ETV Bharat / sports

ମହିଳା ପ୍ରିମିୟର ଲିଗ: ଦିପ୍ତୀ ଶର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ, 1 ରନରେ ଜିତିଲା ୟୁପି

author img

By ETV Bharat Odisha Team

Published : Mar 9, 2024, 7:06 AM IST

WPL 2024: ଡବ୍ଲୁପିଏଲର 15ତମ ମୁକାବିଲାରେ ୟୁପି ଓ ଦିଲ୍ଲୀ ମଧ୍ୟରେ ରୋମାଞ୍ଚକର ଫାଇଟ୍‌ । ଦିପ୍ତୀ ଶର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ 1 ରନରେ ଜିତିଲା ୟୁପି । ଅଧିକ ପଢନ୍ତୁ

WPL 2024
WPL 2024

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 15ତମ ମୁକାବିଲାରେ ୟୁପି ଓ୍ବାରିୟର୍ଜର ନାଟକୀୟ ବିଜୟ । ମାତ୍ର 1 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ୟୁପି ୱାରିୟର୍ଜ । ବିଫଳ ହେଲା ମେଗ୍‌ ଲାନିନଙ୍କ ଲଢୁଆ ଅର୍ଦ୍ଧଶତକ । ଓ୍ବାରିୟର୍ଜର ବୋଲିଂରେ ଧରାଶାୟୀ ହେଲା କ୍ୟାପିଟାଲ୍ସ ଟିମ୍‌ । ୟୁପି ପକ୍ଷରୁ ଦିପ୍ତୀ ଶର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ଅର୍ଦ୍ଧଶତକ ହାସଲ କରିବା ସହ 4ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ଦିପ୍ତୀ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: 42 ରନରେ ୟୁପିକୁ ମାତ ଦେଲା ମୁମ୍ବାଇ

ଶନିବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୟୁପି ଓ୍ବାରିୟର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୟୁପି ଟିମ । ଆରମ୍ଭରୁ ଆକ୍ରାମକ ବୋଲିଂ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର । ଫଳରେ ଦିପ୍ତୀ ଶର୍ମାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି 30 ରନ ପୂରଣ କରିବାକୁ ସକ୍ଷମ ହୋଇନଥିଲେ । ଦିପ୍ତୀ 48 ବଲରୁ 59 ରନ କରିଥିବା ବେଳେ ଆଲିସା ହେଲି 29 ଓ ଗ୍ରେସ ହ୍ୟାରି ସର୍ବାଧିକ 14 ରନ କରିଥିଲେ । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 138 ରନ କରିଥିଲା । କ୍ୟାପିଟାଲ୍ସ ଦଳର ରାଧା ଯାଦବ ଓ ଟାଇଟସ ସାଧୁ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ଟେଷ୍ଟ: ରୋହିତ ଓ ଗିଲଙ୍କ ଦମଦାର ଶତକ, ଡ୍ରାଇଭିଂ ସିଟ୍‌ରେ ଟିମ୍ ଇଣ୍ଡିଆ

139 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ ଟିମ । 13 ଓଭର ପର୍ଯ୍ୟନ୍ତ ଦଳର ବ୍ୟାଟଂ ସ୍ଥିତି ଭଲ ରହିଥିଲା । ଲାଗୁଥିଲା ଦଳ ଏହି ମ୍ୟାଚ ସହଜରେ ଜିତିଯିବ । କିନ୍ତୁ ଦିପ୍ତୀ ଶର୍ମାଙ୍କ ଘାତକ ବୋଲିଂରେ ଫସି ଯାଇଥିଲେ ଦିଲ୍ଲୀ ବ୍ୟାଟର । ମେଗ ଲାନିନ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ 60 ରନ କରି ପାଭିଲିୟନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେମିମା 17 ଓ ଶେଫାଳି ବର୍ମା 15 ରନ କରିଥିଲେ । ବିଜୟ ପାଇଁ ଶେଷ ପର୍ଯ୍ୟନ୍ତ ଖେଳିଥିଲେ ମଧ୍ୟ ଦଳକୁ ପରାଜୟର ସାମ୍ମୁଖୀନ ହେବାକୁ ପଡିଥିଲା । 20 ଓଭରରେ ସମସ୍ତ ଓ୍ବିକେଟ ହରାଇ 137 ରନରେ ଅଟକି ଯାଇଥିଲା ଦିଲ୍ଲୀ । ବିଜୟ ପାଇଁ ଆଉ 2 ରନ ଆବଶ୍ୟକ ଥିଲେ ମଧ୍ୟ ୟୁପି ବୋଲର ଦିଲ୍ଲୀ ବ୍ୟାଟରଙ୍କୁ ପଡିଆରେ ବେଶି ସମୟ ରହିବାକୁ ଦେଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.