୀଷ୍ଟିଆନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଗତ ପାଞ୍ଚଦିନ ହେବ ଏହି ଗ୍ରାମରେ ଜଣକ ପରେ ଜଣେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଝାଡାବାନ୍ତି ବ୍ୟାପିବା ପର ଦୁଇ ଜଣ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଥିବା ବେଳେ ଅନ୍ୟ ୬ଜଣ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋପାଳ କାଣ୍ଡାମାକାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ ରବିବାର ରାତିରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ଗୋପାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଝାଡା ବାନ୍ତିରେ ୫ ଆକ୍ରାନ୍ତ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଝାଡାବାନ୍ତି କେଉଁ କାରଣରୁ ବ୍ୟାପିଛି ତାହା ଜଣା ପଡିନଥିବା ବେଳେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଶତାଧିକ ଆକ୍ରାନ୍ତ, ଜଣେ ମୃତ ! - Diarrhea Outbreak in Hirakud

ଗୟେଲକଣାରେ ଏଭଳି ଝାଡ଼ାବାନ୍ତି ବ୍ୟପିଥିବା ଜାଣିବା ପରେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଟି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଗୋଟାଏ ମେଡିକାଲ ଟିମ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହି ମେଡିକାଲ ଟିମ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଗ୍ରାମବାସୀ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହ କରିଛନ୍ତି। ଗୋପାଳ କଣ୍ଡାମାକା ମୃତ୍ୟୁ ଝାଡା ବାନ୍ତିରେ ଘଟିଛି ନା ଅନ୍ୟ କୌଣସି କାରଣର ରହିଛି ସେନେଇ ମେଡିକାଲ ଟିମ ଛାନବିନ କରୁଥିବା ବେଳେ ଝାଡାବାନ୍ତି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି। କେଉଁ କାରଣରୁ ଲୋକେ ଏଭଳି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ସେନେଇ ମେଡିକାଲ ଟିମ ଅନୁଧ୍ୟାନ କରୁଛି। ଆଶା, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ଗୟେଲକଣା ଗ୍ରାମରେ ୨୪ଘଣ୍ଟା ରହି ସେଠାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.