ETV Bharat / sports

ଭିନେଶ ଫୋଗାଟଙ୍କୁ ମିଳିଲା ଗୋଲ୍ଡ ମେଡାଲ; ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ - Vinesh Phogat Gets Gold Medal

author img

By ETV Bharat Sports Team

Published : Aug 19, 2024, 4:45 PM IST

Vinesh Phogat Gets Gold Medal : ପ୍ୟାରିସ ଅଲିମ୍ପିକ୍ସ 2024ରୁ ଖାଲି ହାତରେ ଫେରିଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ମିଳିଲା ଗୋଲ୍ଡ ମେଡାଲ । ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

Vinesh Phogat Gets Gold Medal
Vinesh Phogat Gets Gold Medal (IANS Photo)

ନୂଆଦିଲ୍ଲୀ : ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ଶନିବାର ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହରିୟାଣାରେ ଭିନେଶଙ୍କ ନିଜ ଗାଁ ପର୍ଯ୍ୟନ୍ତ ଶହ ଶହ ପ୍ରଶଂସକ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଭିନେଶଙ୍କୁ ତାଙ୍କ ଘରକୁ ପାଛୋଟି ନେଇଥିଲେ । ରାସ୍ତାରେ ଅନେକ ସ୍ଥାନରେ ଲୋକେ ଭିନେଶଙ୍କୁ ଅଟକାଇ ସମ୍ମାନିତ କରୁଥିବା ଦେଖିବାକୁ ମିଳିଥିଲା ।

ଭିନେଶଙ୍କୁ ମିଳିଲା ଗୋଲ୍ଡ ମେଡାଲ :-

ରୋଡ୍‌ ସୋ ସମୟରେ ବହୁ ସଂଖ୍ୟାରେ ଲୋକ ଭିନେଶଙ୍କ ପଛରେ ଚାଲିଥିଲେ । ଦିଲ୍ଲୀରୁ ବାଲାଲି (ଭିନେଶଙ୍କ ନିଜ ଗାଁ) ଯିବାବେଳେ ଭିନେଶଙ୍କୁ ତାଙ୍କ ପ୍ରଶଂସକ ତଥା ଅନେକ ଗ୍ରାମରେ 'ଖାପ' ପଞ୍ଚାୟତ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶନିବାର ପ୍ରାୟ 13 ଘଣ୍ଟା ଧରି ଏହି 135 କିଲୋମିଟର ଦୀର୍ଘ ଚାଲିଥିଲା । ପ୍ୟାରିସ ଅଲିମ୍ପିକ୍ସରୁ ନିରାଶ ହୋଇ ଫେରିବା ପରେ ତାଙ୍କୁ ନିଜ ଦେଶରେ ମିଳିଥିବା ଭବ୍ୟ ସ୍ବାଗତ ଭିନେଶଙ୍କୁ ଭବବିହ୍ବଳ କରିଥିଲା ଏବଂ ସେ କହିଲେ ଯେ ଏହି ସମ୍ମାନ ତୁଳନାରେ 1000 ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ମଧ୍ୟ ଫିକା ପଡିଛି । ଅନେକ ସ୍ଥାନରେ ଭିନେଶଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଗାଁରେ ପହଞ୍ଚିବା ପରେ ଭିନେଶଙ୍କୁ ସ୍ବର୍ଣ୍ଣ ପଦକ ଦେଇ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ କରତାଳି ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କେବଳ ଏତିକି ନୁହେଁ, ଏହି ସମ୍ବର୍ଦ୍ଧନା ଉତ୍ସବରେ ମଞ୍ଚ ଉପରୁ ଭିନେଶଙ୍କ ପାଇଁ ହଜାର ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଯାହାକି ତାଙ୍କ ଗାଁ ଲୋକ ଏବଂ 'ଖାପ' ପଞ୍ଚାୟତର ବରିଷ୍ଠ ବ୍ୟକ୍ତିମାନେ ପୁରସ୍କାର ଭାବରେ ଭିନେଶଙ୍କୁ ପ୍ରଦାନ କରିଥିଲେ ।

ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ବାଗତ :-

ଭିନେଶଙ୍କୁ ସ୍ବାଗତ କରିବାକୁ ତାଙ୍କର ହଜାର ହଜାର ପ୍ରଶଂସକ ବିମାନବନ୍ଦରରେ ଅପେକ୍ଷା କରିଥିଲେ । ସେ ପହଞ୍ଚିବା ପରେ ସମ୍ପର୍କୀୟଙ୍କ ସମେତ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ଓ ସାଥି ସାକ୍ଷୀ ଓ ବଜରଙ୍ଗ ପୁନିଆ ତାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ । ଢୋଲ ବାଜାରେ କମ୍ପି ଉଠିଥିଲା ଏୟାରପୋର୍ଟ ପରିସର ।

ଭାବୁକ ହେଲେ ଭିନେଶ :-

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଦେଶବାସୀଙ୍କ ଭଲ ପାଇବା ଦେଖି ସେ କୋହ ସମ୍ଭାଳି ପାରିନଥିଲେ । ପଦକ ନପାଇ ଖାଲି ହାତରେ ଫେରିବା ସତ୍ତ୍ବେ ଦେଶବାସୀଙ୍କର ଏତେ ସମର୍ଥନ ପାଇ ସେ କାନ୍ଦି ପକାଇଥିଲେ ।

100 ଗ୍ରାମ ଓଜନ ଯୋଗୁଁ ପଦକ ହରାଇଲେ :-

ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍‌ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ରୌପ୍ୟ ପଦକ ଆଶା ମଉଳି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପଦକ ନଜିତି ବି ଭିନେଶଙ୍କୁ ମିଳିଛି କୋଟି କୋଟି ଟଙ୍କା ପୁରସ୍କାର ! ବଡ଼ ଖୁଲାସା କଲେ ଭିନେଶଙ୍କ ସ୍ବାମୀ - Vinesh Phogat 16cr Prize Money

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.